Categories: ଜାତୀୟ

ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୨୬।୪: ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ଫଳରେ ଅନେକ ଭାରତୀୟ ଫେରି ନ ପାରି ବିଭିନ୍ନ ଦେଶରେ ଅଟକି ରହିଛନ୍ତି। ଲକ୍‌ଡାଉନ ଶେଷ ହେବା ପରେ ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରିଛନ୍ତି। ଏଥିପାଇଁ ଅନେକ ସ୍ବତନ୍ତ୍ର ବିମାନ ପଠାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଫେରିବାକୁ ଥିବା ଭାରତୀୟମାନଙ୍କ ପାଇଁ ହସ୍ପିଟାଲ ବେଡ୍‌ ଓ କ୍ୱାରାଣ୍ଟାଇନ କେନ୍ଦ୍ର ପ୍ରସ୍ତୁତ ରଖିବାକୁ କ୍ୟାବିନେଟ ସଚିବ ରାଜୀବ ଗୌବା ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ଏନେଇ ସେ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆର ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜିମାନଙ୍କୁ ପରାମର୍ଶ ଦେଇଥିଲେ। ଲକ୍‌ଡାଉନ ମେ’ ୩ ପରେ ଉଠିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦୋକାନ ଖୋଲିବା ଲାଗି ସରକାରଙ୍କ ରାତିଅଧିଆ ନିଷ୍ପତ୍ତିରୁ ଲକ୍‌ଡାଉନ ଉଠିପାରେ ବୋଲି ଆଶା କରାଯାଉଛି।

Share