ବିଗ୍‌ ବିଙ୍କୁ ଫିଲ୍ମରେ ନେବା ସହଜ ନୁହେଁ, ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଥାନ୍ତି ନିର୍ଦ୍ଦେଶକ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ଫିଲ୍ମ ସେ କରିଚାଲିଛନ୍ତି ସେ। କ୍ରେଜ୍‌ ପୂର୍ବଭଳି ରହିଛି। କେହି କେହି ତାଙ୍କୁ ବିଷୟବସ୍ତୁ ଭଲ ଲାଗିଲେ ଫିଲ୍ମ କରିବାକୁ ସେ ହଁ ଭରୁଥିବା କହିଥାନ୍ତି। ନିକଟରେ ବିଗ୍‌ ବିଙ୍କୁ ଫିଲ୍ମରେ ନେବା କେତେ ଯେ କଷ୍ଟ, ତାହା ଲୋକପ୍ରିୟ ନିର୍ଦ୍ଦେଶକ ଆର୍‌. ବାଲ୍‌କୀ କହିଛନ୍ତି।

ବାଲ୍‌କୀଙ୍କ ତିନୋଟି ଫିଲ୍ମରେ କାମ କରିଛନ୍ତି ଅମିତାଭ। ସେଗୁଡ଼ିକ ମଧ୍ୟରେ ରହିଛି ‘ଚିନି କମ୍‌’, ‘ପା’ ଏବଂ ‘ଶମିତାଭ’। ପ୍ରଥମ ଦୁଇଟି ଫିଲ୍ମ ଭଲ ବ୍ୟବସାୟ କରିଥିବା ବେଳେ ଶମିତାଭ ସେତେଟା ସଫଳତା ପାଇ ନ ଥିଲା। ହେଲେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବାଲ୍‌କୀ କହିଛନ୍ତି। ଏହାଛଡ଼ା ଅମିତାଭଙ୍କୁ କୌଣସି ଚଳଚ୍ଚିତ୍ରରେ ନେବା ସହଜ ନୁହେଁ ବୋଲି ସେ କହିଛନ୍ତି। ଶେଷପର୍ଯ୍ୟନ୍ତ ସେ କାମ କରିବେ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି ନିର୍ଦ୍ଦେଶକ।

ଅମିତାଭଙ୍କ ରିଲିଜ୍‌ ହେବାକୁ ଥିବା ଫିଲ୍ମରେ ରହିଛି ‘ଗୁଲାବୋ ସିତାବୋ ଏବଂ ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମ। ବ୍ରହ୍ମାସ୍ତ୍ରରେ ରଣବୀର କପୁର ଏବଂ ଆଲିଆ ମୁଖ୍ୟ ଭୂମିକାରେ ରହିଛନ୍ତି। ସେହିଭଳି ଗୁଲାବୋ ସିତାବୋରେ ଅମିତାଭ ଆୟୁଷ୍ମାନଙ୍କ ସହ ନଜର ଆସିବେ।

Share