ବିଜୟା ଦଶମୀରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ ଅଫିସ,୮।୧୦: ଶ୍ରୀକ୍ଷେତ୍ରରେ ଚାଲିଛି ଶାରଦୀୟ ପୂଜା। ଉତ୍ସବମୁଖର ସହର। ବିଭିନ୍ନ ଦେବୀ ପୀଠରେ ଚାଲିଛି ଷୋଡ଼ଶ ପୂଜା। ଚଳଚଞ୍ଚଳ ଦେବୀ ପୀଠ। ସକାଳଠାରୁ ଦେବୀ ପୀଠ ଏବଂ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ। ମା’ ଶ୍ୟାମାକାଳୀ, ଦକ୍ଷିଣକାଳୀ, ମରିଚି ଠାକୁରାଣୀ, ରାମଚଣ୍ଡୀ ଠାକୁରାଣୀ, ମା ଚର୍ଚ୍ଚିକା, ଗୋବର୍ଦ୍ଧନ ପୀଠସ୍ଥିତ ମା’ ବିମଳା, ଜହ୍ନିଖାଇ, କାକୁଡିଖାଇ ଏବଂ ବାଟମଙ୍ଗଳା, ମା’ ଝାଡେଶ୍ୱରୀ ଠାକୁରାଣୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ସକାଳ ଭୋର ଦ୍ୱାର ଫିଟା ଏବଂ ସମସ୍ତ ଦେବ ନୀତି ସମାପ୍ତି ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଅନ୍ୟପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳାଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି।
ଏହି ସମୟରେ ମା’ଙ୍କ ନବଦିନ ୍ଯଯାପୀ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି। ସକାଳେ ଶୁଖିଲା ଭୋଗ ସହ ମଧ୍ୟାହ୍ନ ଏବଂ ରାତ୍ରିରେ ଶଙ୍ଖୁଡି ଭୋଗ ହୋଇଥାଏ। ମା’ଙ୍କ ଅପୂର୍ବ ବେଶର ଦର୍ଶନ ଏବଂ ସାନ୍ନିଧ୍ୟ ଲାଗି ଭକ୍ତଙ୍କ ଭିଡ ଜମୁଛି। ବର୍ଷ ସାରା ଏହି ପୀଠ ଗୁଡିକରେ ଭିଡ ଲାଗି ରହୁଥାଏ। ଶାରଦୀୟ ପୂଜା ସମୟରେ ମା’ଙ୍କୁ ଦର୍ଶନ କରିଲେ, ପୁଣ୍ୟପ୍ରାପ୍ତି ସହିତ ପରିବାର ସୁଖଶାନ୍ତିରେ ପରିପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ମା’ଙ୍କ କୃପାଲାଭ ଲାଗି ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ବିଶେଷତଃ ଶ୍ୟାମାକାଳୀ, ଦକ୍ଷିଣକାଳୀ, ମା’ ବିମଳା, ରାମଚଣ୍ଡୀ, ବାଟ ମଙ୍ଗଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ପ୍ରଥମେ ବାଟରେ ବାଟମଙ୍ଗଳାଙ୍କ କୃପା ଲାଭ କରି ଶ୍ରୀକ୍ଷେତ୍ରରେ ପ୍ରବେଶ କରିଥାନ୍ତି। ପୁଣି ଫେରିବାବେଳେ ମା’ଙ୍କ ଦର୍ଶନ କରି ଫେରନ୍ତି। ଅନ୍ୟପଟେ ଶ୍ରୀକ୍ଷେତ୍ର ଘରେ ଘରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। କେତେକ ନବଦିନବ୍ୟାପୀ ପୂଜା କରୁଥିବାବେଳେ ଆଉ କେତେକ ସପ୍ତମୀଠାରୁ ଦଶମୀ ପୂଜା କରନ୍ତି। ଚଳିତ ବର୍ଷ ବଡଶଙ୍ଖ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗା ପୂଜା ମହାଆଡମ୍ବରରେ ଆରମ୍ଭ ହୋଇଛି। ଶାରଦୀୟ ପୂଜା ଅବରସରେ ସମସ୍ତ ଦେବୀପୀଠଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସନ୍ଧ୍ୟା ହେଲେ ବିଭିନ୍ନ ରଙ୍ଗିନ ଆଲୋକମାଳାରେ ପୁରୀ ସହର ଝଲସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri