ବିଗ୍‌ବସ୍‌ ମଞ୍ଚରେ ଗୁତ୍ଥିଙ୍କୁ ବିବାହ କଲେ ସଲମାନ !

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ କେବେ ବିବାହ କରିବେ ତାହା ଏବେ ବି ପ୍ରଶ୍ନ ହୋଇ ରହିଛି। ତାଙ୍କୁ ଏନେଇ ଅନେକ ଥର ପଚରା ଯାଇଥିଲେ ସୁଦ୍ଧା ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥାନ୍ତି। ଏପରିକି କଥାକୁ ସହଜରେ ଏଡ଼ାଇ ଯାଆନ୍ତି। ତେବେ ଯେଉଁ ପ୍ରଶଂସକ ସଲମାନଙ୍କ ବିବାହ ଦେଖିବାକୁ ଚାହୁଁଛନ୍ତି ସେ ବିଗ୍‌ବସ୍‌ର ଆଜିର ଏପିସୋଡ ଦେଖିବାକୁ ଭୁଲନ୍ତୁ ନାହିଁ। କାରଣ ଓ୍ବିକେଣ୍ଡ ଏପିସୋଡରେ ସଲମାନଙ୍କ ବିବାହକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିବ।

କଲର୍ସ ଚ୍ୟାନେଲ ପକ୍ଷରୁ ଛଡ଼ା ଯାଇଥିବା ପ୍ରମୋ ଅନୁଯାୟୀ ମଞ୍ଚ ଉପରେ ସଲମାନ ଗୁତ୍ଥିଙ୍କୁ ମିଛମିଛରେ ବିବାହ କରୁଛନ୍ତି। ଗୁତ୍ଥି ହେଉଛନ୍ତି ହାସ୍ୟ ଅଭିନେତା ସୁନିଲ ଗ୍ରୋଭର। ସଲମାନ ଗୁତ୍ଥିଙ୍କ ସିନ୍ଥିରେ ରଙ୍ଗତୁଳୀରୁ ଲାଲ ରଙ୍ଗ ଭରୁଛନ୍ତି। ପରେ ଗୁତ୍ଥି ଏକ କଣ୍ଡେଇକୁ ସଲମାନଙ୍କ ଛୁଆ ବୋଲି କହୁଛନ୍ତି। ସଲମାନ ଏହା ଦେଖି ଖୁବ୍‌ ଜୋର୍‌ରେ ହସୁଥିବା ଦେଖିବାକୁ ମିଳୁଛି।

ତେବେ ସଲମାନ ଏବେ ସୋନି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ‘କମେଡି ନାଇଟ୍ସ ଉଇଥ୍‌ କପିଲ’ର ପ୍ରଯୋଜନା କରୁଛନ୍ତି। ଏପରିସ୍ଥଳେ ଏକଦା ସୁନିଲ ଶୋ’ରେ କାମ କରୁଥିବା ବେଳେ କପିଲଙ୍କ ସହ ମନାନ୍ତର ପରେ ଫେରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସଲମାନ ମଧ୍ୟ ସୁନିଲଙ୍କୁ ମନାଇଥିଲେ ହେଁ ସେ ମନା କରିଥିବା କୁହାଯାଏ।

Share