ବିଜେପୁର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆରଏମ୍‌ସି ପରିସରରେ ଏକ ଗୋଦାମ ହଲର ୧୪ଟି ଟେବୁଲରେ ଗଣତି ଚାଲିଛି। ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଭୋଟ ଗଣନା କେନ୍ଦ୍ରରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ ପ୍ରମୁଖ ପହଞ୍ଚିଛନ୍ତି। ୨୧ ରାଉଣ୍ଡ ଗଣତି ହେବା ପରେ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ମଇଦାନରେ ୫ଜଣ ପ୍ରାର୍ଥୀ ରହିଛନ୍ତି। ବିଜେଡିରୁ ରୀତା ସାହୁ, ଭାଜପାରୁ ସନତ ଗଡତୀୟା, କଂଗ୍ରେସରୁ ଦିଲିପ କୁମାର ପଣ୍ଡା, ହିନ୍ଦୁ ମହାସଭାରୁ ଅଶୋକ ମିତ୍ତଲ ପ୍ରାର୍ଥୀ ରହିଥିବା ବେଳେ ବୃନ୍ଦାବନ ପୁରୋହିତ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ସୂଚନାଯୋଗ୍ୟ, ବିଜେପୁର ନିର୍ବାଚନ ମଣ୍ଡଳୀର ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ରରେ ଗତ ୨୧ ତାରିଖ ମତଦାନ ଗ୍ରହଣ କରାଯାଇଥିଲା। ୭୯.୧୭ ପ୍ରତିଶତ ମତଦାନ ହୋଇଥିଲା।