ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ଲୋୟର ପିଏମ୍‌ଜି

ଭୁବନେଶ୍ୱର,୧୯ା୧୧ (ବ୍ୟୁରୋ): ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜି। ସରକାରଙ୍କୁ ସମସ୍ୟା ତଥା ଦାବି ଜଣାଇବା ପାଇଁ ଏକାଠି ହୋଇଛନ୍ତି ଆନ୍ଦୋଳନକାରୀ। ଡେରା ପକାଇ ରହିବା ସହ ସକାଳୁ ସନ୍ଧ୍ୟା ଚାଲୁଛି ଭିନ୍ନ ଭିନ୍ନ ତରିକାରେ ଆନ୍ଦୋଳନ। ବିଭିନ୍ନ ସଙ୍ଗଠନର ଧାରଣା ଓ ବିକ୍ଷୋଭରେ କମ୍ପି ଉଠୁଛି ପୂରା ଅଞ୍ଚଳ। ତେବେ ସୋମବାର ଲୋୟର ପିଏମ୍‌ଜିରେ ସବୁଠୁ ଅଧିକ ଆନ୍ଦୋଳନକାରୀଙ୍କ ସମାଗମ ଦେଖିବାକୁ ମିଳିଛି।

ପୋଲିସ ଗୁଳିରେ ମୃତ ଆଦିବାସୀଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ମାଓବାଦୀ ଭାବି ପୋଲିସ ଗୁଳି କରିବାରୁ କନ୍ଧମାଳ ଜିଲାର ୫ଜଣ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା। ୨୦୧୨ ନଭେମ୍ବର ୧୪ରେ ଘଟଣା ଘଟିଥିଲେ ମଧ୍ୟ ମୃତକ ପରିବାରକୁ ଆଜି ଯାଏ ନ୍ୟାୟ ମିଳିପାରିନାହିଁ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଓ ବନବାସୀ ସୁରକ୍ଷା ପରିଷଦ ପକ୍ଷରୁ ବିକ୍ଷୋଭ, ଧାରଣା ଓ ପ୍ରତିବାଦ ସଭା ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହୋଇଥିଲା। ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କରି ମୃତକଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସିଏସ୍‌ଡିର ଗଣପ୍ରତିବାଦ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ବାହାନାରେ ପ୍ରଶାସନ ମନମୁଖୀ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଗ୍ରାମ ସଭା ସମୂହ/ମର୍ଯ୍ୟାଦାର ସହ ବଞ୍ଚିବା ଅଭିଯାନ (ସିଏସ୍‌ଡି) ଅଭିଯୋଗ କରିଛି। ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ମିଥ୍ୟା ସତ୍ୟାପଠ ଦାଖଲ କରିବା ସହ ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଆଦିବାସୀ ଓ ବନବାସୀଙ୍କୁ ପୁଣିଥରେ ଜଙ୍ଗଲ ଅଧିକାର ଆଇନ୍‌ରେ ସାମିଲ କରିବା ଓ ସୁପ୍ରିମ୍‌କୋର୍ଟରେ ପୁନଃ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ସଙ୍ଗଠନ ଦାବି କରିଛି। ଏ ପରିପ୍ରେକ୍ଷୀରେ ଲୋୟର ପିଏମ୍‌ଜିରେ ଆଦିବାସୀ ଓ ବନବାସୀଙ୍କର ଏକ ଗଣପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଏହା ଆସନ୍ତା ୨୦ ତାରିଖ ଯାଏ ଜାରି ରହିବ ବୋଲି ସିଏସଡି ସୂଚନା ଦେଇଛି।
ଗୃହରେ ଉଠୁ ଆମ ପ୍ରସଙ୍ଗ: ଗଁାସାଥୀ ସଂଘ
ଲୋୟର ପିଏମ୍‌ଜିରେ ଗଁାସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ୧୫ ଦିନ ହେବ ଧାରଣାରେ ବସିବା ସହ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଗାଁସାଥୀମାନେ ସୋମବାର କଂଗ୍ରେସ ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ଆନ୍ଦୋଳନରତ ଗାଁ ସାଥୀମାନେ କହିଛନ୍ତି, ଶୀତୁଆ ରାତିକୁ ଖୋଲା ଆକାଶ ତଳେ ପଡ଼ି ରହିଛୁ। ବିଧାନସଭାରେ ଆମ ପ୍ରସଙ୍ଗ ଟିକେ ଉଠିଲେ ସରକାର ଆମ ଦୁଃଖ ବୁଝନ୍ତେ। ଶାସକ କିମ୍ବା ବିରୋଧୀ ଦଳ ପକ୍ଷରୁ ଗୃହରେ ଗାଁ ସାଥୀ ପ୍ରସଙ୍ଗ ଉଠେଇବାକୁ ସଂଘ ନିବେଦନ କରିଛି। ସଂଘ ସଭାପତି ସୌଭାଗ୍ୟ ମିଶ୍ର, ସଂଗଠକ କୁଳମଣି ମେଣ୍ଟା, ପ୍ରତାପ ମଲ୍ଲିକ, ଅଭୟ ଡାକୁଆ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ସୂଚନାଯୋଗ୍ୟ, ଗ୍ରାମୀଣ ସ୍ତରରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ସହ ମାସିକ ସର୍ବନିମ୍ନ ୬ ହଜାର ଟଙ୍କା ଦରମା ଦାବିରେ ଧାରଣା ଦେଇ ଆସୁଛି ଗାଁ ସାଥୀ ସଂଘ।

ଧସ୍ତାଧସ୍ତିବେଳେ ୨ ଶିକ୍ଷୟିତ୍ରୀ ଆହତ
ହାର ମାନିବୁ ନାହିଁ। ଆସୁଛୁ, ଆସିବୁ। ନ୍ୟାୟ ପାଇଁ ଲଢିବୁ। ଏଭଳି ବିଭିନ୍ନ ସ୍ଲୋଗାନ ଦେଇ ବିଧାନସଭା ଆଡକୁ ମାଡ଼ି ଚାଲିଥିଲେ ଶହଶହ ଆଇସିଟି ବିଦ୍ୟାଳୟ ସଂଯୋଜକ। ସେମାନେ ବ୍ୟାରିକେଡ ଡେଇଁ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ମୁହଁାମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବାରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତେବେ ପୋଲିସ ସହ ଧସ୍ତାଧସ୍ତିବେଳେ ୨ଜଣ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ସଂଘ ସଭାପତି ସୌମ୍ୟରଞ୍ଜନ ମଲ୍ଲିକ କହିଛନ୍ତି, ବିଦ୍ୟାଳୟ ସଂଯୋଜକ ବଦଳରେ କମ୍ପ୍ୟୁଟର ଶିକ୍ଷକ ନାମକରଣ, ସ୍ଥାୟୀ ନିଯୁକ୍ତି, ସମସ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ ଓ ଆଇସିଟି ଇ-ବିଦ୍ୟାଳୟ ପ୍ରକଳ୍ପକୁ ସରକାର ନିଜ ଅଧୀନକୁ ନେବାକୁ ଦାବି କରି ଆସୁଛୁ। ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ବି ସରକାର ଆଇସିଟି ଶିକ୍ଷକଙ୍କ ଦାବି ପ୍ରତି ଦୃଷ୍ଟି ଦେଉନାହଁାନ୍ତି। ଯଦି ସରକାର ଦାବି ନ ଶୁଣନ୍ତି, ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri