ବିକ୍ରି ହେଉଛି ଏକ୍ସପାଏରି ଖାଦ୍ୟ ପ୍ୟାକେଟ୍‌

କଟକ ଅଫିସ,୫ା୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍‌ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା ଷ୍ଟକ୍‌କୁ ଖାଲି କରିବାରେ ଲାଗିଛନ୍ତି। ଏହି କାରଣରୁ ଏକ୍ସପାଏରୀ ଯାଇଥିବା ଖାଦ୍ୟ ପ୍ୟାକେଟ୍‌ ବଜାରରେ ବିପୁଳ ପରିମାଣରେ ବିକ୍ରି ହେଉଛି। କଟକ ମହାନଗର ନିଗମ (ସିଏମ୍‌ସି) ଏହାକୁ ଯାଞ୍ଚ କରିବା ବଦଳରେ ନିରବ ରହି ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହୋଇଛି।
ଥରେ ଏକ୍ସପାଇରୀ ଡେଟ୍‌ ସରିଗଲେ ଖାଦ୍ୟ ସାମଗ୍ରୀ ଆଉ ବିକିହେବ ନାହିଁ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ରେ ଏନେଇ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଦୁଇ ମାସର ଲକ୍‌ଡାଉନ୍‌ ପରେ କଟକଣା ସାମାନ୍ୟ କୋହଳ ହେବା ଯୋଗୁ ଦୋକାନ ଯେତେବେଳେ ଖୋଲିଲା, ସମସ୍ତଙ୍କ ପାଖରେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଗଚ୍ଛିତ ରହିଥିଲା। ଲକ୍‌ଡାଉନ୍‌ ଅବଧି ଭିତରେ ଖାଦ୍ୟ ସାମଗ୍ରୀର ବୈଧ ତାରିଖ ମଧ୍ୟ ଶେଷ ହୋଇସାରିଥିଲା। ଏବେ ସମସ୍ୟା ହେଲା, ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଏକ୍ସପାଇରୀ ହୋଇଥିବା ଏହି ଖାଦ୍ୟ ସାମଗ୍ରୀଗୁଡ଼ିକୁ ଫେରାଇ ନେବାକୁ ରାଜି ନୁହନ୍ତି। ସେମାନଙ୍କୁ ମଧ୍ୟ କ୍ଷତି ଚିନ୍ତା ଘାରିଛି। ଅପରପକ୍ଷେ ଲକ୍‌ଡାଉନ୍‌ ଯୋଗୁ ଫ୍ୟାକ୍ଟି ବନ୍ଦ ଥିବା ଯୋଗୁ ନୂତନ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁ ନାହିଁ। ପ୍ରସ୍ତୁତକାରୀ ଓ ଡିଷ୍ଟ୍ରିବ୍ୟୁଟର ମନା କରିଦେବା ପରେ ଏବେ କେତେକ ଅସାଧୁ ବ୍ୟବସାୟୀ ପୁରୁଣା ଓ ଏକ୍ସପାଇରୀ ସରିଥିବା ସାମଗ୍ରୀ ବିକିବାରେ ଲାଗିଛନ୍ତି। ଏଥିରେ ବିସ୍କୁଟ୍‌, କେକ୍‌, ମୃଦୁପାନୀୟ, ଜୁସ୍‌ ପ୍ୟାକେଟ୍‌, ନୁଡଲ୍ସ, ସ୍ନାକ୍ସ ଭଳି ଖାଦ୍ୟ ସାମଗ୍ରୀ ରହିଛି। ଏ ନେଇ ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି, ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଗାମୀ ଦିନରେ ଏକ୍ସପାଏରୀ ଫୁଡ୍‌ ପ୍ୟାକେଟ ଧରିବା ପାଇଁ ମଧ୍ୟ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri