ବିଜ୍ଞାନାଗାରରେ ଆତ୍ମାର ଓଜନ

ଅଗଷ୍ଟ ୧୯୨୯ରେ ଦୁଇ ବନ୍ଧୁ ପଲ୍‌ ଡିରାକ (୧୯୦୨-୧୯୮୪) ଓ ୱାର୍ନେର ଆଇଜେନବର୍ଗ (୧୯୦୧-୧୯୭୬) ପଦାର୍ଥ ବିଜ୍ଞାନର ଗୋଟିଏ ସମ୍ପାନରେ ଯୋଗଦେବା ପାଇଁ ଜାହାଜରେ ଜାପାନ ଯାଉଥିଲେ। ସେତେବେଳେ ଉଭୟେ ଅବିବାହିତ। ଆଇଜେନବର୍ଗଙ୍କୁ ତାଙ୍କ ସାଙ୍ଗମାନେ ‘ମହିଳାଙ୍କ ପୁରୁଷ’ (ଲେଡିସ୍‌ ମ୍ୟାନ) ଭାବେ ଜାଣନ୍ତି। ସେ ଯୁବତୀମାନଙ୍କୁ ସହଜରେ ପ୍ରେମ କରିପାରନ୍ତି ଅଥବା ପ୍ରଣୟୀ ଭାବେ ଛଳନା କରନ୍ତି। କିନ୍ତୁ ତାଙ୍କର ସାଥୀ ଡିରାକ ଗମ୍ଭୀର ସ୍ବଭାବର ବ୍ୟକ୍ତି। ସେ ଅନ୍ୟମାନଙ୍କ ସହ ଖୋଲାରେ କଥାବାର୍ତ୍ତା ହେବାଠାରୁ ନିଜକୁ ଦୂରେଇ ରଖନ୍ତି। ଏପରି କି କାହା ସହିତ ମିଳାମିଶା କରି ପଦେ କହିବା ତାଙ୍କ ପକ୍ଷେ ଯନ୍ତ୍ରଣାଦାୟକ। ଏହି ଦୁଇ ବନ୍ଧୁ ଏମିତି ବିପରୀତ ସ୍ବଭାବର ବ୍ୟକ୍ତି।
ଜାହାଜ ଯାତ୍ରା ବେଳେ ଡିରାକ ବନ୍ଧୁଙ୍କୁ କୌତୂହଳବଶତଃ ପ୍ରଶ୍ନ କଲେ, ”ତୁମେ କାହିଁକି ନାଚ କରୁଛ?“ ଆଇଜେନବର୍ଗ ରସିକତାର ସହ ଜବାବ ଦେଲେ, ”ଯେତେବେଳେ ଏତେ ସୁନ୍ଦରୀ ତରୁଣୀ ଅଛନ୍ତି, ଏହା (ନାଚ) ସନ୍ତୋଷ ଓ ଆନନ୍ଦ ପ୍ରଦାନ କରେ।“
ଡିରାକଙ୍କୁ ଏହି ଉତ୍ତର ରହସ୍ୟମୟ ମନେହେଲା। ପୁଣି ସେ ପଚାରିଲେ, ”ଆଇଜେନବର୍ଗ! ପ୍ରଥମେ ତୁମେ କେମିତି ଜାଣୁଛ ଯେ କେଉଁ ଯୁବତୀ ରୂପସୀ। ଏମିତି ଜାଣିଲେ ତ ନାଚ କରିବ।“
ଆଇଜେନବର୍ଗ ଏହି ଅସହଜ ପ୍ରଶ୍ନର ଜବାବ ଦେବାକୁ ଅସମର୍ଥ ହେଲେ। ଡିରାକ ଆଶା କରୁଥିଲେ ଯେ, ମହିଳାଙ୍କ ସୌନ୍ଦର୍ଯ୍ୟ ମାପିବା ପାଇଁ ଆଇଜେନବର୍ଗ କୌଣସି ଗୋଟିଏ ସୂତ୍ର ବା ସମୀକରଣ ବାହାର କରିଛନ୍ତି, ଯାହା ପ୍ରୟୋଗ କରି ଜଣକର ରୂପର ମାତ୍ରା ଗାଣିତିକ ଭାବେ ହିସାବ କରିହେବ। (ଦ୍ରଷ୍ଟବ୍ୟ: ‘ଏଣ୍ଟି-ମାଟାର୍‌ ଆଣ୍ଡ ମ୍ୟାଡ୍‌ନେସ’, ରବିନ୍‌ ମାଇକ, ଦ ଗାର୍ଡିଆନ୍‌, ୪ ଏପ୍ରିଲ ୨୦୧୩)। ଡିରାକଙ୍କ ପ୍ରଶ୍ନର ଉତ୍ତର କେବଳ ବ୍ରହ୍ମାଙ୍କୁ ଜଣାଥିବ।
ପ୍ରକାଶ ଥାଉ କି, ପଲ୍‌ ଡିରାକ ୧୯୩୩ ଓ ଆଇଜେନବର୍ଗ ୧୯୩୨ରେ ପଦାର୍ଥ ବିଜ୍ଞାନରେ ନୋବେଲ ବିଜୟୀ ହୋଇଥିଲେ।
ଏହି କଥୋପକଥନରୁ ଗୋଟିଏ ବାର୍ତ୍ତା ମିଳେ, କେମିତି କିଛି ବୈଜ୍ଞାନିକ ବିଭିନ୍ନ ଭାବାତ୍ମକ ଗୁଣ ବା ସତ୍ତାର ମଧ୍ୟ ଗାଣିତିକ କିମ୍ବା ଗବେଷଣାଗାରରେ ପରୀକ୍ଷା କରି ତା’ର ଫର୍ମୁଲା ନିର୍ଣ୍ଣୟ କରିବା ପାଇଁ ବ୍ୟାକୁଳ। ଉଦାହରଣ ସ୍ବରୂପ ଆତ୍ମା ପରି ବିଷୟବସ୍ତୁ ବିଚାର୍ଯ୍ୟ।
ହାଭେରହିଲ (ମାସାଚୁସେଟ୍‌ସ)ର ଡାକ୍ତର ଡଙ୍କନ ମ୍ୟାକଡୋଗାଲ ୧୯୦୭ ମସିହାରେ ଆତ୍ମାର ଓଜନ ନିର୍ଣ୍ଣୟ କରିବାକୁ ପରୀକ୍ଷା କଲେ। ଏଥିପାଇଁ ସେ ଛଅଜଣ ବ୍ୟକ୍ତିଙ୍କୁ ନିଜ ପରୀକ୍ଷା ପରିସରରେ ଅନ୍ତର୍ଭୁକ୍ତ କଲେ। ଠିକ୍‌ ମରିବା ପୂର୍ବରୁ ଏବଂ ପରେ ସେ ସେମାନଙ୍କ ଓଜନ ରେକର୍ଡ କଲେ। ଦେଖିଲେ ଯେ, ଏଇ ଛଅଜଣକ ମଧ୍ୟରୁ ଜଣକର ଓଜନ ୨୧.୩ ଗ୍ରାମ୍‌। ଏହା ହେଉଛି ଆତ୍ମାର ଓଜନ ବୋଲି ସେ ନିଶ୍ଚିତ ହୋଇଗଲେ।
ମ୍ୟାକଡୋଗାଲ ଦାବି କଲେ ଯେ, ସେ ଏମିତି ଉପସଂହାରରେ ପହଞ୍ଚତ୍ବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି ଏବଂ ଏହା ଠିକ୍‌; କିନ୍ତୁ ବୈଜ୍ଞାନିକ ମହଲରେ ଏହା ସ୍ବୀକୃତ ହେଲା ନାହିଁ। କାରଣ ଏହି ସାମ୍ପଲ ସାଇଜ ମୋଟେ ଛଅଜଣରେ ସୀମିତ। ତେବେ ଏହା ‘ଏକୋଇଶ ଗ୍ରାମ୍‌ ପରୀକ୍ଷା’ ଭାବେ ଖ୍ୟାତ ହୋଇଛି।
ପରେ ‘ଡିସେମ୍ବର ୨୦୦୧ରେ ପଦାର୍ଥ ବିଜ୍ଞାନୀ ଲୁଇସ ହୋଲାଣ୍ଡର ମଣିଷ ପରିବର୍ତ୍ତେ ମେଣ୍ଢା, ଛେଳି, ମେଣ୍ଢୀ ଉପରେ ପରୀକ୍ଷା କରି ଜାଣିଲେ ଯେ, ମୃତ୍ୟୁ ପରେ ଓଜନ ବୃଦ୍ଧି ପାଏ, ଯାହାର ପରିମାଣ ୧୮ରୁ ୭୮୦ ଗ୍ରାମ୍‌। (ଦ୍ରଷ୍ଟବ୍ୟ:‘ଅନଏକ୍ସପ୍ଲେନେଡ ୱେଟ୍‌ ଗେନ ଟ୍ରାଞ୍ଜିଏଣ୍ଟ୍‌ସ ଆଟ୍‌ ଦ ମୁମେଣ୍ଟ ଅଫ ଡେଥ୍‌’, ହଲାଣ୍ଡର, ଜର୍ନାଲ ଅଫ୍‌ ସାଇଣ୍ଟିଫିକ ଏକ୍ସପ୍ଲୋରେଶନ୍‌)। ଏଥିରୁ ସ୍ପଷ୍ଟ ହୁଏ ଯେ, ଅଦ୍ୟାବଧି ଆତ୍ମାର ମପାମପି କ୍ଷେତ୍ରରେ ବୈଜ୍ଞାନିକ ପ୍ରଣାଳୀ ବ୍ୟର୍ଥ ହୋଇଛି, ଯଦିଚ କେତେଜଣ ଗବେଷକ ଉଦ୍ୟମ ଜାରିରଖିଛନ୍ତି।
ଏହି ପୃଷ୍ଠଭୂମିରେ ଭଗବଦ୍‌ ଗୀତାର ଦ୍ୱିତୀୟ ଅଧ୍ୟାୟରେ ବହୁଳ ପ୍ରଚଳିତ ଶ୍ଳୋକଟି ମନେପଡ଼େ :
”ନ ଜାୟତେ ମ୍ରିୟତେ ବା କଦାଚିନ
ନୀୟଂ ଭୂତ୍ୱା ଭବିତା ବା ନ ଭୂୟଃ।
ଅଜୋ ନିତ୍ୟଃ ଶାଶ୍ୱତୋଃୟଂ ପୁରାଣୋ
ନ ହନ୍ୟନେ ହନ୍ୟମାନେ ଶରୀରେ।“
ଆତ୍ମାର ଜନ୍ମ ନାହିଁ କି ମରଣ ନାହିଁ। ଏମିତି ସମୟ ନ ଥିଲା, ଯେତେବେଳେ ଏହା ଅସ୍ତିତ୍ୱହୀନ ଥିଲା। ଏମିତି ସମୟ ମଧ୍ୟ ନାହିଁ, ଯେତେବେଳେ ଏମିତି ଘଟିବ। ଆତ୍ମା ଚିରନ୍ତନ, ଅମର, ଶାଶ୍ୱତ। ଶରୀର ନଷ୍ଟ ହେବା ସହ ଏହା ନଷ୍ଟ ହୁଏ ନାହିଁ। ଆତ୍ମାର ପରିଚୟ ଦେବାବେଳେ ଏହାର ବସ୍ତୁତ୍ୱ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ।
ଏହି ଅମର ବାଣୀ ସତ୍ତ୍ୱେ କୌତୂହଳୀ ମଣିଷ କ’ଣ ଆତ୍ମାର ଅଦୃଶ୍ୟ ସତ୍ତା ବିଶ୍ଳେଷଣ କରିବ ବା ତା’ର ସ୍ବରୂପ ବୈଷୟିକ ସ୍ତରରେ ନିର୍ଣ୍ଣୟ କରିବାରୁ କ୍ଷାନ୍ତ ରହିବ? ଦୃଷ୍ଟିହୀନା ହେଲେନ କେଲାର (୧୮୮୦-୧୯୬୮)ଙ୍କ ମତ ପ୍ରଣୀଧାନଯୋଗ୍ୟ, ”ବିଶ୍ୱର ସର୍ବୋତ୍ତମ ଓ ସୌନ୍ଦର୍ଯ୍ୟମୟ ବସ୍ତୁକୁ ଦେଖିହେବ ନାହିଁ କି ଛୁଇଁହେବ ନାହିଁ। ହୃଦୟରେ ଏହାକୁ ଅନୁଭବ କରିବା ହେଉଛି ଶ୍ରେଷ୍ଠ।“ ତେବେ ଏହା କିଛି ଜିଜ୍ଞାସୁ ଚିନ୍ତକ ଓ ବୈଜ୍ଞାନିକଙ୍କୁ କେତେଦୂର ସନ୍ତୁଷ୍ଟ କରିବ, ତାହା ଭବିଷ୍ୟତ କହିବ। ବିଶ୍ୱାସକୁ ଭିତ୍ତି କରି ଆତ୍ମା ତିଷ୍ଠିଛି। ଏହା କିନ୍ତୁ ସର୍ବସମ୍ମତ ହୋଇପାରି ନାହିଁ।
ବଡ଼ଖେମୁଣ୍ଡି ବଙ୍ଗଳା, ଉତ୍କଳ ଆଶ୍ରମ ମାର୍ଗ
ବ୍ରହ୍ମପୁର, ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri