ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ ନିଜର ଅଫିସିଆଲ ଆକାଉଣ୍ଟରେ ଏହାକୁ ଶେୟାର କରିଛି। ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌ ଖାନ୍‌ ଶୋ’ର ହୋଷ୍ଟ ଦାୟିତ୍ୱରେ ରହିଛନ୍ତି। ପ୍ରମୋରେ ସଲମାନ୍‌ଙ୍କୁ ଷ୍ଟେଶନ ମାଷ୍ଟର ଚରିତ୍ରରେ ଦେଖିବାକୁ ମିଳୁଛି। ତେବେ ଯାହା ଅନୁମାନ କରାଯାଉଛି ଏଥର ସଲମାନ୍‌ ଷ୍ଟେଶନ ମାଷ୍ଟର ସାଜି ବିଗ୍‌ ବସ୍‌ ଘରର ସାଥୀଙ୍କୁ ସମ୍ଭାଳିବେ। ପ୍ରମୋରେ ତାଙ୍କୁ ଏକ ଟ୍ରେନ୍‌ରେ ବସି ଆଗାମୀ ସିଜନ୍‌ ବିଷୟରେ ବୁଝାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖାଇ ସଲମାନ୍‌ ଦର୍ଶକଙ୍କ ମଧ୍ୟରେ ‘ବିଗ୍‌ ବସ୍‌-୧୩’ ପାଇଁ ଅଧିକ ଉତ୍କଣ୍ଠା ବଢ଼ାଇ ଦେଇଛନ୍ତି। ଏଥର ଶୋ’ରେ କିଛି ନୂଆ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି। ଶୋ’ରେ ହୋଷ୍ଟ କରିବା ସଲମାନ୍‌ଙ୍କର ଏହା ୧୦ମ ସିଜନ୍‌ ହେବ। ଏକ ରିପୋର୍ଟ ଅନୁସାରେ, ଏଥର ବିଗ୍‌ ବସ୍‌ ଘରେ ଚଙ୍କି ପାଣ୍ଡେ, ସିଦ୍ଧାର୍ଥ ଶୁକ୍ଲା, ଆଦିତ୍ୟ ନାରାୟଣ, ମୁଗ୍ଧା ଗୋଡ୍‌ସେ ଏବଂ ରିଚା ଚଢ଼ା ପରି କଳାକାରଙ୍କୁ ଦେଖିବାକୁ ମିଳିବ।

Share