Categories: ଜାତୀୟ

ବିଗ୍‌ ବସ୍‌ ଫେମ୍‌ ସ୍ବାମୀ ଓମ୍‌ ଜୀଙ୍କ ମୁଣ୍ଡ କାଟ ପାଇଁ ୫୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ଭିଏଚ୍‌ପି ନେତା

ଶାହାଜହାନପୁର,୧୭।୯: ଉତ୍ତର ପ୍ରଦେଶ ଶାହାଜହାନପୁର ଜିଲାର ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ସଚିବ ଏକ ବିବାଦୀୟ ବୟାନ ଦେଇଛନ୍ତି। ବିଗ୍‌ ବସ୍‌ ଫେମ୍‌ ତଥା ଆତ୍ମଘୋଷିତ ସ୍ବାମୀ ଓମ୍‌ ଜୀଙ୍କ ମୁଣ୍ଡକାଟ କଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସୋମବାର ରାଜେଶ ମିଶ୍ରା ଓମ୍‌ ଜୀଙ୍କ ପୁତ୍ତଳିକା ଦାହ କରିବା ସମୟରେ କହିଥିଲେ ଓମ୍‌ ଜୀଙ୍କ ଭଳି ସନ୍ଥ ହିନ୍ଦୁତ୍ୱ ପାଇଁ କଳଙ୍କ। ତେଣୁ ତାଙ୍କ ମୁଣ୍ଡ କାଟ କରିବା ଉଚିତ୍‌। ଏହା ପୂର୍ବରୁ ମଧ୍ୟ ବଜରଙ୍ଗ ଦଳର କର୍ମୀମାନେ ଓମ୍‌ ଜୀଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ସ୍ବାମୀ ଓମ୍‌ ଜୀ ଯେଉଁଭଳି ବିବାଦୀୟ ବୟାନ ଦେଉଛନ୍ତି ତାଙ୍କୁ ଜେଲ୍‌ ପଠାଇ ଦେବା ଦରକାର।

Share