‘ବିଗ୍‌ ବସ୍‌-୧୩’ରେ ହୋଷ୍ଟ ପାଇଁ ସଲମାନ୍‌ ନେବେ ୪୦୩ କୋଟି

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌ ୧୩କୁ ନେଇ ବିଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି। କେତେବେଳେ ଶୋ’ର ପ୍ରତିଯୋଗୀଙ୍କୁ ନେଇ ତ ଆଉ କେତେବେଳେ ସ୍ଥାନ ଓ ବିଷୟବସ୍ତୁକୁ ନେଇ। ତେବେ ଏବେ ଯାହା ଶୁଣିବାକୁ ମିଳୁଛି ଏଥର ମଧ୍ୟ ପୂର୍ବ ସିଜିନ୍‌ ପରି ‘ବିଗ୍‌ ବସ୍‌-୧୩’ର ହୋଷ୍ଟ କରିବେ ସଲମାନ୍‌ ଖାନ୍‌। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଯାହା ଜଣାପଡ଼ିଛି ଶୋ’ର ୨ଟି ଏପିସୋଡ୍‌ (ଶନିବାର ଓ ରବିବାର) ପାଇଁ ତାଙ୍କୁ ୩୧ କୋଟି ଟଙ୍କା ଦିଆଯିବ। ଶୋ’ଟି ସବୁଦାୟ ୩୧ଟି ସପ୍ତାହ ଚାଲିବ। ଏଣୁ ସଲମାନ୍‌ ୪୦୩ କୋଟି ଟଙ୍କା ପାଉଣା ନେବେ।
ଗତ ସିଜିନ୍‌ରେ ସଲମାନ୍‌ ଗୋଟିଏ ଏପିସୋଡ୍‌ ପାଇଁ ୧୨ରୁ ୧୪ କୋଟି ଟଙ୍କା ନେଉଥିଲେ।

Share