ବିଜେଡିର ପ୍ରତିଷ୍ଠା ଦିବସରେ ବିନା ହେଲମେଟରେ ବାଇକ ରାଲି: ଟ୍ବିଟ୍‌ ପରେ ଆକ୍ସନମୁଡ୍‌କୁ ଆସିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବିଜେଡି ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ଏକାଧିକ କର୍ମି ମାଷ୍ଟରକ୍ୟାଣ୍ଟିନ ଛକରୁ ବିଜେଡି ପାର୍ଟି ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଏକାଧିକ କର୍ମୀମାନେ ବିନା ହେଲମେଟରେ ବିଶାଳ ବାଇକ ରାଲିରେ ସହର ଛାତି ଉପରେ କାନ ଫଟା ହର୍ଣ୍ଣ ବଜାଇ ଯାଇଥିଲେ। ଆଇନି ସମସ୍ତଙ୍କ ପାଇଁ ସାମନ। ଣ ପାଇଁ ଦଳୀୟ କର୍ମୀମାନେ ବାଇକରେ ଗଲା ବେଳେ ହେଲମେଟ ପିନ୍ଧିବେ ନାହିଁ ବୋଲି ଅନେକ ଯୁବବର୍ଗ ଟ୍ବିଟ୍‌ରେ କମିଶନରେଟ ପୋଲିସକୁ ପଚାରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଶଢଙ୍ଗୀ କହିଛନ୍ତି ଯେ, ବିନା ହେଲେମେଟରେ ରାଜଧାନୀରେ ରାଜନେଅତିକ ଦଳର ବାଇକ ରାଲି କରିବା ଘଟଣାରେ ସିସିଟିଭି ଟିଭି ଆଧାରରେ ଯାଞ୍ଚ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଂଘନ କରି ବିନା ହେଲମେଟରେ ବାଇକରେ ଯାଇଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତରେ ବିଭିନ୍ନ ରାଜନୈତିକ ଦଳ ବାଇକ ରାଲି ସମୟରେଏଭଳି ନିୟମ ଉଲ୍ଲଂଘନ ଏକ ବଡ ସମସ୍ୟାଭାବେ ସାମ୍ନାକୁ ଆସିଛି। ଭବିଷ୍ୟତରେ ଏହାର ମୁକାବିଲା କରିବାକୁ ବ୍ୟବସ୍ଥ କରାଯିବ ବୋଲି ସେ କହିଛନ୍ତି।

ହେଲେ ଶାସକ ଦଳର କର୍ମୀମାନେ ଏଭଳି ବିନା ହେଲମେଟରେ ଚାଲିରେ ଯିବାକୁ ନେଇ ଟ୍ବିଟ୍‌ରେ ତୀବ୍ର ପ୍ରତିକ୍ରିୟା କରାଯାଉଛଉି। ଓମ୍‌ପ୍ରକାଶ ପଟ୍ଟନାୟକ ନାମକ ଯୁବକ ଟ୍ବିଟ୍‌ କରିଛନ୍ତି ଯେ, ବିନା ହେଲମେଟରେ ବାଇକରେ ଦଳିଅ ପତାକା ଲଗାଇ ଏକାଧିକ କର୍ମୀ ରାଲିରେ ରାଉଛନ୍ତି। ସେମାନଙ୍କୁ ଏଜି ଛକରେ ଟ୍ରାଫିକ ପୋଲିସ ଅଟକାଇଲା ନାହିଁ। ବରଂ ସାଧାରଣ ଲୋକଙ୍କୁ ଅଟକାଇ ଏମାନଙ୍କ ଛଡା ଗଲା କଣ ପାଇଁ ବୋଲି ସିପିଙ୍କଚ ପ୍ରଶ୍ନ କରିଛନ୍ତି।

ଏନେଇ ବିଶ୍ୱଜିତ୍‌ ନାମରେ ଜଣେ ଯୁବକ ଟ୍ବିଟ୍‌ କରିଛନ୍ତି ଯେ, ସୋସିଆଲ ମିଡିଆରେ ଓଲିଉଡ଼୍‌ ହିରୋ ବାବୁ ସାନ ବିନା ହେଲମେଟରେ ବାଇକ ଚଲାଉଥିବାରୁ ତାଙ୍କୁ ହଜାର ଟଙ୍କା ଜରିମାନା କରାଯାଇଥିଲା। ତେଣୁ ଏହି କ୍ଷେତ୍ରରେ ବିନା ହେଲମେଟରେ ରାଲିରେ ଯାଇଥିବା ଶାସକ ଦଳୀର କର୍ମୀମାନଙ୍କୁ ବିରୋଧରେ ଜରିମାନା କେବେ ହେବ ବୋଲି କମିଶନ୍‌ରେଟ ପୋଲିସକୁ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି।