ବିଜ୍ଞାନରେ ବ୍ରେକ୍‌ଥ୍ରୁ ପୁରସ୍କାର

‘ପଦାର୍ଥ ବିଜ୍ଞାନ ପାଇଁ ମିଳିତଭାବେ ୩୪୭ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ପ୍ରଥମ ଥର ପାଇଁ ଗୋଟିଏ କୃଷ୍ଣଗର୍ତ୍ତ(ବ୍ଲାକ ହୋଲ)ର ଚିତ୍ର ଉତ୍ତୋଳନ କରିଥିଲେ। କୃଷ୍ଣଗର୍ତ୍ତର ବସ୍ତୁତ୍ୱ ଅତି ବେଶି ହୋଇଥିବାରୁ ଏହାର ମାଧ୍ୟାକର୍ଷଣ ବଳ ମଧ୍ୟ ଅତ୍ୟଧିକ ଏବଂ ଏହି ବଳର ଆକର୍ଷଣ ଯୋଗୁ ତା’ ମଧ୍ୟରୁ କୌଣସି ପଦାର୍ଥ ବାହାରକୁ ବାହାରି ପାରେନାହିଁ। ଏପରିକି ଏଥିରୁ ଆଲୋକ ମଧ୍ୟ ନିର୍ଗତ ହୁଏ ନାହିଁ, ଯାହାଫଳରେ ଏହାର ଚିତ୍ର ଉତ୍ତୋଳନ କରିବା ସମ୍ଭବ ହୋଇ ନ ଥାଏ ।“

ବିଜ୍ଞାନର ତିନୋଟି ବିଭାଗରେ ଉଲ୍ଲେଖନୀୟ ଆବିଷ୍କାର କରିଥିବା ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରିବା ପାଇଁ ରୁଷିଆର ବିଶିଷ୍ଟ ଶିଳ୍ପପତି ତଥା ପଦାର୍ଥ ବିଜ୍ଞାନୀ ୟୁରି ମିଲ୍‌ନର ଏବଂ ତାଙ୍କ ପନତ୍ୀ ଜୁଲିଆ ମିଲନର ୨୦୧୨ ମସିହା ଜୁଲାଇରେ ବ୍ରେକଥ୍ରୁ ପୁରସ୍କାର ସ୍ଥାପନ କରିଛନ୍ତି। ଏହା ହେଉଛି ଗୋଟିଏ ଅନ୍ତର୍ଜାତୀୟ ପୁରସ୍କାର। ମୌଳିକ ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତରେ ଉଲ୍ଲେଖନୀୟ ଆବିଷ୍କାର କରିଥିବା ବ୍ୟକ୍ତିମାନଙ୍କୁ ସ୍ବୀକୃତି ସ୍ବରୂପ ଏହି ପୁରସ୍କାର ୨୦୧୨ ମସିହାରୁ ପ୍ରଦାନ କରାଯାଉଛି। ପ୍ରତ୍ୟେକ ପୁରସ୍କାର ପାଇଁ ତିନି ନିୟୁତ ଡଲାର(ପ୍ରାୟ ୨୧ କୋଟି ଟଙ୍କା) ଅର୍ଥ ରାଶି ପ୍ରଦାନ କରାଯାଇଥାଏ। ଏଣୁ ଏହା ହେଉଛି ଅର୍ଥ ହିସାବରେ ପୃଥିବୀର ସବୁଠାରୁ ବଡ଼ ବିଜ୍ଞାନ ପୁରସ୍କାର। ତୁଳନାମତ୍କ ଭାବେ ପ୍ରତ୍ୟେକ ନୋବେଲ ପୁରସ୍କାର ପାଇଁ ପ୍ରାୟ ୭.୪ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ପୂର୍ବ ପୁରସ୍କାର ବିଜୟୀମାନଙ୍କୁ ନେଇ ଗଠିତ କମିଟି ଏହି ପୁରସ୍କାର ପାଇଁ ବିଭିନ୍ନ ବ୍ୟକ୍ତି ଚୟନ କରିଥାନ୍ତି। ଏକ ଭବ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହା ବ୍ୟତୀତ ଯୁବ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ପଦାର୍ଥ ବିଜ୍ଞାନ ଓ ଗଣିତରେ ଯୁବ ଗବେଷକମାନଙ୍କୁ ନ୍ୟୁ ହୋରାଇଜନ ପୁରସ୍କାର ପ୍ରଦାନ କରାଯାଉଛି। ପ୍ରତ୍ୟେକ ନ୍ୟୁ ହୋରାଇଜନ ପାଇଁ ଏକ ଲକ୍ଷ ଡଲାର(୭୧ ଲକ୍ଷ ଟଙ୍କା) ପ୍ରଦାନ କରାଯାଇଥାଏ।
ଗତ ସେପ୍ଟେମ୍ବର ୫ରେ ବ୍ରେକ୍‌ଥ୍ରୁ ପୁରସ୍କାର ଅନୁଷ୍ଠାନ ୨୦୨୦ ମସିହା ପାଇଁ ବ୍ରେକଥ୍ରୁ ପୁରସ୍କାର ବିଜୟୀମାନଙ୍କର ନାମ ଘୋଷଣା କରିଛି। ଏହି ବର୍ଷ ପାଇଁ ସାତଟି ପୁରସ୍କାର ଘୋଷିତ ହୋଇଛି। ସେଥିମଧ୍ୟରୁ ଗୋଟିଏ ଗଣିତ ପାଇଁ, ଗୋଟିଏ ପଦାର୍ଥ ବିଜ୍ଞାନ ପାଇଁ ଓ ଅବଶିଷ୍ଟ ପାଞ୍ଚଟି ଜୀବ ବିଜ୍ଞାନ ପାଇଁ ଉଦ୍ଦିଷ୍ଟ। ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଥାଲେକ୍‌ସ ଏସ୍‌କିନ ଗଣିତ ପୁରସ୍କାର ପାଇବେ। ଆବେଲୀୟ ଅବକଳରେ ବିପ୍ଳବାତ୍ମକ ଆବିଷ୍କାର ପାଇଁ ତାଙ୍କୁ ଏଥିପାଇଁ ଚୟନ କରାଯାଇଛି। ଜୀବ ବିଜ୍ଞାନ ପାଇଁ ରକ୍‌ଫେଲର ବିଶ୍ୱବିଦ୍ୟାଳୟର ଜେଫ୍ରେ ଫ୍ରାଇଡମାନ, ମାକ୍‌ସ ପ୍ଲାଙ୍କ ଜୈବରସାୟନ ବିଜ୍ଞାନ ଅନୁଷ୍ଠାନର ଏଫ. ଉଲରିଚ ହାର୍ଟି, ୟେଲ ସ୍କୁଲ ଅଫ ମେଡ଼ିସିନର ଆର୍ଥର ହୋରଉଇଚ, କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡେଭିଡ ଜୁଲିଇସ ଏବଂ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଭର୍ଜିନିଆ ମାନ ୟୀ ଲିଙ୍କୁ ଏହି ପୁରସ୍କାର ମିଳିଛି।
ପଦାର୍ଥ ବିଜ୍ଞାନ ପାଇଁ ମିଳିତଭାବେ ୩୪୭ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ପ୍ରଥମ ଥର ପାଇଁ ଗୋଟିଏ କୃଷ୍ଣଗର୍ତ୍ତ(ବ୍ଲାକ ହୋଲ)ର ଚିତ୍ର ଉତ୍ତୋଳନ କରିଥିଲେ। କୃଷ୍ଣଗର୍ତ୍ତର ବସ୍ତୁତ୍ୱ ଅତି ବେଶି ହୋଇଥିବାରୁ ଏହାର ମାଧ୍ୟାକର୍ଷଣ ବଳ ମଧ୍ୟ ଅତ୍ୟଧିକ ଏବଂ ଏହି ବଳର ଆକର୍ଷଣ ଯୋଗୁ ତା’ ମଧ୍ୟରୁ କୌଣସି ପଦାର୍ଥ ବାହାରକୁ ବାହାରି ପାରେନାହିଁ। ଏପରିକି ଏଥିରୁ ଆଲୋକ ମଧ୍ୟ ନିର୍ଗତ ହୁଏ ନାହିଁ, ଯାହାଫଳରେ ଏହାର ଚିତ୍ର ଉତ୍ତୋଳନ କରିବା ସମ୍ଭବ ହୋଇନଥାଏ। କିନ୍ତୁ ଏହି ବୈଜ୍ଞାନିକମାନେ ଏକ ଅଭିନବ ଉପାୟରେ ଇଭେଣ୍ଟ ହୋରାଇଜନ ଦୂରବୀକ୍ଷଣ ଯନ୍ତ୍ର ସହଯୋଗିତା ପ୍ରକଳ୍ପରେ ପୃଥିବୀଠାରୁ ୫୫ ନିୟୁତ ଆଲୋକବର୍ଷ ଦୂରରେ ଥିବା ମେସିୟର-୮୭(ଏମ୮୭) ଗାଲାକ୍‌ସିର କେନ୍ଦ୍ରରେ ଥିବା ଗୋଟିଏ ଅତିକାୟ କୃଷ୍ଣଗର୍ତ୍ତର ଚିତ୍ର ନେଇ ଇତିହାସ ସୃଷ୍ଟି କରିଛନ୍ତି। ପୃଥିବୀର ବିଭିନ୍ନ ସ୍ଥାନରେ ଯଥା ଆଣ୍ଟାର୍କଟିକା, ଚିଲି, ମେକ୍‌ସିକୋ, ହାଓ୍ବାଇ, ଆରିଜୋନା ଓ ସ୍ପେନ୍‌ରେ ଥିବା ୮ଟି ସମ୍ବେଦନଶୀଳ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କୃଷ୍ଣଗର୍ତ୍ତର ଚିତ୍ର ନେଇ ଏବଂ ପରମାଣିକ ଘଡ଼ି ସାହାଯ୍ୟରେ ସମସ୍ତ ଚିତ୍ରକୁ ସମକାଳୀନ କରି ଏହି ଦଳ କୃଷ୍ଣଗର୍ତ୍ତର ସ୍ପଷ୍ଟ ଚିତ୍ର ନେଇପାରିଥିଲେ। ଏହି କୃଷ୍ଣଗର୍ତ୍ତର ବସ୍ତୁତ୍ୱ ହେଉଛି ପୃଥିବୀ ବସ୍ତୁତ୍ୱର ୬.୫ ବିଲିୟନ ଗୁଣ। ହାର୍ଭାର୍ଡ ସ୍ମିଥ୍‌ସୋନିଆନ ଓ ଜ୍ୟୋତିଃପଦାର୍ଥ ବିଜ୍ଞାନ କେନ୍ଦ୍ରର ଶେପ ଡୋଏଲମାନ ଏହି ଦଳର ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କ ନେତୃତ୍ୱରେ ଏହି ପ୍ରକଳ୍ପରେ ୨୦ଟି ଦେଶରେ ୬୦ଟି ଅନୁଷ୍ଠାନର ପଦାର୍ଥ ବିଜ୍ଞାନୀ କାର୍ଯ୍ୟ କରିଥିଲେ। ଏହି ବର୍ଷ ଏପ୍ରିଲ ୧୦ ତାରିଖରେ ଏହି ଖବର ପୃଥିବୀର ପ୍ରାୟ ସମସ୍ତ ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିଲା।
ବ୍ରେକଥ୍ରୁ ପୁରସ୍କାର ସହିତ ପଦାର୍ଥ ବିଜ୍ଞାନ ଓ ଗଣିତରେ ଉନ୍ନତମାନର ଗବେଷଣା କରିଥିବା ୬ଜଣ ଯୁବ ବୈଜ୍ଞାନିକଙ୍କ ନାମ ମଧ୍ୟ ନ୍ୟୁ ହୋରାଇଜନ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ସମସ୍ତ ପୁରସ୍କାର ବିଜୟୀଙ୍କୁ ଏହି ବର୍ଷ ନଭେମ୍ବର ୩ ତାରିଖରେ କାଲିଫର୍ନିଆ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ। ଏହା ହେବ ଏହି ପୁରସ୍କାର ପ୍ରଦାନର ଅଷ୍ଟମ ଉତ୍ସବ। ଏହି ପୁରସ୍କାର ଉତ୍ସବକୁ ବିଜ୍ଞାନର ଓସ୍କାର କୁହାଯାଉଛି। ଏହାକୁ ନ୍ୟାଶନାଲ ଜିଓଗ୍ରାଫିକ ଚ୍ୟାନେଲ ସିଧା ପ୍ରସାରଣ କରିବ। ପ୍ରତ୍ୟେକ ବର୍ଷର ଉତ୍ସବ ପାଇଁ ଏକ ନିର୍ଦ୍ଦିଷ୍ଟ ବିଷୟ(ଥିମ୍‌) ବଛା ଯାଇଥାଏ। ଏହି ବର୍ଷର ଥିମ୍‌ ହେଉଛି ଅଦୃଶ୍ୟକୁ ଦେଖିବା। ଅଦୃଶ୍ୟ କୃଷ୍ଣଗର୍ତ୍ତର ଚିତ୍ର ନେଇପାରିବା ପରିପ୍ରେକ୍ଷୀରେ ଏହି ଥିମକୁ ଚୟନ କରାଯାଇଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ-୧,
ଭୁବନେଶ୍ୱର, ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri