Categories: ଖେଳ

ବିଜୟ ଶଙ୍କରଙ୍କ ଉପରେ ରାଗିଲେ ଫ୍ୟାନ୍‌: କହିଲେ, ତୁମଠୁ ଭଲ ଲାଲୁ ଜୀ ଖେଳିଥାନ୍ତେ

ମାଞ୍ଚେଷ୍ଟର,୨୮।୬:ଆଇସିସି କ୍ରିକେଟ ବିଶ୍ୱକପର ଏକ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। କେବଳ ବିଜୟ ଶଙ୍କରଙ୍କୁ ଛାଡି ସବୁ ଖେଳିଙ୍କ ପ୍ରଦର୍ଶନ ଭଲ ରହିଛି। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚରେ ପୁଣି ବିଫଳ ହୋଇଥିଲେ। ୧୯ ବଲରୁ ୩ ଚୌକା ସହ ୧୪ ରନ କରିଥିବା ବେଳେ ରୋଚଙ୍କ ବଲରେ ହୋପଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ସୁଯୋଗ ମିଳିବା ସତ୍ତ୍ୱେ ଶଙ୍କର ୪ ନମ୍ବରରେ ଏହାର ସଦ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ବିଶ୍ୱକପରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ମାତ୍ର ୫୮ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷରେ ୧୫, ଆଫଗାନିସ୍ତାନ ବିପକ୍ଷରେ ୨୯ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୪ରନ୍‌ କରି ଆଉଟ୍‌ ହୋଇଛନ୍ତି। ବିଜୟ ଶଙ୍କରଙ୍କ ଏଭଳତ ଫ୍ଲପ୍‌ ଇନିଂଶ ଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି। ତୁମଠୁ ଭଲ ଲାଲୁ ଜୀ ଖେଳିଥାନ୍ତେ ବୋଲି ୟୁଜର୍ସ ଶଙ୍କରଙ୍କୁ ଟ୍ରୋଲ କରିଛନ୍ତି। କେହି କେହି କ’ଣ କରିବାକୁ ଆସିଥିଲ ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି।

Share