ବିଜେପୁର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଆରମ୍ଭ କରାଯାଇଛି। ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ଥିବାବେଳେ ଏହା ପୂର୍ବରୁ ରାଜ୍ୟର ପ୍ରମୁଖ ୩ ଦଳ କାହାକୁ ପ୍ରାର୍ଥୀ କରିବେ ସେନେଇ ମାନସମନ୍ଥନ ଚଳାଇଛନ୍ତି। ବିଜେଡିର ୪ ଜଣିଆ ସମନ୍ବୟ କମିଟି ବୈଠକ ସୋମବାର ବସିଥିଲା। କାହାକୁ ପ୍ରାର୍ଥୀ କଲେ ଦଳ ପାଇଁ ଭଲ ହେବେ ସେନେଇ ଆଲୋଚନା କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ଭାଜପା ଗତ ଦୁଇଟି ନିର୍ବାଚନରେ ବିଜେଡି ସହ କଡା ମୁକାବିଲା କରୁଥିବାରୁ ଏଥର ମଧ୍ୟ ଦଳ ବ୍ୟାପକ ରଣନୀତି ପ୍ରସ୍ତୁତି କରି ବିଜୟୀ ହେବାକୁ ପ୍ରୟାସ କରୁଛି। ନିଜ ପୂର୍ବ ସ୍ଥିତି ଫେରିପାଇବା ସକାଶେ କଂଗ୍ରେସ ବାରମ୍ବାର ବୈଠକ କରୁଥିବା ବେଳେ ବିଜେଡି ଏବଂ ଭାଜପା ଠାରୁ ଆଗୁଆ ଏକ କମିଟି ପ୍ରସ୍ତୁତ କରି ବିଜେପୁର ପାଇଁ କାର୍ଯ୍ୟ ଆରମ୍ଭ କରିଛି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ବିଜେପୁରଠାରେ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକ ଗୁଡିକରେ ଲୋକମାନେ ଯାହାସବୁ ପ୍ରସ୍ତାବ ରଖିଥିଲେ ତାକୁ ନେଇ ଆଲୋଚନା ହୋଇଛି। ଅନ୍ୟପଟେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ସ୍ଥିର କରିସାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଜଣେ କମିଟି ସଦସ୍ୟ କହିଛନ୍ତି, ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ପ୍ରାର୍ଥୀ ତାଲିକା ପଠାଯିବା ସହିତ ବୁଧବାର ଚୂଡ଼ାନ୍ତ ନାମ ଘୋଷଣା କରାଯିବ। ଏଆଇସିସିକୁ ପଠାଯିବାକୁ ଥିବା ତାଲିକାରେ ୩ଜଣଙ୍କ ନାମ ରହିଛି। ମୁଖ୍ୟତଃ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପୁଅଙ୍କୁ ଏଥର ଦଳ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ କହିଛନ୍ତି।
ସେହିପରି ବିଜେଡି ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପୂର୍ବରୁ ବାରମ୍ବାର ମାନସନ୍ଥନ ଜାରି ରଖିଛି। ଦାୟିତ୍ୱ ପାଇଥିବା ୪ ବରିଷ୍ଠ ନେତା ଏନେଇ ଏକାଧିକ ଥର ରୁଦ୍ଧଦ୍ୱାର ବୈଠକ ଚଳାଇଛନ୍ତି। ବାହାରକୁ ଖବର ଯେପରି ନ ଯାଏ ତାକୁ ନେଇ ଦଳ ସମ୍ପୂର୍ଣ୍ଣ ସତର୍କତାର ସହ କାମ ଚଳାଇଛି। ଦଳ ମଧ୍ୟରେ ଆଶୀୟୀଙ୍କ ସଂଖ୍ୟା ବହୁ ମାତ୍ରାରେ ବଢିଯାଇଛି। ଆଶାୟୀଙ୍କ ସଂଖ୍ୟା କମାଇବା ଲାଗି ଦଳ ବହୁ ଉଦ୍ୟମ କରୁଛି। ତଥାପି ସମସ୍ୟା ଦୂରେଇବାର ନାଁ ନେଉନାହିଁ। କେତେକ ଅସନ୍ତୁଷ୍ଟଙ୍କୁ ବିଭିନ୍ନ ନିଗମ ଦାୟିତ୍ୱ ଦିଆସରିଛି। ହେଲେ ଆଉ କେତେଜଣ ଯେଉଁମାନେ ନିଗମ ପାଇ ନାହାନ୍ତି ସେମାନେ ଦଳୀୟ ଟିକେଟ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ବୁଧବାର ବିଜେଡି ପକ୍ଷରୁ ପୁଣିଥରେ ନବୀନ ନିବାସରେ ବୈଠକ ବସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ସେହିପରି ପ୍ରାର୍ଥୀ ଘୋଷଣା ମଧ୍ୟ କରାଯିବାର ସମ୍ଭାବନା ଯଥେଷ୍ଟ ରହିଛି।
ଭାଜପା ୩ ନେତାଙ୍କ ନାଁ ପାର୍ଲାମେଣ୍ଟାରୀ କମିଟି ନିକଟକୁ ପଠାଇ ଦେଇଛି ବୋଲି କହୁଛି। ଭାଜପାରେ ମଧ୍ୟ ଟିକେଟ ପାଇବାକୁ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ଦଳ କିନ୍ତୁ କାହାକୁ ପ୍ରାର୍ଥୀ କରିବ ସେନେଇ ଜଣାପଡିନାହିଁ। ତେବେ ଭାଜପା ପକ୍ଷରୁ ଗତ ରବିବାର ଏକ ବୈଠକ ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲଶ। ବୈଠକରେ ପଶ୍ଚିମ ଓଡିଶା ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ରାଜ୍ୟସ୍ତରରୁ ସେମିତି କୌଣସି ନେତାଙ୍କୁ ଦାୟିତ୍ୱ ସପକ୍ଷରେ ନିଷ୍ପତ୍ତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri