‘ବିଗ୍‌ ବସ୍‌’ ବଦଳାଇଲା ଭାଗ୍ୟ, ଏସିଆର ସେକ୍ସି ପୁରୁଷ ତାଲିକାରେ ଚମକିଲେ ଆସିମ୍‌

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ ଅନେକ ସେଲିବ୍ରିଟିଙ୍କ ଭାଗ୍ୟ ପରିବର୍ତ୍ତନ କରିଛି। କହିବାକୁ ଗଲେ ଶୋ’ରେ ଭାଗନେଇଥିବା ସାଧାରଣ ଲୋକ ମଧ୍ୟ ସେଲିବ୍ରିଟିରେ ଗଣା ହୋଇଛନ୍ତି। ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ପ୍ରତିଯୋଗୀ ଆସିମ ରିୟାଜ। ଆସିମ୍‌ ଏବେ ବିଗ୍‌ ବସ୍‌ ଘରେ ଥିବା ବେଳେ ତାଙ୍କ ସଫଳତା ଫର୍ଦ୍ଦରେ ଯୋଡ଼ି ହୋଇଛି ଏକ ବଡ଼ ଖୁସି। ସେ ଏସିଆର ୫୦ଜଣ ସେକ୍ସିଏଷ୍ଟ ମ୍ୟାନ୍‌ ତାଲିକାରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ତାଲିକାରେ ସେ ୨୪ତମ ସ୍ଥାନରେ ଅଛନ୍ତି।

ଆସିମ୍‌ଙ୍କ ପାଇଁ ଏଭଳି ସଫଳତା ପ୍ରଶଂସକଙ୍କୁ ଖୁସି ଦେଇଛି। ବିଗ୍‌ ବସ୍‌ ଘରେ ତାଙ୍କ ଶର୍ଟଲେସ୍‌ ଅବତାରକୁ ନେଇ ମହିଳାମାନେ କ୍ରେଜି ରହିଥିବା ବେଳେ ଏବେ ତାଙ୍କର ହିମାଂଶୀଙ୍କ ସହ ଇଲୁ ଇଲୁକୁ ପସନ୍ଦ କରାଯାଉଛି। ଆସିମ୍‌ଙ୍କ ବୟସ କମ୍‌ ଥିବା ଯୋଗୁ ସେ ଆଗାମୀ ଦିନରେ ବଡ଼ ପ୍ରତିଭା ହୋଇ ଉଙ୍କି ପାରନ୍ତି ବୋଲି କୁହାଯାଉଛି। ତାଲିକା ଶୀର୍ଷରେ ରହିଛନ୍ତି ଅଭିନେତା ହ୍ରିତିକ୍‌ ରୋଶନ୍‌।

Share