ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। କେତେବେଳେ ବିଧାୟକମାନଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ତ ଆଉ କେତେବେଳେ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡାକି କଥା ହେଉଛନ୍ତି। ନବୀନ ନିବାସ ଭିତରୁ ବାରମ୍ବାର ଡକରା ମିଳିବା ପରେ ହାତଗଣତି କେତେଜଣ ନେତା ବର୍ତ୍ତମାନ କୁତୁକୁତୁ ହୋଇପଡ଼ିଛନ୍ତି। ଯେତେବେଳେ ସେମାନେ ନବୀନ ନିବାସରେ ପଶୁଥିବାର ଭିଡିଓ ଏବଂ ଫଟୋ ଗଣମାଧ୍ୟମରେ ଦେଖୁଛନ୍ତି ଖୁସିରେ ଫାଟି ପଡୁଛନ୍ତି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ରାଜ୍ୟ ରାଜନୀତିରେ ଏବଂ ନିଜ ନିର୍ବାଚନମଣ୍ଡଳୀ ବା ଜିଲାରେ ଏକାଧିକ ଥର ନିର୍ବାଚନ ଲଢି ବିଜୟୀ ହେଉଥିବା ଅନେକ ଚେହେରା ବର୍ତ୍ତମାନ ଦଳରେ ଅଲୋଡ଼ା ହୋଇପଡିଛନ୍ତି। ରାଜ୍ୟରେ ଏଭଳି ଉଦାହରଣ ଦେଖିଲେ ଅନେକଙ୍କ କଥା ଉଲ୍ଲେଖ କରାଯାଇପାରିବ।
ସୂଚନାଯୋଗ୍ୟ, ନବୀନ ବିଜେଡିର କେତେଜଣ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲିକ ଏବଂ ଦେବୀ ମିଶ୍ରଙ୍କ ସହିତ ମଙ୍ଗଳବାର ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ନିକଟରେ ଦଳରୁ ୨ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିବା ପରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧରେ କାହିଁକି କେହି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି କୁଆଡ଼େ ନବୀନ ପଚାରିଥିଲେ। ତେବେ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି, ବାଲେଶ୍ୱର ଜିଲା ସେକ୍‌ ମକାନ୍ଦର ମହମ୍ମଦଙ୍କୁ ବାଡ଼େଇ ମାରିଦିଆଯାଇଥିବା ଘଟଣାକୁ ନେଇ ନବୀନ ଉଦ୍‌ବେଗ ପ୍ରକାଶକଲେ। ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ ହତ୍ୟା କରାଯାଉଛି। ଏ ସମ୍ପର୍କରେ ନବୀନ ଜାଣିବାକୁ ଚାହିଁଥିଲେ ବୋଲି ସଞ୍ଜୟ କହିଛନ୍ତି। ରାଜନୈତିକ ମହଲରେ ହେଉଥିବା ଆଲୋଚନା ମୁତାବକ, ସଞ୍ଜୟ ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମରେ କହିବାକୁ ନ ଚାହିଁବା ସ୍ବାଭାବିକ। ବିଗତ ଦିନରେ ନବୀନ ମୁମ୍ବାଇରେ ଚିକିତ୍ସାଧୀନ ଥିବାବେଳେ ରାଜ୍ୟର ବହୁ ନେତା ତାଙ୍କୁ ଭେଟିବା ଲାଗି ସେଠାକୁ ଗସ୍ତ କରିଥିଲେ। ହେଲେ ଶେଷରେ ଭିଡିଓ କଲ୍‌ ଜରିଆରେ ସେମାନେ ସେଠାରେ ନବୀନଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସେଠାରୁ ଫେରି ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୟ ଏବଂ ଦଳର ରାଜ୍ୟ ସଭା ସଦସ୍ୟ ନବୀନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା କଥା କହିଥିଲେ। ହେଲେ ମୁମ୍ବାଇ ଗସ୍ତ କରିଥିବା ବହୁ ନେତା ସତ କଥା କହିବା ପରେ ଗଣମାଧ୍ୟମକୁ ସଞ୍ଜୟ ଓ ମାନସ ଦେଇଥିବା ତଥ୍ୟକୁ ନେଇ ଚର୍ଚ୍ଚା ହେଇଥିଲା।
ଲକ୍ଷ୍ୟ କରାଯାଉଛି, ଦଳର ବହୁ ବରିଷ୍ଠ ନେତା ଯେପରି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅରୁଣ କୁମାର ସାହୁ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ଅନେକ ନେତା ବର୍ତ୍ତମାନ ବହୁ କାର୍ଯ୍ୟରେ ଲୋଡ଼ା ପଡୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯଦି ଆମେ ପ୍ରସନ୍ନ ଆଚାର୍ଯ୍ୟଙ୍କ କଥା ଆଲୋଚନା କରିବା ସେ ୩ ଥର ଲୋକ ସଭା, ଥରେ ରାଜ୍ୟ ସଭା ଏବଂ ୪ଥର ବିଧାନସଭାକୁ ନିର୍ବାଚିତ ହେଇଛନ୍ତି। ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ ୮ଥର ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଧାୟକ ଅରୁଣ କୁମାର ସାହୁ ୨୦୦୪ରୁ ଲଗାତର ଏଯାଏଁ ବିଧାନସଭାକୁ ଜିତି ଆସୁଛନ୍ତି। ଦେଖାଯାଉଛି ୮ଥର, ୫ଥର ଲେଖା ଜିତିଥିବା ନେତାଙ୍କୁ ଦଳ ଲୋଡୁନାହିଁ ବରଂ ଯିଏ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଠୀ ସହ ରହୁଛନ୍ତି ସେମାନଙ୍କୁ ବାରମ୍ବାର ଡକରା ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ଓଡ଼ିଶାରେ ବିରୋଧୀ ଦଳକୁ ଆସିଯାଇଛି। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସମୟରେ ବିଜେଡି ବରିଷ୍ଠ ନେତା ରଣେନ୍ଦ୍ର ଏବଂ ଅରୁଣ ଶାସକ ଦଳକୁ ଶାଣିତ ଢଙ୍ଗରେ ଟାର୍ଗେଟ କରୁଛନ୍ତି। ସରକାରଙ୍କ ବିଭିନ୍ନ ଆଭିମୁଖ୍ୟକୁ ନେଇ ସେମାନେ ଶାସକ ଦଳକୁ ଅନେକ ସମୟରେ କାଠଗଡ଼ାରେ ଠିଆ କରୁଛନ୍ତି। ଦଳରେ ଥିବା ଅନ୍ୟ ଯୁବ ବିଧାୟକମାନେ ମଧ୍ୟ ଏହି ୨ ନେତାଙ୍କଠାରୁ ଅନେକ କିଛି ଜାଣିବାକୁ ଚାହୁଁଥିବା ଲକ୍ଷ୍ୟ କରାଯାଉଛି। ହେଲେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଏମାନଙ୍କୁ ଲୋଡ଼ା ନ ଯିବା ନେଇ ଚର୍ଚ୍ଚା ହେଉଛି। ସେହିପରି ପଶ୍ଚିମ ଓଡ଼ିଶାର ବହୁ ନେତା ବର୍ତ୍ତମାନ ବିଜେଡି ସହ ଆଉ ନାହାନ୍ତି କହିଲେ ଏକ ପ୍ରକାର ଠିକ୍‌ ହେବ। ନୂଆପଡ଼ା ଜିଲାରେ ଉପନିର୍ବାଚନ ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ସେଠାରେ ନ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ସେ ନୁହନ୍ତି, ଆହୁରି ଅନେକ ପଶ୍ଚିମ ଓଡ଼ଶା ନେତା ଏବେ ଦଳୀୟ ବ୍ୟାପାରଠାରୁ ଦୂରେଇଗଲା ଭଳି ମନେହେଲାଣି। ସେହିପରି ବରିଷ୍ଠ ନେତା ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ରଙ୍କ ଭଳି ବହୁ ନେତା ବର୍ତ୍ତମାନ ଦଳୀୟ ବ୍ୟାପାରରେ ଲୋଡ଼ା ପଡୁନାହାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri