ବିଡିଏକୁ ମଲ୍‌ ମାଲିକଙ୍କ ଚ୍ୟାଲେଞ୍ଜ: ହାଇକୋର୍ଟ ଅର୍ଡର ଦେଖାଇ ନିଆଯାଉଛି ପାର୍କିଂ ଫି

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜଧାନୀରେ ଥିବା ମଲ୍‌, ସିନେମା ହଲ୍‌, ଆପାର୍ଟମେଣ୍ଟ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାର୍କିଂ ଫି ଆଦାୟ କରିପାରିବେ ନାହିଁ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏହି କଡ଼ା ନିର୍ଦ୍ଦେଶ ଓ କାର୍ଯ୍ୟାନୁଷ୍ଠାନ ପରେ କିଛିଦିନ ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ ବନ୍ଦ ହୋଇଥିଲା। ହେଲେ ଏବେ ବିଡିଏର ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିଛନ୍ତି ମଲ୍‌ ମାଲିକ। ହାଇକୋର୍ଟ ଅର୍ଡର ଦେଖାଇ ପୁଣି ପାର୍କିଂ ଫି ଆଦାୟ ଆରମ୍ଭ କରିଛନ୍ତି। ଗୁରୁବାର ସ୍ଥାନୀୟ ଏସ୍‌ପ୍ଲାନେଡ୍‌ ମଲ ଓ ଶହୀଦ ନଗର ବିଏମ୍‌ସି ଭବାନୀ ମଲ୍‌ରେ ପାର୍କିଂ ଫି ଆଦାୟ ହେଉଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ ପରିସ୍ଥିତିରେ ହାଇକୋର୍ଟ ବିଡିଏର ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଜାରି କଲେ ଓ ପାର୍କିଂ ଫି ଆଦାୟ କରିବା ପାଇଁ ଅନୁମତି ଦେଲେ ତାହାର ତର୍ଜମା କରାଯାଉଛି। ଆଇନ ଅନୁସାରେ ମାମଲା ଲଢ଼ିବୁ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ। ସେ କହିଛନ୍ତି, ମଲ୍‌ରେ ପୁଣି ପାର୍କିଂ ଫି ନିଆଯାଉଥିବା ନଜରକୁ ଆସିବା ପରେ ସମ୍ପୃକ୍ତ ମଲ୍‌ ମାଲିକଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେମାନେ ହାଇକୋର୍ଟଙ୍କ ଏକ ଅର୍ଡର ବିଡିଏକୁ ଦେଖାଇଥିଲେ। ହାଇକୋର୍ଟଙ୍କ ଅର୍ଡରକୁ ସମ୍ମାନ ଜଣାଉଛୁ। ଆଗାମୀ ଦିନରେ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ ପ୍ରକାଶ କରିଛନ୍ତି। ବିଡିଏ ପ୍ଲାନିଂ ମେମ୍ବର ଗୌରୀ ଶଙ୍କର ଭୂୟାଁ କହିଛନ୍ତି, କୌଣସି ମଲ୍‌ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ତଥା ମେଡ଼ିକାଲର ପାର୍କିଂ ଆଦାୟ କରିବାର କ୍ଷମତା ନାହିଁ। ମାଗଣା ପାର୍କିଂ ଯୋଗାଇ ଦେବାକୁ ସେମାନେ ବାଧ୍ୟ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପାର୍କିଂ ଫି ଆଦାୟ ବନ୍ଦ ପାଇଁ ଅକ୍ଟୋବର ୧୪ରେ ବିଡିଏ ନୋଟିସ କରିଥିଲା। ବିଡିଏ ଦ୍ୱାରା ଅନୁମୋଦିତ ବିଲ୍ଡିଂ ପ୍ଲାନ୍‌ରେ ରହିଥିବା ପାର୍କିଂସ୍ଥଳକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବାରୁ ଲୋକେ ବାହାରେ ରାସ୍ତା ଉପରେ ଗାଡ଼ି ରଖୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ବିଡିଏ ଗୁରୁତ୍ୱର ସହ ଗ୍ରହଣ କରିବା ସହ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri