ବିଜୁ ଯୁବ ବାହିନୀ ଆରମ୍ଭ କରିବ ‘ନନ୍ଦିନୀ’

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ବିରୋଧରେ ସଚେତନତା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ଆରମ୍ଭ କରାଯିବ। ଯୁବ ବାହିନୀ ସ୍ବେଚ୍ଛାସେବୀମାନେ ୩୧୪ଟି ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ଓ୍ବାର୍ଡରେ ଏହି ସଂସ୍କାରମୂଳକ କାର୍ଯ୍ୟକ୍ରମ କରିବେ। ସେମାନେ ପୋଷ୍ଟର ଓ ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର ସହ ଘରକୁ ଘର ଯାଇ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ। ଏଥିସହିତ ବିଭିନ୍ନ ସରକାରୀ ନିୟମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ। ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜନ କରାଯାଇ ସମ୍ପୃକ୍ତ ଅଞ୍ଚଳକୁ ବାଲ୍ୟବିବାହ ମୁକ୍ତ, ଯୌତୁକ ମୁକ୍ତ ଏବଂ ଘରୋଇ ହିଂସାମୁକ୍ତ ଅଞ୍ଚଳ ଭାବେ ଗଠନ କରିବା ପାଇଁ ସଙ୍କଳ୍ପ ସଭାମାନ ଆୟୋଜନ କରିବେ। ନନ୍ଦିନୀ କାର୍ଯ୍ୟକ୍ରମର ପ୍ରାକ୍‌ ପ୍ରସ୍ତୁତି ବୈଠକ ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବ ପାକିସ୍ତାନ, ବଦଳିବ ନ ଖେଳିବାର ନିଷ୍ପତ୍ତି? ଆସନ୍ତା ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୩।୨: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ ନେଇ ଅନିଶ୍ଚିତତା ଜାରି ରହିଛି। ପାକିସ୍ତାନ କ୍ରିକେଟ ବୋର୍ଡ (PCB) ବର୍ତ୍ତମାନ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା…

ପାକିସ୍ତାନର କିଛି ବିଗାଡ଼ି ପାରିବ ନାହିଁ ICC, ଭାରତ ବିପକ୍ଷରେ ନ ଖେଳିବାକୁ ନେଇ ଚମକାଇବା ଭଳି ବୟାନ ଦେଲେ ପୂର୍ବତନ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩।୨: ପାକିସ୍ତାନ ଟିମ ଇଣ୍ଡିଆ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା କରିଛି, ତଥାପି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏହାକୁ ଦଣ୍ଡିତ କରିପାରିବ ନାହିଁ। ଏହା ପୂର୍ବତନ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

୩ ରାଶି ଉପରେ ରହିବ ହନୁମାନଙ୍କ କୃପା, କ୍ୟାରିଅରରେ ଉନ୍ନତି ସହ ଟଙ୍କା….

ଫାଲଗୁଣ କୃଷ୍ଣ ପକ୍ଷର ଦ୍ୱିତୀୟ ଦିନ । ଆଜି ରାତି ୧୦ଟା୧୧ ପର୍ୟ୍ୟନ୍ତ ମାଘ ନକ୍ଷତ୍ର ପ୍ରଚଳିତ ହେବ। ଏହା ସହିତ, ଆଜି ରାତି ୯ଟା୫୧ ରେ…

ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଇ-ଲଟେରିରେ ମିଳିବ ବାଲି, ପଥର ଖଣି

ଭୁବନେଶ୍ୱର,୩।୨(ସୁନିତ୍‌ ମିଶ୍ର):ରାଜ୍ୟରେ ବାଲି, ଗୋଡି, ମୋରମ ଓ ପଥର ଭଳି ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ନୂଆ ବାଟ ତିଆରି କରିଛନ୍ତି।…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ, ସମୀର ନାୟକରୁ ଏବେ ସମୀରା ମାଡାମ

ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri