ନୂଆବର୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ବତନ୍ତ୍ର ସୁବିଧା

ପୁରୀ ଅଫିସ, ୬।୧୨:ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ସରକାର। ଅନ୍ୟପଟେ ସୁପ୍ରିମ୍‌କୋର୍ଟ ମଧ୍ୟ ଏ ନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏଥିପାଇଁ କାମ ଆରମ୍ଭ ହୋଇଯାଇଛି। ସ୍ଥାୟୀ ଜୋତାଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ଟଏଲେଟ୍‌, ପାନୀୟଜଳ ସୁବିଧା ସାଙ୍ଗକୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ କିପରି ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିବେ ତା’ର ବ୍ୟବସ୍ଥା ମଧ୍ୟ କରାଯାଉଛି। ନୂଆବର୍ଷରୁ ଭକ୍ତମାନେ ଏହି ସ୍ବତନ୍ତ୍ର ସୁବିଧା ପାଇପାରିବେ। ଏହିସବୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଗତ ୪ତାରିଖରେ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ଶ୍ରଦ୍ଧାଳୁଙ୍କ ଲାଗି ସୁବନ୍ଦୋବସ୍ତ କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଶୃଙ୍ଖଳିତ ଦର୍ଶନ ଓ ୬୦ହଜାର ଶ୍ରଦ୍ଧାଳୁଙ୍କ ରହଣି ଲାଗି ବ୍ୟବସ୍ଥା କରିବାକୁ ମଧ୍ୟ କହିଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି ସରକାର। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡକୁ ଘୁଞ୍ଚାଯିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରତ୍ୟହ ପ୍ରାୟ ୫୦ରୁ ୬୦ ହଜାର ଭକ୍ତ ଦର୍ଶନ ପାଇଁ ଆସୁଥିବା ବେଳେ ସ୍ବତନ୍ତ୍ର ପର୍ବପର୍ବାଣି ଦିନଗୁଡ଼ିକରେ ଏହି ସଂଖ୍ୟା ଲକ୍ଷେ ଟପିଯାଉଛି। ଅଧିକାଂଶ ସମୟରେ ଲମ୍ବା ଲାଇନ ଲାଗୁଥିବାରୁ ଖରା, ବର୍ଷାରେ ଠିଆ ହେଉଛନ୍ତି ଭକ୍ତ। ତେଣୁ ସିଂହଦ୍ୱାରରେ ଯେଉଁ ଅସ୍ଥାୟୀ ବ୍ୟାରିକେଡ ରହିଛି ତାହାକୁ ଆହୁରି ପୂର୍ବ ପାର୍ଶ୍ୱକୁ ଘୁଞ୍ଚାଇ ଦିଆଯିବ ଏବଂ ଏହି ବ୍ୟାରିକେଡ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ହିଁ ଆରମ୍ଭ ହେବ। ଫଳରେ ବହୁ ସଂଖ୍ୟକ ଭକ୍ତ ବ୍ୟାରିକେଡ ଶେଡ୍‌ ତଳେ ରହିପାରିବେ। ଏହାର କାମ ଗୁରୁବାରଠାରୁ ଆରମ୍ଭ ହୋଇଛି। ବଡ଼ ବଡ଼ ଲୁହା ରେଲିଂ ଆସିଥିବାବେଳେ ଗାତ ଖୋଳାଯାଇଛି। ବ୍ରହ୍ମପୁରର ଏକ ଠିକା ସଂସ୍ଥା ଏହାର କାମ ନେଇଛି। ଅସ୍ଥାୟୀ ବ୍ୟାରିକେଡ ୧୪ ଲାଇନ ବିଶିଷ୍ଟ ହେବ ଓ ଏହା ଉପରେ ଶିଲିଂ ରହିବ। ଏଥିପାଇଁ ସିଂହଦ୍ୱାର ସମ୍ମୁଖରେ ଯେଉଁ କଣ୍ଟେନରଗୁଡ଼ିକ ପଡ଼ିିଥିଲା ତାହାକୁ ସ୍ଥାନାନ୍ତର କରାଯାଇଛି। ବଡ଼ ଆଖଡା ମଠ ପାଖରେ ସ୍ଥାୟୀ ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ପାନୀୟଜଳ ଏବଂ ଟଏଲେଟ୍‌ ବ୍ୟବସ୍ଥା କରାଯିବ। ଚଳିତ ମାସ ଶେଷ ସୁଦ୍ଧା କାମ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଯତ୍ନବାନ ଅଛି। ତେଣୁ ସବୁ ପ୍ରକାର ସୁବିଧା ସୁଯୋଗ କରାଯିବ। ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ, ପାନୀୟ ଜଳ, ଟଏଲେଟ୍‌ର ସ୍ଥାୟୀ ବ୍ୟବସ୍ଥା କରାଯାଉଛି। ବ୍ୟାରିକେଡ ଘୁଞ୍ଚତ୍ବା କାମ ଆରମ୍ଭ ହୋଇଛି। ଆସନ୍ତା ନୂଆବର୍ଷରୁ ଭକ୍ତଙ୍କୁ ଏ ସବୁର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖି କାମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri