ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସୋମବାର ବିଜୁ ଓ ଛାତ୍ର ବିଜୁ ଜନତା ଦଳର ସାଂଗଠନିକ ନିଯୁକ୍ତି ଦିଆଯାଇଛି। ଏ ନେଇ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ଶୁଭେନ୍ଦୁ ମଙ୍ଗରାଜଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବାଲେଶ୍ୱର ଜୋନ୍‌ ସଭାପତି ଭାବେ ଜୟରାମ ଦାସଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ବିଜେଡି ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ତ୍ରିଲୋଚନା ତରାଇ, ପ୍ରଦୀପ୍ତ ଭୂୟାଁ ଏବଂ ତାପସ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସମ୍ପାଦକ ଭାବେ ରଶ୍ମି ରଞ୍ଜନ ଦାସ ଏବଂ ଯୁଗ୍ମ ସମ୍ପାଦକ ଭାବେ ରାଜେଶ କୁମାର ଭୂୟାଁଙ୍କୁ ନିଯୁକ୍ତି ଦିଆଯାଇଛି। ବାଲେଶ୍ୱର ଜିଲାର ଯୁବ ସଭାପତି ଭାବେ ତାପସ କୁମାର ପରିଡାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜଗତ୍‌ସିଂହପୁର ଜିଲାର ସଭାପତି ଭାବେ ସାୈମ୍ୟଜିତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଓ ଜିଲା କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟସ୍ତରୀୟ ବାଲେଶ୍ୱର ଜୋନ୍‌ ପାଇଁ ସଭାପତି ଭାବେ ଅବ୍‌ଦୁଲ ହବିବଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲା ଛାତ୍ର ସଭାପତି ଭାବେ ସିମନ ଦାସ ମହାପାତ୍ର ଏବଂ ଜଗତ୍‌ସିଂହପୁର ଜିଲା ସଭାପତି ଭାବେ ସମିତ ଲେଙ୍କାଙ୍କୁ ନିଯୁକ୍ତି ଦିଆଯାଇଛି।