ବିକ୍ରି ବୃଦ୍ଧି ଲାଗି ଅଟୋମୋବାଇଲ କମ୍ପାନୀଙ୍କ ଭାରି ଡିସ୍‌କାଉଣ୍ଟ ଯୋଜନା

ନୂଆଦିଲ୍ଲୀ,୮-୯: ମାନ୍ଦାବସ୍ଥା ମାଡ଼ର ସାମ୍ନା କରୁଥିବା ଅଟୋ ଉଦ୍ୟୋଗ ସରକାରଙ୍କ ଠାରୁ ସହାୟତା ପାଇବା ଅପେକ୍ଷାରେ ରହିଛନ୍ତି। କିନ୍ତୁ ସେମାନେ ନିଜ ଆଡୁ ଏହି ପରିସ୍ଥିତିର ସାମ୍ନା କରିବାକୁ ଏବେ ଅଣ୍ଟା ଭିଡିଛନ୍ତି। ଅଟୋ କମ୍ପାନୀଗୁଡ଼ିକ କାର୍‌, ଦୁଇଚକିଆ ଗାଡ଼ି ସମେତ ଟ୍ରକ୍‌ ଭପରେ ଭାରି ଡିସ୍‌କାଉଣ୍ଟ ଘୋଷଣା କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ, ଅଟୋ କମ୍ପାନୀ ଓ ଡିଲରଙ୍କ ନିକଟରେ ଭାରି ମାତ୍ରାରେ ପୁରୁଣା ଷ୍ଟକ୍‌ ପଡିରହିଛି। ଏହାକୁ ହଟାଇବା ଏବେ ସେମାନଙ୍କର ପ୍ରାଥମିକତା ରହିଛି। ଷ୍ଟକ୍‌ ବୃଦ୍ଧି ପାଇବା କାରଣରୁ ସେମାନେ ଉତ୍ପାଦନ ବନ୍ଦ କରୁଛନ୍ତି ଅଥବା ସ୍ବଳ୍ପ ମାତ୍ରାରେ ଜାରି ରଖିଛନ୍ତି। ପୂର୍ବେ ଅଟୋ କମ୍ପାନୀ ଦାମ୍‌ ଉପରେ ୫ରୁ୭% ଡିସ୍‌କାଉଣ୍ଟ ଦେଉଥିବା ବେଳେ ଏବେ କାର୍‌, ବାଇକ୍‌ ଉପରେ ଡିଲର ୨୯% ପର୍ଯ୍ୟନ୍ତ ଏବଂ ଟ୍ରକ୍‌ ଉପରେ ୨୫% ପର୍ଯ୍ୟନ୍ତ ଦାମ୍‌ରେ ଛାଡ଼ କରୁଛି। ମାରୁତି, ହୋଣ୍ଡା, ଟୟୋଟା, ହ୍ୟୁଣ୍ଡାଇ, ରେନୋ ଏବଂ ନିଶାନ ଭଳି କାର୍‌ କମ୍ପାନୀ ବିକ୍ରି ବଢ଼ାଇବା ଲାଗି ୪୦ ହଜାର ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ଦେବା ଆରମ୍ଭ କରିଛନ୍ତି। ସେହିପରି ଟ୍ରକ୍‌ ନିର୍ମାତାମାନେ ୩,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ-ବଡ଼ ଟ୍ରକ୍‌ ଉପରେ ଛାଡ଼ ଘୋଷଣା କରିଛନ୍ତି। ଦେଶର ସର୍ବବୃହତ କାର୍‌ ନିର୍ମାତ ମାରୁତି ସୁଜୁକି ଏହାର ପ୍ରମୁଖ ଗାଡ଼ି ଉପରେ ୫୦ ହଜାରରୁ ୧.୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri