ବିକାଶର ନାଁ ଗଁଧ୍‌ ନାଇଁ, ତଥାପି ବିତୁଛେ ଜୀବନ୍‌

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଁଲାଭଟା ପଁଚେତ୍‌ର ପାହାଡ଼ ସିଘେ ପଟାକୁସୁମୀ, ଟେଣ୍ଡକାଚୁଆଁ, କର୍ଲାକୋଟ, ଦାବ୍ରିଘାଟି, କରାଘାଟି ଲେଖେଁ ଗାଁମାନ ରହିଛେ। ଗୁଟେ ଅପହଁଚ୍‌ ଇଲାକା ସଂଗେ ଅଣ ସର୍ବେକ୍ଷଣ ଭୂଇଁରେ ଇ ଗାଁମାନ ବସିଥିଲାବେଲେ ପଟାକୁସୁମୀ ବହୁତ ଦିନୁ ରାଜସ୍ବ ଗାଁର ମାଏନ୍‌ତା ପାଇ ସାରିଛେ। ସବୁ ଗାଁର ଲୋକ ସଂଖ୍ୟା ପାଖାପାଖି ୫ଶହରୁ ଅଧ୍‌କା ହେବା। ହେଲେ ସରକାରୀ ଉଦିଅମ ଆଏଜ୍‌ ବି ଅପହଁଚ୍‌ ହେଇ ରହିଛେ। କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ଆର ତେନ୍ତୁଳିଖୁଣ୍ଟି ବ୍ଲକର ତିନକୁନିଆଁ ସୀମାନାମାନ୍‌କେ ଇ ଗାଁ ସବୁ ରହିଛେ। ଇମାନକର ପାସକେ ପୁହୁଁଚିବାକେ ହେଲେ ପରଶାସନକେ ବଡ଼ା କସରତ କରବାକେ ପଡ଼ୁଛେ। ଇ ଗାଁମାନ ଅତଡ଼ିଆ ଜାଗାମାନକେ ଥିଲାବେଲେ ନବରଙ୍ଗପୁର ଜିଲାର ସୀମା ଭିତରେ ଯିବାକେ ପଡ଼ୁଛେ। ଏନ୍‌ତା କି ଇମାନେ ୧୦ କି.ମି. ଏରିଆ ଭିତରେ ଥିଲେ ବି ରାସ୍‌ତାଘାଟ ଅଭାବୁ ସମକୁ ଜାନବାର ଭିଡ଼ ହେଇଯାଉଛେ। ଅନେକ ସମିଆରେ ଗଁବାସୀମାନକୁ ୫ କେ.ଜି. ଚାଉଲ ଆର କିରାସିନ ଲାଗି ୧୪ରୁ ୧୭ କି.ମି. ପାହାଡ଼ ଚଢ଼ା ଉତରା କରବାକେ ପଡ଼ୁଛେ। ହେଲେ ଭିଟାମାଟି ଉପରେ ଇମାନକର ବହୁତ୍‌ ଲୋଭ୍‌, ବିସ୍ଥାପନର କଥା କହେଲେ ଇମାନେ ନାକ୍‌ ଟେକୁଛନ୍‌। ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ଆର ତେନ୍ତୁଳିଖୁଣ୍ଟି ବ୍ଲକ ପାର ହେଲା ଉତାରୁ ସାନକରାଘାଟିରେ ପୁହୁଚି ହେସି। ଗାଁରେ ଏହେଦେ ୨୭ଟା ପରିବାରର ପାଖାପାଖି ୧୫୦ ଲୋକ୍‌ ବାସ୍‌ କରୁଛନ୍‌। ଅନେକ ବଛର ବଁଧାରରେ ବିତାଲା ଉତାରୁ ସୌରଶକ୍ତି ବିଜଲିବତୀର ୬ଟା ଖୁଁଟା ଦେଖ୍‌ବାକେ ମିଲିଥିଲା। ଜୟପାଟଣା ବ୍ଲକର ଅଁଳାଭଟା ପଁଚେତ୍‌ର ଜରିଗୁମା ଗାଁର ତଳ କରାଘାଟି ଗାଁ। ଇ ଗାଁରେ ମୋଟ ୨୭ଟା ପରିବାର ରହୁଥିଲାବେଲେ ଆଏଜ୍‌ ବି ୮ଟା ପରିବାର ସରକାରୀ ଯୋଜନାରେ ଚାଉଲ ପାଏବାରୁ ବଁଚିତ୍‌ ଥିବାର କହିଥିଲେ। ସେନ୍‌ତା ଜବକାର୍ଡ ଥିଲେ ବି କାମ ନାଇଁ ମିଲୁଥିବାର ଅନେକ ଲୋକ ଅଭିଯୋଗ କରିଥିଲେ। ଗାଁରେ ପାଏନ୍‌ର ବଡ଼ଭାରି ଅଭାବ ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆର ହେଉଥିବାର ଘରମାନେ ବଁଦ୍‌ ପଡ଼ିଛେ। ଗାଁର ବଡ଼ଭାଗି ଭୂମିହୀନ ହେଇଥିଲାବେଲେ ୪ ଝନ୍‌ ଲୋକ୍‌ ଆବାସ ଯୋଜନାର ଲାଭ ପାଇଛନ୍‌। ବାକି ଲୋକ୍‌ ୪ ଡିସିମିଲ ଜମି ପଟ୍ଟା ଅଭାବୁ ଅବାସ ଯୋଜନାରୁ ବଁଚିତ ହେଇଥିବାର କହିଛନ୍‌। ପାହାଡ଼ ତଲେ ଟିଙ୍ଗୋପଖାନ ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ର ଥିବାର ଲାଗି ଗାଁର ଛୁଆମାନେ ରଁଧା ଖାଏଦ୍‌ ଖାଏବାରୁ ବଁଚିତ୍‌ ହେଇଥିବାର କହିଥିଲେ। ଜୟପାଟଣା ବ୍ଲକର ଏନ୍‌ତା ଅତଡ଼ିଆ ଅଂଚଲମାନକେ ଥିବାର ଗାଁର ବିକାଶ ଲାଗି ପଦକ୍ଷେପ ନାଇଁ ନେଲେ ସୁଆଧୀନତା ଆଗରୁ ଦୁଖ୍‌ ପାଇଆସୁଥିବାର ଇ ଲୋକ୍‌ମାନକର ଜିଁବାର ଖାଏବାର ବି ବହୁତ ଭିଡ଼ ହେଇଯିବା ବଲି ଆଲୋଚନା ହେଉଛେ।