‘ବିଗ୍‌ ବସ୍‌’ରେ କୋଏନାଙ୍କ ଖୁଲାସା: ଗାଧୁଆଘରେ ବନ୍ଦ କରିଦେଇଥିଲେ ପ୍ରେମିକ

ମୁମ୍ବାଇ: ଚଳଚ୍ଚିତ୍ର ‘ରୋଡ୍‌’, ‘ହେ ବେବି’, ‘ଆପନା ସପନା ମନି ମନି’, ‘ମୁସାଫିର’ ଏବଂ ‘ଇନ୍‌ସାନ’ ଭଳି ବଲିଉଡ୍‌ ଫିଲ୍ମ କରିବା ପରେ ହଠାତ୍‌ ଗାଏବ ହୋଇଯାଇଥିଲେ ଅଭିନେତ୍ରୀ କୋଏନା ମିତ୍ରା। ହେଲେ ଏବେ ସେ ଫେରିଛନ୍ତି। ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ରେ ତାଙ୍କୁ ଦେଖିବାକୁ ମିଳୁଛି। ଶୋ’ ଆରମ୍ଭ ହେବାର ଗୋଟିଏ ସପ୍ତାହ ହୋଇଥିଲେ ହେଁ କୋଏନା ଭଲ ପ୍ରଦର୍ଶନ କରୁଛନ୍ତି।

ବିଗ୍‌ ବସ୍‌ ଘରେ ପଞ୍ଚମ ଦିନ କୋଏନା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ ଜଣେ ତୁର୍କୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଯୁବକଜଣଙ୍କ ବହୁତ ପୋଜେସିଭ୍‌ ରହୁଥିଲେ। କୋଏନାଙ୍କୁ ତାଙ୍କ ସହ ବିତାଉଥିବା ପିଞ୍ଜରାରେ ରହିବା ପକ୍ଷୀ ଭଳି ଲାଗୁଥିଲା। ଟିକିଏ କଷ୍ଟ ହେଉଥିବା ଶୁଣିଲେ ସେ ତତ୍‌କ୍ଷଣାତ ବିମାନ ଟିକେଟ କରି ବମ୍ବେ ଆସିବାକୁ ଚେଷ୍ଟା କରୁଥିଲେ। ସେ କୋଏନାଙ୍କୁ କାମ କରିବାକୁ ବାରଣ କରୁଥିଲେ। କେବଳ ଏତିକି ନୁହେଁ ଏକଦା ସେ ତାଙ୍କୁ ବମ୍ବେର ଗାଧୁଆଘରେ ବନ୍ଦ କରିଦେଇଥିବା କୋଏନା ପ୍ରକାଶ କରିଛନ୍ତି। ଶେଷରେ କୋଏନା ତାଙ୍କ ସହ ସମ୍ପର୍କ ନ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏବେ କୋଏନା ଏକାକି ଜୀବନ ବିତାଉଛନ୍ତି।

Share