Categories: ବାଣିଜ୍ୟ

ବିକିନି ଏୟାରଲାଇନର ୯ଟଙ୍କାରେ ଉଡାଣ

ନୂଆଦିଲ୍ଲୀ,୨୧।୮: ସାରା ବିଶ୍ୱରେ ‘ବିକିନି ଏୟାରଲାଇନ’ଭାବେ ଖ୍ୟାତ ଭିଏତନାମର ବଜେଟ ଏୟାରଲାଇନ ବିୟତଜେଟ ଚଳିତବର୍ଷ ଡିସେମ୍ବରରୁ ଭାରତରେ ନିଜର ପାଦ ଥାପିବାକୁ ଯାଉଛି। ଏହି ଏୟାରଲାଇନ କମ୍ପାନୀ ନୂଆଦିଲ୍ଲୀରୁ ହୋ ଚିନ୍‌ ମିନ୍‌ ସିଟି ମଧ୍ୟରେ ଡିସେମ୍ବର ୬ରୁ ବିମାନ ଉଡ଼ାଣ ଆରମ୍ଭ କରିବ। ୨୦୧୧ରେ ଉକ୍ତ ଏୟାରଲାଇନ କମ୍ପାନୀର ସମସ୍ତ କ୍ରୁ ସଦସ୍ୟ ବିକିନି ପିନ୍ଧିଥିବା ନେଇ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହାକୁ ନେଇ ସେତେବେଳେ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା। ବିୟତଜେଟ୍‌ ଚଳିତମାସ ୨୦ରୁ ୨୨ ମଧ୍ୟରେ ସ୍ପେଶାଲ ପ୍ରମୋଶନ ‘ଥ୍ରୀ ଗୋଲ୍ଡେନ ଡେଜ’ ବେଳେ ସୁପର ସେଭିଙ୍ଗ୍ସ ଟିକେଟ ଅଫର କରୁଛି। ଏହାର ମୂଲ୍ୟ ମାତ୍ର ୯ ଟଙ୍କା ରହିଛି। ଡିସେମ୍ବର ୬ରୁ ନୂଆଦିଲ୍ଲୀ ଓ ହୋ ଚିନ୍‌ ମିନ୍‌ ମଧ୍ୟରେ ସପ୍ତାହରେ ୪ ଫ୍ଲାଇଟ ଓ ଡିସେମ୍ବର ୭ରୁ ହନୋଇ-ନୂଆଦିଲ୍ଲୀ ମଧ୍ୟରେ ସପ୍ତାହକୁ ୩ ଫ୍ଲାଇଟ୍‌ ଚଳାଚଳ କରିବ। ଉଲ୍ଲେଖନୀୟ ଯେ, ଆସନ୍ତା ଅକ୍ଟୋବରରୁ ଇଣ୍ଡିଗୋ ହୋ ଚିନ୍‌ ମିନ୍‌-କୋଲକାତା ମଧ୍ୟରେ ବିମାନ ଉଡ଼ାଣ ସେବା ଆରମ୍ଭ କରିବାକୁ ଯାଉଛି। ବିୟତଜେଟ ଦେଶ ତଥା ବିଦେଶରେ ୧୨୯ରୁଟ୍‌ରେ ଉଡ଼ାଣ ଜାରି ରଖିଛି।

Share