ବିଦ୍ୟାଳୟରେ ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ ଅଫିସ, ୨୫।୭ – ଆଧୁନିକତା ଦୌଡ଼ରେ ଛାତ୍ରୀଛାତ୍ରଙ୍କୁ ତାଳ ଦେଇ ସାମିଲ କରାଇବା ପାଇଁ କମ୍ପ୍ୟୁଟର ପ୍ରଶିକ୍ଷଣ ଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପଡ଼ିଛି। ଏଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ନାନା ଉଦ୍ୟମ କରାଯାଉଛି। ଭଦ୍ରକ ଜିଲାରେ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ସତେ ଯେପରି ପ୍ରହସନ ପାଲଟିଛି। ଜିଲାରେ କେତେକ ବିଦ୍ୟାଳୟ ଅଛି ଯେଉଁଠି ବିଦ୍ୟୁତ୍‌ ସଂଯୋଗ ନାହିଁ କିମ୍ବା ଶ୍ରେଣୀଗୃହ ନାହିଁ କିନ୍ତୁ ସେଠାରେ କମ୍ପ୍ୟୁଟର ପ୍ରଦାନ କରାଯାଇଛି। ଫଳରେ କମ୍ପ୍ୟୁଟରଗୁଡ଼ିକ ଖତ ଖାଉଛି। ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ କମ୍ପ୍ୟୁଟର ଯୋଗାଣ ଦିନଠାରୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଥରୁଟିଏ ଚାଲୁ କରାଯାଇ ନାହିଁ। ଏପରି କି କେତେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ପ୍ରଦତ୍ତ କମ୍ପ୍ୟୁଟର ଭଲ କି ଖରାପ ତାହା ପରୀକ୍ଷା ମଧ୍ୟ କରାଯାଇ ନାହିଁ। ଅନେକ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନ ଥିବା ଜଣାପଡ଼ିଛି। ଫଳରେ କମ୍ପ୍ୟୁଟରଗୁଡ଼ିକ ଅଦରକାରୀ ହୋଇପଡ଼ିରହିଛି। ୨୦୧୬ ଅଗଷ୍ଟରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ପାଣ୍ଠିରୁ ଜିଲାର ୧୭ଟି ବିଦ୍ୟାଳୟକୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା। ଭଦ୍ରକ ବ୍ଲକ ରାଣୀତାଲ ତଗିରା ପ୍ରାଥମିକ ବିଦ୍ୟାଳୟ, ରାହାଞ୍ଜ ଅସୁରା ପ୍ରାଥମିକ ବିଦ୍ୟାଳୟ, ଚରମ୍ପା ତଳାଙ୍ଗଶାସନ ରାମେଶ୍ୱର ଜୀଉ ପ୍ରାଥମିକ ବିଦ୍ୟାଳୟ, ବାଣିତିଆ ଜୟରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାଲଗରା ତିଗିରିଆ ତିଗିରି ହରିଜନସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ବନ୍ତ ପଧାନପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ନଟିଆପାଳର ମଧୁସୂଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କିଷ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଳି ୧୭ ସ୍କୁଲକୁ ପ୍ରତି ବିଦ୍ୟାଳୟକୁ ୫ଟି ଲେଖାଏ କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର, ଚେୟାର ଓ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯାଇଥିଲା। ଅସୁରା ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଏହିଭଳି ୧୭ ସ୍କୁଲ ମଧ୍ୟରୁ ୯ଟିରେ ବିଦ୍ୟୁତ୍‌ ସଂଯୋଗ ନ ଥିବା ଜଣାପଡ଼ିଛି। ବାସୁଦେବପୁର ନଟିଆପାଳର ମଧୁସୂଦନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କିଷ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୃହ ନ ଥିବାରୁ ଏହି କମ୍ପ୍ୟୁଟରଗୁଡ଼ିକ ସ୍କୁଲ କାର୍ଯ୍ୟାଳୟରେ ସାଇତା ହୋଇରହିଛି। ଏହା ଛାତ୍ରୀଛାତ୍ରଙ୍କ କାମରେ ଆସୁନାହିଁ। ପ୍ରତି ସ୍କୁଲକୁ ସରକାରଙ୍କ ପ୍ରାୟ ୩ ଲକ୍ଷ ୫୦ ହଜାର ଏହିଭଳି ଅନୁଦାନ କିଭଳି ଖତ ଖାଉଛି ତାହାର ବାସ୍ତବ ଚିତ୍ର ଏଠାରେ ଦେଖିବାକୁ ମିଳିଛି। ଜିଲା ଶିକ୍ଷା ବିଭାଗ ଏଥିପ୍ରତି ତିଳେ ମଧ୍ୟ ନଜର ନ ଦେବା କିମ୍ବା ସମୀକ୍ଷା ନ କରିବା ପରିତାପର ବିଷୟ ବୋଲି ଶିକ୍ଷାବିତ୍‌ ରାମକୃଷ୍ଣ ଚୌଧୁରୀ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ପଚାରିବାରୁ କହିଛନ୍ତି, ଏମ୍‌ପିଙ୍କ ଅନୁଦାନରେ ଉକ୍ତ କମ୍ପ୍ୟୁଟରଗୁଡ଼ିକ ପ୍ରଦାନ କରାଯାଇଛି। ସେତେବେଳେ ଏମ୍‌ପି କିମ୍ବା ତାଙ୍କ ପ୍ରତିନିଧି ପୂର୍ବରୁ ଏହି ସବୁ ସ୍କୁଲରେ ଆନୁଷଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ତର୍ଜମା କରିବା କଥା। ତଥାପି ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri