Categories: ଜାତୀୟ

ବିଜୟଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ ତମ ଜୟନ୍ତୀ ଅବସରରେ ବିଜୟଘାଟରେ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ ନେତାମାନେ ଏହି ଅବସରରେ ବିଜୟଘାଟ ଯାଇଛନ୍ତି। ସୂଚନାଯୋଗ୍ୟ, ୧୯୦୪ ଅକ୍ଟୋବର ୨ରେ ଲାଲ୍‌ ବାହାଦୂର ଶାସ୍ତ୍ରୀ ଜନ୍ମ ମୋଗଲସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ ଜୁନ୍‌ ୯ ତାରିଖରେ ସେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Share