ବିଦ୍ୟାପୀଠ ଖେଳ ପଡ଼ିଆକୁ କେସିଙ୍ଗା ଡେଲି ମାର୍କେଟ ସ୍ଥାନାନ୍ତର

କେସିଙ୍ଗା, ୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ମୁଖ୍ୟ ଡେଲି ମାର୍କେଟକୁ ବୁଧବାର ବିଦ୍ୟାପୀଠ ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଗତ ମାର୍ଚ୍ଚ ୩୧ ତାରିଖରେ ଚିଠି ନଂ. ୮୯୭ ଯୋଗେ ସମସ୍ତ ପନିପରିବା ବ୍ୟବସାୟୀଙ୍କୁ ଏନ୍‌ଏସି ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା। ନିର୍ବାହୀ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକଙ୍କ ଆଦେଶକୁ ବ୍ୟବସାୟୀମାନେ ପାଳନକରି ବିଦ୍ୟାପୀଠ ଖେଳ ପଡ଼ିଆରେ ଛାଉଣୀ କରି ପରିବା ଦୋକାନ ଖୋଲିଛନ୍ତି।
କେସିଙ୍ଗା ସହରର ତଥା ଆଖପାଖ ଅଞ୍ଚଳର ଗ୍ରାହକ, ବ୍ୟବସାୟୀମାନେ ସାମାଜିକ ଦୂରତା ରକ୍ଷାକରି ପନିପରିବା କିଣାବିକା କରିବା ସହ କରୋନା ଭୂତାଣୁଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିର୍ବାହି ଅଧିକାରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏଥିରେ ଖିଲପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।