ବିଡିଏ ସେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ସେକ୍ସନ ଅଫିସର (ଏଷ୍ଟାବ୍ଲିସମେଣ୍ଟ) ବିଭୂତି ଭୂଷଣ ରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ଟିମ୍‌ ଯାଞ୍ଚ କରିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ରାୟଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଓ ଅଫିସ ଆଦି ସ୍ଥାନରେ ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ରସୁଲଗଡ଼ଠାରେ ଥିବା ଗୋଟିଏ ୩ ମହଲା କୋଠା, ଝାରପଡ଼ାଠାରେ ଥିବା ଅନ୍ୟଏକ ୩ ମହଲା କୋଠା ଓ ଦୁଇଟି ଅନ୍ୟ କୋଠା ରହିଛି। ଏହାବାଦ ରାୟଙ୍କ ବିରିବାଟିସ୍ଥିତ ଗଁା ଘର ଓ ବିଡିଏ ଅଫିସକୁ ଭିଜିଲାନ୍ସ ଏକକାଳୀନ ଯାଞ୍ଚ କରିଛି। ଉପରୋକ୍ତ ସ୍ଥାନଗୁଡ଼ିକ ଯାଞ୍ଚ କରାଯିବା ପରେ ମୋଟ ୧ କୋଟି ୩୮ ଲକ୍ଷ ୮ହଜାର ୭୭୩ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ସମସ୍ତ ସମ୍ପତ୍ତି ରାୟ ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଠାବ ସମ୍ପତ୍ତିଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ଆକଳନ କରାଯାଇଛି। ଏହି ଅନୁଯାୟୀ ରାୟଙ୍କ ରସୁଲଗଡ଼ ଓ ଝାରପଡ଼ାଠାରେ ଥିବା ଦୁଇଟି ୩ ମହଲା କୋଠାର ମୂଲ୍ୟ ୭୦ ଲକ୍ଷ ୩୬ ହଜାର ୨୬୩ ଟଙ୍କା ହେବ ବୋଲି ଭିଜିଲାନ୍ସ କହିଛି। ସେହିପରି ରସୁଲଗଡ଼ଠାରେ ତାଙ୍କର ୨ ଲକ୍ଷ ୮୨ହଜାର ୯୦୬ ଟଙ୍କାର ଗୋଟିଏ ନିର୍ମାଣାଧୀନ କୋଠା, ରସୁଲଗଡ଼ରେ ୨ ଲକ୍ଷ ୫୧ ହଜାର ୫୦୦ ଟଙ୍କାର ୩ଟି ପ୍ଲଟ, ୫ ଲକ୍ଷ ୩୦ହଜାର ଟଙ୍କାର ଗୋଟିଏ କାର୍‌, ୬୫ହଜାର ଟଙ୍କାର ଗୋଟିଏ ବାଇକ୍‌କୁ ଭିଜିଲାନ୍ସ ଠାବ କରିଛି। ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ରାୟ ୪୪ ଲକ୍ଷ ୫୦ହଜାର ୫୩ ଟଙ୍କା ଜମା ରଖିଥିବାବେଳେ ୭ ଲକ୍ଷ ଟଙ୍କାର ସୁନା, ରୁପା ଗହଣାକୁ ଭିଜିଲାନ୍ସ ଠାବ କରିଛି। ଏହାବାଦ୍‌ ତାଙ୍କ ଘରୁ ୪ ଲକ୍ଷ ୯୨ହଜାର ୪୧୫ ଟଙ୍କାର ଆସବାବପତ୍ରକୁ ଭିଜିଲାନ୍ସ ଠାବ କରିଛି। ରାୟଙ୍କ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri