ବିଛୁପାଲିରୁ-ସୋନପୁରକୁ ଗଡିବ ଟ୍ରେନ୍‌, ଟେଣ୍ଡର ଆହ୍ବାନ କଲା ରେଳ ବିଭାଗ

ସୋନପୁର,୨୬।୨(ନି.ପ୍ର) – ୨୮୯ କିଲୋମିଟର ଦୈଘ୍ୟ ବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଏବେ ତ୍ୱରାନ୍ବିତ ହୋଇଛି। ବଲାଙ୍ଗୀର ପଟୁ ବିଛୁପାଲିରୁ ସୋନପୁର ପର୍ଯ୍ୟନ୍ତ ୩୫ କିଲୋମିଟର ରେଳପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଛି ରେଳ ବିଭାଗ। ସେପ୍ଟେମ୍ବର ମାସରୁ ବନ୍ଦ ପଡିଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ପୁଣି ତ୍ୱରାନ୍ବିତ କରାଯାଇଛି। ଗତ ଜାନୁୟାରୀ ୨୨ରେ ନୂଆଦିଲ୍ଳୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପକୁ ନେଇ ସମୀକ୍ଷା କରିଥିଲେ। ପ୍ରକଳ୍ପ ସମ୍ପର୍କରେ ଟିକିନିିଖି ତଥ୍ୟ ଜାଣିବା ପରେ କେଉଁ ପରିସ୍ଥିତିରେ ବିଳମ୍ବ ହେଉଛି, ନିର୍ଦ୍ଦିଷ୍ଟ ଭାବେ କେବେ ସରିବ ଜାଣିବାକୁ ଚାହିଁଥିଲେ। ୨୦୧୫ ମସିହାରୁ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ହୋଇଛି। କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇବାରୁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଏହି ଅର୍ଥରେ ଜମି ଅଧିଗ୍ରହଣ ହେଉଛି। ଆସନ୍ତା ଅଗଷ୍ଟ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପରିବେଶ ମଞ୍ଜୁରୀ ସମେତ ଅନ୍ୟ ସମସ୍ତ ପ୍ରକ୍ରିୟା ପୂରଣ ହେଲେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବେ ଏହି କାର୍ଯ୍ୟର ମନିଟରିଂ କରୁଛନ୍ତି ।
ସୂଚନାଯୋଗ୍ୟ, ୧୯୪୫ରେ ଏହି ରେଳପଥ ପାଇଁ ପ୍ରଥମେ ସର୍ଭେ ହୋଇଥିଲା। କିନ୍ତୁ ସ୍ବାଧୀନତା ପରେ କେନ୍ଦ୍ରରେ ଥିବା ବିଭିନ୍ନ ସରକାର ଏହି ପ୍ରକଳ୍ପକୁ ଅଣଦେଖା କରି ଆସିଥିଲେ । ୧୯୯୩ ମସିହାରେ ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପକୁ ୨୦୦୦ ମସିହା ପରଠୁ କେନ୍ଦ୍ରର ଅନୁଦାନ ବଢିଥିଲା। ଫଳରେ ଖୋର୍ଦ୍ଧା ପଟୁ କାମ ଆରମ୍ଭ ହୋଇଥିଲା। ସେହିଦିନରୁ ବଲାଙ୍ଗୀର ପଟୁ ମଧ୍ୟ କାମ ଆରମ୍ଭ କରିବାକୁ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାବାସୀ ଦାବି କରିଆସୁଥିଲେ। ଅନେକ ଆନ୍ଦୋଳନ ପରେ ବଲାଙ୍ଗୀର ପଟୁ କାମ ଆରମ୍ଭ ହେଲା। ୨୦୧୫ରେ ରାଜ୍ୟ ସରକାର ଓ କେନ୍ଦ୍ରର ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମୁତାବକ ପ୍ରକଳ୍ପର ମୋଟ ଖର୍ଚ୍ଚର ୫୦ ଶତକଡା ଅନୁଦାନ ରାଜ୍ୟ ସରକାର ବହନ କରିବେ। ୨୦୨୧ ଜୁନ୍‌ ସୁଦ୍ଧା ଏହି ରେଳ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ଥିଲା। ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଛନ୍ତି ଓ ସେଥିରେ ବଲାଙ୍ଗୀର ପଟୁ ରେଳ ଲାଇନ ତିଆରି ହୋଇଛି। ସୁବର୍ଣ୍ଣପୁର ଜିଲାରେ ରେଳପଥର ଦୈର୍ଘ୍ୟ ୨୯ କିଲୋମିଟର ଓ ବୌଦ୍ଧ ଜିଲାରେ ଏହାର ଦୈର୍ଘ୍ୟ ୧୦୭ କିଲୋମିଟର ରହିଛି । ବୌଦ୍ଧ ଓ ବଲାଙ୍ଗୀରରେ ଜମି ଅଧିଗ୍ରହଣ ପାଇଁ ଅଫିସ ଖୋଲାଯାଇଥିଲେ ମଧ୍ୟ କର୍ମଚାରୀ ଅଭାବ ଯୋଗୁ କାମ ଆଗେଇ ପାରି ନ ଥିଲା। ବଲାଙ୍ଗୀର ଜିଲାର ବିଛୁପାଲିରେ ଷ୍ଟେଶନ ନିର୍ମାଣ ହୋଇଛି। ସେ ପର୍ଯ୍ୟନ୍ତ ରେଳ ଗଡିଛି। ଗତ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗୀରରେ ଏହି ରେଳ ଲାଇନରେ ନୂତନ ରେଳ ଚଳାଚଳକୁ ଉଦ୍‌ଘାଟନ କରିଥିଲେ । କିନ୍ତୁ ଏହି ଟ୍ରେନ୍‌ରେ ପ୍ରତ୍ୟହ ହାରାହାରି ୨ ଜଣ ଯାତ୍ରୀ ଯାତାୟାତ କରୁଛନ୍ତି । ସୋନପୁର ଯାଏ ଯଦି କାମ ଶୀଘ୍ର ସରିବ ତେବେ ଟ୍ରେନ୍‌ ଲୋକଙ୍କ କାମରେ ଆସିପାରିବ ଓ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ। ତରଭାର ନିବୃତି ଓ ସୁକତେଲ ନଦୀରେ ପୋଲ ନିର୍ମାଣ ସରିବା ଉପରେ। ସୋନପୁରର ତେଲନଦୀରେ ୭୦୦ ମିଟର ଲମ୍ବ ପୋଲର ନିର୍ମାଣ କାର୍ଯ୍ୟ ଚାଲିଛି। ସୁବର୍ଣ୍ଣପୁର ଜିଲା ପ୍ରଶାସନ ମୋଟ ୧୦୬.୨୬୫ଏକର ସରକାରୀ ଜମିରୁ ୧୦୪.୮୬୫ଏକର ସରକାରୀ ଜମି ଓ ୫୪୨.୯୦୬ଏକର ବେସରକାରୀ ଜମିରୁ ୩୯୩.୮୯୪ଏକର ରେଳ ବିଭାଗକୁ ହସ୍ତାନ୍ତର କରିସାରିଛି । ମୋଟ ୩୦ଟି ଗାଁରୁ ୨୮ଗାଁର ଜମି ମାଲିକଙ୍କୁ ଅର୍ଥ ପ୍ରଦାନ ସରିଛି। ୬୨.୦୦୪ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଭାରତ ସରକାର ପ୍ରଥମ ପର୍ଯ୍ୟାୟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଚଳିତ ବଜେଟ୍‌ରେ ୫୨୦ କୋଟି ଘୋଷଣା ହୋଇଛି। କିନ୍ତୁ ବିଗତ ବଜେଟ୍‌ରେ ହୋଇଥିବା ବ୍ୟୟବରାଦ ଓ ଖର୍ଚ୍ଚକୁ ଦେଖିଲେ ବିଛୁପାଲି ଆଗକୁ ଟ୍ରେନ୍‌ ଗଡିବା ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ୨୦୧୯-୨୦ରେ ଖୋର୍ଦ୍ଧା-ବଲାଙ୍ଗୀରକୁ ୩୫୦ କୋଟି, ୨୦୧୮-୧୯ରେ ୬୨୫ କୋଟି, ୨୦୧୭-୧୮ରେ ୭୦୦କୋଟିର ଘୋଷଣା ହୋଇଥିଲା। ତେବେ ଜମି ଅଧିଗ୍ରହଣ ସରି ନ ଥିବାରୁ ଅର୍ଥ ଖର୍ଚ୍ଚ ହୋଇପାରି ନ ଥିଲା। ଚଳିତ ଥର ଠିକ୍‌ରେ ସେହି ଅର୍ଥ ଖର୍ଚ୍ଚ ହେଲେ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍‌ ଗଡିବ ବୋଲି ଆଶା କରାଯାଉଛି । ଏ ସମ୍ପର୍କରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା କୁହନ୍ତି, ସୋନପୁର ତହସିଲର ହରିଡାପାଲି ଓ ହଳଦିପାଲି ଗ୍ରାମର କ୍ଷତିଗ୍ରସ୍ତ ଜମି ମାଲିକମାନଙ୍କୁ ଅର୍ଥ ପ୍ରଦାନ କରାଯାଉଛି। ଚଳିତ ମାସରେ ଏହା ସରିବ। ସେହିପରି ଧୋବାମୁଣ୍ଡା ଓ ସିଂଘାରି ଗ୍ରାମର ୯୭.୯୩୫ଏକର ଜମି ଅଧିଗ୍ରହଣ ପାଇଁ ସରକାରଙ୍କୁ ଏଷ୍ଟିମେଟ୍‌ ପଠାଯାଇଛି । ଅନୁମତି ମିଳିଲା ପରେ ମାର୍ଚ୍ଚ ସୁଦ୍ଧା ଆମ ଜିଲାରେ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri