ବିଜେପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ୪୭୮୮ ଭୋଟରେ ବିଜେଡି ଆଗରେ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୭୮୮ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୭୦୦୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆଙ୍କୁ ୨୨୧୭ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲିପ ପଣ୍ଡା ୩୧୭, ହିନ୍ଦୁ ମହାସଭାର ଅଶୋକ ମିତ୍ତଲ ୫୪, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୪୫ ଭୋଟ ପାଇଥିଲା ବେଳେ ନୋଟାକୁ ୧୪୮ ଭୋଟ ଯାଇଥିବା ଜଣାପଡ଼ିଛି।