ବିଜେଡି ହାତକୁ ଗଲା ହିଞ୍ଜିଳିକାଟୁ ପୌର ପରିଷଦ

ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ପଲେଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ୧୬୩୪ ଭୋଟରେ ହରାଇ ଦେଇଛନ୍ତି । ବିଜୟୀ ବିଜେଡି ପ୍ରାର୍ଥୀ ପଲେଇ ୬୮୨୦ ଭୋଟ୍‌ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ପାଣିଗ୍ରାହୀ ୫୧୫୬ ଖଣ୍ଡଭୋଟ୍‌ ପାଇଛନ୍ତି।

ସେହିପରି ମୋଟ୍‌ ୨୧ ଓ୍ବାର୍ଡରୁ ବିଜେଡି ୧୫ , ସ୍ବାଧୀନ ୪ , ଭାଜପା ୧ ଓ କଂଗ୍ରେସ ୧ ଓ୍ବାର୍ଡ ଅକ୍ତିଆର କରିଛି। ଓ୍ବାର୍ଡ ନଂ- ୧ , ୫,୬ ,୭ ,୮ ,୯ ,୧୦ , ୧୨, ୧୩, ୧୬, ୧୭,୧୮,୧୯,୨୦ଓ ୨୧ ବିଜେଡି ଅକ୍ତିଆର କରିଛି। ଓ୍ବାର୍ଡ ନଂ- ୪, ୧୧, ୧୪ ଓ ୧୫ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଓ୍ବାର୍ଡ ନଂ ୨ରେ ଭାଜପା ଓ ଓ୍ବାର୍ଡ ନଂ ୩ରେ କଂଗ୍ରେସ ବିଜୟୀ ହୋଇଛି। ନିର୍ବାଚନରେ ମୋଟ୍‌ ୧୩୨୨୪ ଭୋଟର ମତଦାନ କରିଥିଲେ। ନବ ନିର୍ବାଚିତ ଅଧ୍ୟକ୍ଷ ପଲେଇ, ଓ୍ବାର୍ଡ ସଭ୍ୟାସଭ୍ୟ, ନଗର ବିଜେଡି ସଭାପତି ଭୀମସେନ ବେହେରା, ମୁଖ୍ୟମନ୍ତ୍ରୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହ ଦଳୀୟ ନେତା ଓ କର୍ମୀ ବିଜୟ ଘୋଷଣା ପରେ ପୌର ପରିଷଦ ଅଫିସରୁ ଶୋଭାଯାତ୍ରାରେ ବିଜୁ ପଟ୍ଟନାୟକ ଛକ ଯାଇଥିଲେ। ସେଠାରେ ସମସ୍ତ ନବ ନିର୍ବାଚିତ ଅଧ୍ୟକ୍ଷ ଓ ସଭ୍ୟା ସଭ୍ୟ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରିଥିଲେ।