ବିଗ୍‌ ବସ୍‌ ସିଜନ୍‌ ୧୩ରେ ଅମୀଷା ପଟେଲ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ ବସ୍‌’କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୧ ଯାଏଁ ସବୁବେଳେ ଛୋଟ ପରଦାରେ ଏହି ଶୋ ବିବାଦୀୟ ଚର୍ଚ୍ଚା ସାଉଁଟିବାରେ ସଫଳ ରହିଥିଲା। ଆଗାମୀ ବିଗ୍‌ ବସ୍‌-୧୩ରେ ନିର୍ମାତା ଆଉ କୌଣସି ରିସ୍କ୍‌ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସଲମାନ ଖାନ୍‌ଙ୍କ ଲକି ଚାର୍ମ ଭାବେ ଶୋ’ରେ ଧମାକା କରିବାକୁ ପାଦ ଦେଉଛନ୍ତି ଅମୀଷା ପଟେଲ। ଅମୀଷାଙ୍କ ଏଣ୍ଟ୍ରି ଶୋ’କୁ ସୁପରହିଟ୍‌ କରିଦେବ ବୋଲି ମତ ଆସୁଛି। ସୁପରହିଟ୍‌ ‘କହୋନା ପ୍ୟାର ହେ’ରୁ ନିଜ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିବା ଅମୀଷା ‘ଗଦର୍‌’, ‘ହମ୍‌ ରାଜ୍‌’ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଇଥିଲେ। ତେବେ କୁହାଯାଏ ଅମୀଷାଙ୍କୁ ତାଙ୍କ କ୍ୟାରିୟରରେ ସଫଳତା ମିିଳୁ କି ନ ମିଳୁ, ତାଙ୍କ ହିରୋ କିନ୍ତୁ ସବୁବେଳେ ହିଟ୍‌ ହୁଅନ୍ତି। ବାସ୍‌, ଏହି କାରଣରୁ ଅମୀଷାଙ୍କୁ ଏବେ ବିଗ୍‌ ବସ୍‌-୧୩ରେ ସଲମାନ୍‌ ଭାଇଜାନଙ୍କ ଲକି ଚାର୍ମ ଭାବେ ଅଣାଯାଇଛି। ବିଗ୍‌ ବସ୍‌-୧୩ରେ ଅମୀଷା ଘରର ମାଲିକାଣୀ ହୋଇ ନଜରକୁ ଆସିବେ। ତେବେ ଏଥିରେ ଟୁଇଷ୍ଟ୍‌ ଏହା ଯେ, ଅମୀଷା କେବଳ ଗୋଟିଏ ଦିନ ବିଗ୍‌ ବସ୍‌ଙ୍କ ଘରେ ରହିବେ। ତେବେ ଏହି ଗୋଟିଏ ଦିନରେ ବିଗ୍‌ ବସ୍‌ଙ୍କ ଘରେ ରହୁଥିବା ସେଲିବ୍ରିଟି ପ୍ରତିଯୋଗୀ କେମିତି ତାଙ୍କ ମାଲିକାଣୀଙ୍କ ସେବା କରୁଛନ୍ତି ତାହା ହେବ ଶୋ ର ଏକ୍ସ ଫ୍ୟାକ୍ଟର। ଅମୀଷାଙ୍କ ଏଣ୍ଟ୍ରି ବିଗ୍‌ ବସ୍‌ ସିଜନ୍‌ ୧୩କୁ କେତେ ବିବାଦୀୟ କରି ଚର୍ଚ୍ଚା ସାଉଁଟିବ ତାହା ତ ସମୟ ହିଁ କହିବ।

Share