Categories: ଜାତୀୟ

ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ

ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ ଚିଠି ଲେଖିଥିଲେ। ଏବେ ଗୋଗୋଇ ମୋଦିଙ୍କୁ ରିମାଇଣ୍ଡର ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ ପ୍ରସ୍ତାବ ଆଣିବାକୁ ଗୋଗୋଇ ସୂଚିତ କରିଛନ୍ତି। ଗତ ବର୍ଷ ଭ୍ରଷ୍ଟାଚାର ଅଭିଯୋଗରେ ଦୋଷୀ ଥିବା ଶୁକ୍ଳାଙ୍କୁ ହଟାଇବା ପାଇଁ ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମଧ୍ୟ ଚିଠି ଲେଖିଥିଲେ।

Share