Posted inଖେଳ

ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଚମତ୍କାର ବୋଲିଂ, ଓଡ଼ିଶା ବିଜୟୀ

କଟକ ଅଫିସ,୧୩ା୧୦- ଭଦୋଦରାର ମୋତିବାଗ୍‌ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୩୧ ରନରେ ବିଦର୍ଭକୁ ପରାସ୍ତ କରିଛି । ୮ଟି ମ୍ୟାଚ୍‌ ଖେଳି ସାରିଥିବା ଓଡ଼ିଶା ୩ଟି ବିଜୟ ସହ ୧୮ ପଏଣ୍ଟ ସଂଗ୍ରହ କରିଛି । ରବିବାର ବରୋଦା ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ । ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପାଇଁ ଓପନିଂ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୩ଟି ଉଇକେଟ ଦଖଲ କରି ଦଳକୁ ବିଜୟ ପଏଣ୍ଟ ପ୍ରଦାନ କରିବାରେ ସହାୟକ ହୋଇଛନ୍ତି । ୧୯ରନରେ ୩ଟି ଉଇକେଟ ହାସଲ କରିବା ମଧ୍ୟ ଶୁଭ୍ରାଂଶୁଙ୍କ ଲିଷ୍ଟ-ଏ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ବଲରେ ଓପନର ଶାନ୍ତନୁ ମିଶ୍ରଙ୍କୁ ୟଶ ଠାକୁର କ୍ୟାଚ୍‌ ଆଉଟ କରାଇଥିଲେ । ଖାତା ଖୋଲିବା ପୂର୍ବରୁ ଶାନ୍ତନୁ ପ୍ୟାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଶୁଭ୍ରାଂଶୁ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୫୯ରନ ସଂଗ୍ରହ କରିଥିଲେ । ବାମହାତୀ ଅର୍ଥୋଡକ୍ସ ଆଦିତ୍ୟ ସରୱାତେ ସନ୍ଦୀପଙ୍କୁ ୨୬ରନରେ କ୍ଲିନ ବୋଲ୍ଡ କରିଥିଲେ । ପରେ କ୍ରିଜକୁ ଆସିଥିବା ଦେବାଶିଷ ସାମନ୍ତରାୟ ମଧ୍ୟ ୫ରନରେ ସରୱାତେଙ୍କ ଶିକାର ପାଲଟିଥିଲେ । ସମନ୍ବୟ ଅଭାବରୁ ଶୁଭ୍ରାଂଶୁଙ୍କୁ ୩୪ରନରେ ରନଆଉଟ ହେବାକୁ ପଡ଼ିଥିଲା । ଓଡ଼ିଶାର ଦଳୀୟ ସ୍କୋର ୭୧ ଥିବା ବେଳେ ୪ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇ ସାରିଥିଲେ । ୫ମ ଉଇକେଟ ଭାଗିଦାରୀରେ ଓଡ଼ିଶା ସଂଗ୍ରହ କରିଥିଲା ୧୧୬ରନ। ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ଓ ଅଲରାଉଣ୍ଡର ଅଭିଷେକ ରାଉତଙ୍କ ଆକର୍ଷଣୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଠାରେ ଗୋବିନ୍ଦ ଲିଷ୍ଟ-ଏ କ୍ୟାରିୟରର ୧୨ତମ ଅର୍ଦ୍ଧଶତକ ସଂଗ୍ରହ କରିଛନ୍ତି। ଅଭିଷେକ ୪୧ରନରେ ଆଉଟ ହୋଇଥିଲେ । ପରେ ୮୭ବଲରୁ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୭୬ରନ କରିଥିବା ଗୋବିନ୍ଦ ୟଶଙ୍କ ଶିକାର ହୋଇଥିଲେ। ନବାଗତ ପ୍ରୟାସ ସିଂ ୧୪ରନ କରିଛନ୍ତି । ଓଡ଼ିଶା ୮ ଉଇକେଟ ହରାଇ ୨୨୪ରନ କରିଥିଲା। ବିଦର୍ଭ ପକ୍ଷରୁ ୟଶ ଠାକୁରଙ୍କୁ ସର୍ବାଧିକ ୩ଟ ଉଇକେଟ ମିଳିଥିଲା । ୨୨୫ରନର ବିଜୟ ଲକ୍ଷ୍ୟ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ବିଦର୍ଭ ମଧ୍ୟ ପ୍ରଥମ ଓଭରରୁ ଝୁଣ୍ଟି ଥିଲା । ଦଳୀୟ ସ୍କୋରର ଖାତା ଖୋଲିବା ପୂର୍ବରୁ ଓପନର ଫୈଜ ଫଜଲ ରନଆଉଟ ହୋଇଥିଲେ । ପରେ ୧୫ରନରେ ୨ଟି ଓ ୫୦ରନରେ ବିଦର୍ଭର ୫ଟି ଉଇକେଟ ପତନ ଘଟିଥିଲା । ଦଳ ସଙ୍କଟରେ ଥିବା ବେଳେ ବ୍ୟାଟିଂ କ୍ରମ ୮ନଂରେ କ୍ରିଜକୁ ଆସିଥିବା ଅକ୍ଷୟ କନେର୍‌ଓାର ଓ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅକ୍ଷୟ ୱାଡେକର କିଛି ଓଭର ଧରି ଓଡ଼ିଶାର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ। ଉଭୟଙ୍କ ବ୍ୟାଟରୁ ବଡ଼ ସଟ୍‌ ଦେଖିବାକୁ ମିଳିଥିଲା । ଅକ୍ଷୟଙ୍କୁ ୪୩ରନରେ ଆଉଟ କରି ଡାହାଣହାତୀ ସ୍ପିନ ବୋଲର ଶାନ୍ତନୁ ଓଡ଼ିଶା ନିମନ୍ତେ ସବୁଠାରୁ ବଡ ବ୍ରେକଥ୍ରୁ ଦେଇଥିଲେ । ପରେ ଶାନ୍ତନୁ ଆଉ ୨ଟି ଉଇକେଟ ଦଖଲ କରିଥିବା ବେଳେ କନେର୍‌ଓାରଙ୍କୁ ୭୦ରନରେ ଦେବବ୍ରତ ପ୍ରଧାନ ଆଉଟ କରି ବିଦର୍ଭକୁ ପରାଜୟର ଦ୍ୱାର ଦେଖାଇଥିଲେ । ଦେବବ୍ରତ ଓ ପପୁ ରାୟ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି । ପ୍ରୟାସ ଓ ଅଭିଷେକ ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri