ବିଗିଡ଼ିଗଲା ରାଜଧାନୀ ଚିତ୍ର: ଥୁଣ୍ଟା ହୋଇଯାଇଥିଲା ସବୁଜ ରାଜଧାନୀ, ରାଶନ ପାଇଁ ଲାଗିଥିଲା ୩୦ଦିନ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଗତବର୍ଷ ମେ’ ୩ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ର ବିଶେଷ ପ୍ରଭାବ ଭୁବନେଶ୍ୱରରେ ପଡ଼ିଥିଲା। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଥିଲା। ଉଜୁଡ଼ି ଯାଇଥିଲା ରାଜଧାନୀର ଚିତ୍ର। ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ସେବା ନ ପାଇ ଛଟପଟ ହୋଇଥିଲେ। ଭୁବନେଶ୍ୱରରେ ଥିବା ସରକାରୀ ଓ ଘରୋଇ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ଶପିଂ ମଲ୍‌, ରେଳଷ୍ଟେଶନ ଫନୀ ପ୍ରକୋପରୁ ବର୍ତ୍ତିପାରି ନ ଥିଲା। କାହାଉପରେ ଗଛ ଭାଙ୍ଗି ପଡ଼ିଥିଲା ତ’ କାହାର କାଚ ଭାଙ୍ଗି ଯାଇଥିଲା ଆଉ କାହାର ନାମ ଫଳକ ଉଭାନ ହୋଇଯାଇଥିଲା। ଫନୀର ୩ଘଣ୍ଟାର ତାଣ୍ଡବ ପାଇଁ ଭୁବନେଶ୍ୱରବାସୀ ୩୦ଦିନ ଛଟପଟ ହୋଇଥିଲେ। ବିଶେଷ କରି ବସ୍ତିବାସିନ୍ଦା ଓ ଦିନ ମଜୁରିଆଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବା ଏକ ଆହ୍ବାନ ପାଲଟିଥିଲା। ଯେଉଁ ଆହ୍ବାନ ଆଜି ପର୍ଯ୍ୟନ୍ତ ବଜାୟ ରହିଛି। ଫନୀ ସମୟରେ ସମ୍ପୃକ୍ତ ବସ୍ତିବାସିନ୍ଦା, ଦିନ ମଜୁରିଆ ଖାଇବାକୁ ନ ପାଇ ଉପାସ ରହୁଥିଲେ, ଆଉ ବର୍ତ୍ତମାନ କରୋନା ମହାମାରୀ ପାଇଁ ନିଜର ସଂଘର୍ଷ ଜାରି ରଖିଛନ୍ତି।

ରାଶନ ପାଇଁ ଲାଗିଥିଲା ୩୦ଦିନ
ଫନୀ ପରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ରାଶନ ବଣ୍ଟନ ଓ ସହାୟତା ପ୍ରଦାନରେ ବିଏମ୍‌ସି ଅହେତୁକ ବିଳମ୍ବ କରିଥିଲା। ଫନୀକୁ ସପ୍ତାହ ବିତିବା ପରେ ବିଏମ୍‌ସି ଲୋକଙ୍କୁ ରାଶନ ବାଣ୍ଟିବା ଆରମ୍ଭ କରିଥିଲା। ଏପରି କି ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଆବଶ୍ୟକ ପାଲ ଖଣ୍ଡେ ଯୋଗାଇବାକୁ ବିଏମ୍‌ସିକୁ ମାସେ ସମୟ ଲାଗିଥିଲା। ଫଳରେ ଫନୀ ପରେ ଦୀର୍ଘ ମାସେ କାଳ ଗରିବ ଓ ଦିନ ମଜୁରିଆ ଭୋକ ଉପାସରେ ରହିବା ସହ ଖୋଲା ଆକାଶ ତଳେ ଶୋଇଥିଲେ।

ଉଠାଦୋକାନୀଙ୍କ ସହାୟତା ପାଣିରେ ଗାର
ଫନୀରେ ଭୁବନେଶ୍ୱରରେ ଥିବା ଉଠାଦୋକାନୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ଏଥିପାଇଁ ରାଜ୍ୟ ସରକାର ପଞ୍ଜୀକୃତ ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ। ବର୍ଷେ ପୂରିଲାଣି, ହେଲେ ଏଯାବତ୍‌ ଉଠାଦୋକାନୀଙ୍କୁ ଫନୀ ସହାୟତା ମିଳିପାରି ନାହିଁ। ପଞ୍ଜୀକୃତ ୨୨ହଜାର ଉଠାଦୋକାନୀଙ୍କ ମଧ୍ୟରୁ ୩୦ପ୍ରତିଶତ ବ୍ୟବସାୟୀ ଏଯାବତ୍‌ ସହାୟତା ପାଇ ନ ଥିବା ଅଭିଯୋଗ ହେଉଛି। ବାରମ୍ବାର ଏନେଇ ବିଏମ୍‌ସି କାର୍ଯ୍ୟାଳୟ ମଧ୍ୟ ସମ୍ପୃକ୍ତ ବ୍ୟବସାୟୀ ଘେରାଉ କରୁଥିବା ନଜିର ରହିଛି।

ଥୁଣ୍ଟା ହୋଇଯାଇଥିଲା ସବୁଜ ରାଜଧାନୀ
୧୭୦ କି.ମି. ବେଗରେ ପବନ ସହ ବର୍ଷା ସାଙ୍ଗକୁ ୩ ଘଣ୍ଟାର ତାଣ୍ଡବ। ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ରାଜଧାନୀ ଭୁବନେଶ୍ୱରର ସବୁଜ ଭରା ପରିବେଶ। ରାସ୍ତା ଘାଟ ଭଙ୍ଗା ଗଛରେ ଭର୍ତ୍ତି ହୋଇଥିଲା। ଯାହାକୁ କାଟି ଉଠାଇବା ପାଇଁ ବିଏମ୍‌ସିକୁ ୬ମାସ ସମୟ ଲାଗିଥିଲା। ଏବେ ବର୍ଷେ ପରେ ରାଜଧାନୀର ସବୁଜିମା ପୁଣି ଫେରିଥିବା ଦେଖିବାକୁ ମିଳିଛି।

ଖାଦ୍ୟ, ପାନୀୟ ପାଇଁ ବିକଳ
୩ଘଣ୍ଟାର ତାଣ୍ଡବ ପରେ ୩ଦିନ ଯାଏ ଘର ଆଗରେ ଗଛ ପଡ଼ି ରହିଥିଲା। ବଜାରକୁ ଆସିବା ତ ଦୂରର କଥା ଲୋକଙ୍କୁ ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା। ରାସ୍ତାରେ ଗଛ ପଡ଼ିଥିବାରୁ ଅତ୍ୟାବଶ୍ୟକ ସାମାଗ୍ରୀ ଭୁବନେଶ୍ୱରକୁ ଆସିପାରୁ ନ ଥିଲା। ହାଟ ବଜାର ବନ୍ଦ ଥିବାରୁ ଲୋକେ ଖାଦ୍ୟ ପାନୀୟ ପାଇଁ ନାନା ସମସ୍ୟା ଅନୁଭବ କରିଥିଲେ। ସେହି ସମୟରେ ବିଏମ୍‌ସି ପକ୍ଷରୁ ପାଖାପାଖି ୫୩ହଜାର ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧ୍ୟା ଖାଦ୍ୟଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri