ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ଯୋଗଦେଇଥିବା ନେତାମାନଙ୍କ ମଧ୍ୟରୁ କିଏ ତା’ର ନେତୃତ୍ୱ ନେଇଥିଲେ ସେକଥା ହୋଇପାରି ନାହିଁ। ହେଲେ ଯେଉଁ କେତେଜଣ ଭୋଜି ଆୟୋଜନ କରିଥିଲେ ସେମାନେ ମଧ୍ୟ ଜାଣି ନ ଥିଲେ ଏଥିରେ ୪୦ ନେତା ସାମିଲ ହେବେ। ତେବେ ଏହି ଭୋଜିରେ ଯୋଗଦେଇଥିବା ୨ ଜଣ ନେତା ସେମାନଙ୍କ ନାମ ଗୋପନ ରଖି କହିଛନ୍ତି, ଦଳର ବ୍ୟବସ୍ଥା ବିରୋଧରେ ଏବେ ଏକାଠି ନ ହେଲେ ସମସ୍ତଙ୍କ ରାଜନୈତିକ ଜୀବନ ବିପଦ ଭିତରକୁ ଚାଲିଯିବ। ଯେଉଁ ୫ରୁ ୬ ଜଣ ନେତା ଦଳର ସବୁ ବିଷୟରେ ମୁଣ୍ଡ ପୂରାଉଛନ୍ତି ସେଥିରେ ପରିବର୍ତ୍ତନ କରାଯାଉ। ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ଅନ୍ୟ ନେତାଙ୍କୁ ଦାୟିତ୍ୱ ଦେବା ଦରକାର। ଯେଉଁ ନେତାମାନେ ସବୁଥିରେ ମୁଣ୍ଡ ପୂରାଉଛନ୍ତି ସେମାନଙ୍କ କେବଳ ଇଚ୍ଛା ପାଣ୍ଡିଆନଙ୍କୁ କିପରି ଦଳରେ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ। ରାଜ୍ୟବାସୀ ଯେତେବେଳେ ସେହି ଜଣେ ବ୍ୟକ୍ତି ପାଇଁ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଦେଲେ ପୁଣିଥରେ ତାଙ୍କୁ ଆଣିବା ପାଇଁ ଯେଉଁ ଉଦ୍ୟମ ଚାଲିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଦରକାର। ଯେଉଁମାନେ ଭୋଜିରେ ଥିଲେ ସେମାନେ ସମସ୍ତେ ନିଜ ନିର୍ବାଚନମଣ୍ଡଳୀରେ ସଙ୍ଗଠନ ପାଇଁ କାମ କରୁଛନ୍ତି। ଲୋକେ ଯାହା ପ୍ରତ୍ୟାଖ୍ୟାନ କରୁଛନ୍ତି ସେ ଦିଗରେ ଦଳ ଚାଲିଲେ କ୍ଷତି ହେବ, ତା’ ଉପରେ ମୁଖ୍ୟତଃ ଆଲୋଚନା ଥିଲା ବୋଲି ସେମାନେ କହିଛନ୍ତି।
ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି, ଭୋଜି କରିବାକୁ ଆସିଥିଲୁ, ଏହା ପଛରେ କିଛି ଆଉ ନାହିଁ। ରାଜନୀତିଆ ଲୋକ ବୋଲି କ’ଣ ଭୋଜି କରିପାରିବେ ନାହିଁ। କୌଣସି କଥାକୁ ଅନର୍ଥ କରିବାର ଆବଶ୍ୟକତା ନାହିଁ। ଯେଉଁମାନେ ଭୋଜି କରିବାକୁ ଆସିଛନ୍ତି ସମସ୍ତେ ହାରିକି ଅଛନ୍ତି, କେହି ସେମାନଙ୍କର କିଛି କରିପାରିବେ ନାହିଁ। ସୂଚନାଯୋଗ୍ୟ, ଦଳର ନେତାମାନେ ବାହାରେ ଭୋଜିଭାତ ନ କରିବା ଲାଗି ନବୀନ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏଭଳି ଆୟୋଜନ କାହିଁକି ବୋଲି ଚର୍ଚ୍ଚା ହେଉଛି। ନବୀନଙ୍କ ଦଳୀୟ ନିଷ୍ପତ୍ତି ବିରୋଧରେ ଏହି ମେଳି ବୋଲି କୁହାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri