ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି

ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍‌ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ ପାଇଁ ୫ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଧାଉଁଥିଲେ ବି କେଉଁଠାରୁ ତାଙ୍କୁ ପ୍ରତିଶ୍ରୁତିଟିଏ ମିଳିପାରୁନାହିଁ। ସେହିପରି ବିଦ୍ୟୁତ୍‌ ଖୁଣ୍ଟଠାରୁ ମାତ୍ର ୨୫ ମିଟର ଦୂରରେ ଘର ଥିଲେ ହେଁ ସଂଯୋଗ ଦିଆଯାଉ ନ ଥିବାରୁ ଡିବିରି ଜାଳି ରହିବାକୁ ପଡ଼ୁଛି ତାଙ୍କ ପରିବାରକୁ। ଗରିବ, ଦୃଷ୍ଟିହୀନ ବୋଲି ଜାଣି ମଧ୍ୟ ପ୍ରଶାସନର ଏପରି ଅବହେଳା ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବୈଷ୍ଣବସାହିର ଧ୍ରୁବଚରଣ ପ୍ରଧାନ (୪୫)।
ଧ୍ରୁବଚରଣଙ୍କ କହିବା ଅନୁଯାୟୀ, ସେ ଜନ୍ମାନ୍ଧ ନୁହନ୍ତି। ୧୯୯୮ରେ ଏକ ଅଜଣା ରୋଗ ଯୋଗୁ ତାଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଥିଲା। ସେବେଠାରୁ ଜୀବନକୁ ନେଇ ସଂଘର୍ଷ କରୁଥିବା ବେଳେ ପରିବାର ଲୋକେ ତାଙ୍କ ବିବାହ କରିଦେଇଥିଲେ। ଏବେ ସ୍ତ୍ରୀ ଓ ୧୦ ବର୍ଷର ପୁଅଙ୍କୁ ନେଇ ତାଙ୍କ ପରିବାର। ଏକ ଭଙ୍ଗା ଆଜବେଷ୍ଟସ ଘରେ ସେ ରହୁଥିବାରୁ ଖରା ଓ ବର୍ଷାଦିନେ ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଛି। ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇଁ ସେ ୨୦୦୫ ମସିହାରୁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ କରିଛନ୍ତି। ସେହିପରି ସୌଭାଗ୍ୟ ଯୋଜନାରେ ସରକାର ମାଗଣାରେ ଗରିବ ପରିବାରକୁ ବିଦ୍ୟୁତ୍‌ ଯୋଗାଇ ଦେଉଥିବା ବେଳେ ୨୦୧୮ରେ ତାଙ୍କ ଘରେ ଓ୍ବେୟାରିଂ କରାଯାଇଥିଲା। କିନ୍ତୁ ବିଦ୍ୟୁତ୍‌ ଖୁଣ୍ଟଠାରୁ ମାତ୍ର ୨୫ ମିଟର ଦୂରରେ ତାଙ୍କ ଘର ଥିବା ସତ୍ତ୍ୱେ ଏଯାଏ ସଂଯୋଗ ଦିଆଯାଉ ନାହିଁ। ଫଳରେ ରାତି ଅନ୍ଧାରରେ ଡିବିରି ଜାଳି ତାଙ୍କ ପରିବାରକୁ ରହିବାକୁ ପଡ଼ୁଛି। ରୋଜଗାର ବୋଲି ସେପରି କିଛି ନ ଥିବାରୁ ଦୁଇଓଳି ଦୁଇମୁଠା ଖାଇବା ଓ ଡିବିର ପାଇଁ କିରୋସିନ ଯୋଗାଡ଼ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଏପରି ଦୟନୀୟ ଅବସ୍ଥାରେ ପରିବାର ଥିବା ସତ୍ତ୍ୱେ ସରକାରୀ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଉ ନ ଥିବା ଧ୍ରୁବଚରଣ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବଇଣ୍ଡା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କହିଛନ୍ତି, ଧ୍ରୁବଚରଣଙ୍କୁ ସୌଭାଗ୍ୟ ଯୋଜନାରେ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ସେହିପରି ସରପଞ୍ଚ ଜଳଧର ସାହୁ କହିଛନ୍ତି, ଅନେକ ଗରିବ ପରିବାରକୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ପାଖକୁ ଚିଠି କରାଯାଇଛି। ଧ୍ରୁବଚରଣଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ନିମନ୍ତେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri