Categories: ଫୁରସତ

ବିଦେଶୀ ମହିଳାଙ୍କ ଜୀବନ ବଦଳାଇ ଦେଲା ‘ଦେଶୀ ଚା’

ବିଶ୍ୱର କିଛି ଲୋକପ୍ରିୟ ପାନୀୟ ମଧ୍ୟରେ ଚା’ ଅନ୍ୟତମ। ଦିନର ଆରମ୍ଭ ହୁଏ ଚା’ ସହିତ। ଭାରତରେ ଚା’ର ଲୋକପ୍ରିୟତା ଢେର୍‌ ଅଧିକ। ରାସ୍ତାକଡଠାରୁ ଆରମ୍ଭ କରି ଗାଁ ଗହଳିରେ ଯେଉଁଠି ଦେଖିବେ ଚା’ ଦୋକାନଟିଏ ନିଶ୍ଚିତ ଥିବ। ଭାରତ ସମେତ ମାଲେସିଆ, ଶ୍ରୀଲଙ୍କା, ଚାଇନା, ଜାପାନ, ଇଣ୍ଡୋନେସିଆ, ନେପାଳ, ବାଂଲାଦେଶରେ ଚା’ ବ୍ୟବସାୟରେ କୋଟି କୋଟି ଟଙ୍କା ରୋଜଗାର ହେଉଛି। ଭାରତ ବୁଲିବାକୁ ଆସିଥିବା ଜଣେ ବିଦେଶୀ ମହିଳାଙ୍କ ଜୀବନ ବଦଳାଇ ଦେଇଛି ଚା’। ରାସ୍ତାକଡରେ ଚା’ ପିଇ ସେ ନିଜ ଦେଶରେ ଏକ ଚା’ ଦୋକାନ କରିଥିଲେ। ଏହି ଦୋକାନ ତାଙ୍କ ଜୀବନ ବଦଳାଇଦେଇଛି। ଏବେ ସେ ଚା’ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ବ୍ରୁକ୍‌ ଏଡି ନାମକ ଜଣେ ମହିଳା ଆମେରିକାର କୋଲୋରାଡେରେ ରୁହନ୍ତି। ୨୦୦୨ରେ ବ୍ରୁକ୍‌ ଭାରତ ବୁଲିବାକୁ ଆସିଥିବାବେଳେ ଏଠାରେ ରାସ୍ତାକଡରେ ଚା’ ପିଇଥିଲେ। ଏହି ଚା’ର ସ୍ବାଦରେ ଏମିତି ଆକୃଷ୍ଟ ହୋଇଯାଇଥିଲେ ଯେ, ସେ ନିଜ ଦେଶକୁ ଫେରି ୨୦୦୭ରେ ‘ଭକ୍ତି ଚାୟ’ ନାମରେ ଏକ ଦୋକାନ ଖୋଲିଥିଲେ। ଏବେ ଏହି ଚା’ ବ୍ୟବସାୟ ୨୦୦ କୋଟି ଟଙ୍କାରେ ପହଞ୍ଚିଛି।

Share