ପିଆଜ ବଜାରରେ ନିଆଁ:ନଭେମ୍ବର ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଆଜ୍ଞା ଆମେ ତ ଦିନ ମଜୁରିଆ। ଖଟିଲେ ଖାଉଛୁ। ପଖାଳ ସାଙ୍ଗକୁ ପିଆଜ ଲଙ୍କା ଲୁଣ ଟିକେ ହେଲେ ଆମର ଚଳି ଯାଉଛି। ଘରେ ୫ ପ୍ରାଣୀ କୁଟୁମ୍ବ। ପିଆଜ କିଲୋରୁ କମ୍‌ ଆଣିଲେ ହେଉନି। ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ପିଆଜରେ କାମ ଚଳୁଥିଲା । ହେଲେ ମାସେ ହେବ ଦର ହୁ ହୁ ହୋଇ ବଢୁଛି। ହାଟରେ ପିଆଜ ଦର ମଧ୍ୟ ୫୦ଟପି ଗଲାଣି। କ’ଣ କରିବୁ କିଛି ବୁଦ୍ଧି ବାଟ ଦିଶୁନି। ସତ୍‌ସଙ୍ଗ ବିହାର ନିକଟରେ ଦିନ ମଜୁରି ପାଇଁ ଅପେକ୍ଷା କରିଥିବା ସନିଆ ବେହେରା ପିଆଜ ଦରକୁ ନେଇ ମଙ୍ଗଳବାର ଏମିତି ପ୍ରତିକ୍ରିୟା ଦେଇଛନ୍ତି।
କେବଳ ସନିଆ କାହିଁକି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ପିଆଜ ଦର ବୁଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛନ୍ତି। ଖୁଚୁରା ବଜାରରେ ପିଆଜ ସତେ ଯେମିତି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇ ଦେଇଛି। ପିଆଜ ଦରକୁ ନେଇ ସାଧାରଣ ଲୋକେ ଘାଣ୍ଟି ଚକଟି ହେଉଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନୀରବ ଦ୍ରଷ୍ଟା ସାଜିଛି। କେବଳ ପିଆଜ ଦର ବୁଝିବା ଛଡ଼ା ବିଭାଗ ନିକଟରେ ଆଉ କିଛି ସତେଯେମିତି ବିକଳ୍ପ ନାହିଁ। ଦର କିଲୋ ପିଛା ୫୦ ଟପିବା ପରେ ମଙ୍ଗଳବାର ବିଭାଗୀୟ ସଚିବ ଓଡ଼ିଶା ବ୍ୟବସାୟୀ ମହାସଂଘ କୁବେରପୁରୀ ବ୍ୟବସାୟୀ ସଂଘ ଏବଂ କଟକର କେତେଜଣ ବ୍ୟବସାୟୀ ସଂଘର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଛନ୍ତି। ବୈଠକ କେବଳ ପିଆଜର ଆମଦାନୀ ଏବଂ ହୋଲସେଲ ଦର ମଧ୍ୟରେ ସୀମିତ ରହିଗଲା। ଆସନ୍ତା ନଭେମ୍ବର ଶେଷ ଯାଏ ପିଆଜ ଦର କମିବାର ପ୍ରଶ୍ନ ଉଠୁନି ବୋଲି ସଂଘର ପ୍ରତିନିଧି ସରକାରଙ୍କୁ ଜଣାଇଲେ। ଓଡ଼ିଶାକୁ ଆମଦାନୀ ହେଉଥିବା ମହାରାଷ୍ଟ୍ରର ନାସିକରେ ହୋଲ୍‌ସେଲ ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟବସାୟୀମାନଙ୍କୁ ସରକାର ରିହାତି ଦେବାର ବ୍ୟବସ୍ଥା କଲେ ଦରକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କର୍ମକର୍ତ୍ତା ମତ ଦେଇଛନ୍ତି। ଅନ୍ୟପକ୍ଷରେ ନାଫେଡ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛି। ରାଜ୍ୟ ସରକାର ନାଫେଡ ଠାରୁ ଆଣି ରିହାତି ଦରରେ ଲୋକଙ୍କୁ ପିଆଜ ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ମାତ୍ର ସରକାର ପିଆଜ ଦର ଉପରେ ଅଙ୍କୁଶ ଲଗାଇବାକୁ କୌଣସି ପଦକ୍ଷେପ ନେବା ମୁଡ୍‌ରେ ନାହାନ୍ତି। ନୂଆ ପିଆଜ ଉତ୍ପାଦନ ପର୍ଯ୍ୟନ୍ତ ଅପେକ୍ଷା କରାଯିବ କି ନାଫେଡ ଠାରୁ କିଣି ଲୋକଙ୍କୁ ଯୋଗାଇବେ ତାହା ଆସନ୍ତା ୭ ଦିନ ପରେ ହେବାକୁ ଥିବା ବୈଠକରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି। ଯୋଗାଣ ବିଭାଗର ଡେପୁଟି ଡାଇରେକ୍ଟର କେ. ପ୍ରତାପ ପାତ୍ର କହିଛନ୍ତି ଯେ, ପିଆଜ ଦରବୃଦ୍ଧି ଏକ ଜାତୀୟ ସମସ୍ୟା। ଉତ୍ପାଦନ କମ୍‌ ହେବା ସହ ବର୍ଷା ଯୋଗୁ ଦରବୃଦ୍ଧି ହୋଇଛି। ନୂଆ ପିଆଜ ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମୋଟା ମୋଟି କହିବାକୁ ଗଲେ ଦରବୃଦ୍ଧି ନିୟନ୍ତ୍ରଣ କରିବା ନେଇ ସରକାର ଏକପ୍ରକାରେ ଅସହାୟ ହୋଇ ପଡ଼ିଛନ୍ତି। ପିଆଜ ଦରବୃଦ୍ଧି କେବଳ ଆଜିର ସମସ୍ୟା ନୁହେଁ। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଦରବୃଦ୍ଧି ଏକ ପରମ୍ପରାରେ ପରିଣତ ହେଲାଣି। ଦରବୃଦ୍ଧିକୁ ନିୟନ୍ତ୍ରିତ କରିବାକୁ କେନ୍ଦ୍ର ସରକାର ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ରଖିବେ। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ବର୍ଷ ଆରମ୍ଭରୁ ରାଜ୍ୟ ସରକାର ଆଳୁ, ପିଆଜ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କ୍ରୟ କରି ରଖିବେ। ଦରବୃଦ୍ଧି ସମୟରେ ଏହାକୁ ବଜାର ଚାହିଦା ମେଣ୍ଟାଇବା ପାଇଁ ଛଡ଼ାଯିବ। ରାଜ୍ୟରେ ୨୦୧୫ରୁ ପିଏସ୍‌ଏଫ୍‌ ପାଣ୍ଠି ଗଠନ କରାଯାଇଥିଲେ ମଧ୍ୟ ତାହାର ଉପଯୋଗ କରାଯାଉନାହିଁ। ରାଜ୍ୟ ସରକାର ନିଜ ଅଂଶ ବାବଦରେ ୫୦ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ୨୫କୋଟି ଦେଇଛନ୍ତି। ଏହି ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା କଥା, ୭୫ କୋଟି ଟଙ୍କା ପିଏସ୍‌ଏଫ୍‌ରେ ଗଚ୍ଛିତ ଥିଲେ ମଧ୍ୟ ଯୋଗାଣ ବିଭାଗ ଏହାର ସଦୁପଯୋଗ କରିବାକୁ ଆଗ୍ରହ ଦେଖାଉ ନାହିଁ। ଫଳରେ ପିଆଜ ଜ୍ୱାଳାରେ ସାଧାରଣ ଗରିବ ଲୋକମାନେ ଛଟପଟ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ କହିବା କଥା ହେଲା ୨୦୧୬ରେ ଶୀତଳ ଭଣ୍ଡାରରେ ଆଳୁ କ୍ରୟ କରି ରଖାଯାଇଥିଲା। ବଜାର ନ ବଢିବାରୁ ଗଚ୍ଛିତ ଆଳୁକୁ ୨/୩ ଟଙ୍କାରେ ମଧ୍ୟ ବିକ୍ରି କରାଯାଇପାରିଲା ନାହିଁ। ଏଥିଯୋଗୁ ଶୀତଳ ଭଣ୍ଡାର ଭଡ଼ା ଏବଂ ଆଳୁ କ୍ରୟ ବାବଦରେ ରାଜକୋଷରୁ ୫୦ ଲକ୍ଷ ବରବାଦ ହୋଇଯାଇଥିଲା। ପିଆଜ ଏକ ଶୀଘ୍ର ନଷ୍ଟକାରୀ ଫସଲ ହୋଇଥିବାରୁ ଏହାକୁ ଗଚ୍ଛିତ ରଖିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ନାଫେଡ କମ୍‌ ଦରରେ ପିଆଜ ଯୋଗାଉଥିବା ବେଳେ ରାଜ୍ୟ ସରକାର ସେହି ପିଆଜକୁ ଖାଉଟିଙ୍କୁ ନୋ ପ୍ରଫିଟ୍‌ ନୋ ଲସ୍‌ରେ ଯୋଗାଇବା ବ୍ୟବସ୍ଥା କାହିଁକି କରୁନାହାନ୍ତି। ସରକାରୀ ଉଦାସୀନତାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପିଆଜ ସାଙ୍ଗକୁ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ରୋଷେଇ ଶାଳା ଭାରାକ୍ରାନ୍ତ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?