ବିକାଶନୁ ବହୁତ୍‌ ଦୂରେ କଛାରପଡ଼ାବାସୀ

କୋକସରା, ୧୩ା୧୨(ଡି.ଏନ୍‌.ଏ.)- ଝାର ଜଂଗଲ, ପାହାଡ଼ ପରବତ୍‌ ଘେରା କଳାହାଣ୍ଡି ଜିଲାରେ ଆଏଜ୍‌ ବି ଅନେକ ଗଁାଗଁଡ଼ାର ଲୋକ୍‌ ସାଧାରନ ମଉଲିକ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଦେଶ ସୁଆଧୀନ ହେବାର ସାତ୍‌ ଦଶକନୁ ଅଧ୍‌କା ବିତିଯାଇଥିଲେ ବି ଅନେକ ଗଁାବାସୀ ସରକାରକଁର ବିକାଶର ସୂର୍ଯ୍ୟ କିରନ୍‌ ଦେଖି ନାଇଁପାରି। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଁଚେତ୍‌ ଅଧୀନ କଛାରପଡ଼ା ଗଁାରେ।
ସୂଚନା ଅନ୍‌ସାରେ କଛାରପଡ଼ା ଗଁାଟା ସାହାଜଖୋଲ ସଂରକ୍ଷିତ ଜଂଗଲ ଭିତରେ ପଁଚେତ୍‌ ସଦରନୁ ୪ କି.ମି. ଦୂରେ ରହିଛେ। ଇ ଗଁାରେ କୁଲ ୧୩ ପରିବାରର ୧୫୦ରୁ ଅଧ୍‌କା ଲୋକ ବାସ କରୁଛନ୍‌। ଇମାନକର ଜୀବନ୍‌ ଜୀବ୍‌କା କହେଲେ ଚାଷ୍‌ବାସ ଆର ଜଂଗଲ ଜାତ ଦରବ୍‌ ଉପରେ ନିରଭର କରୁଛନ୍‌। ହେଲେ ଗଁାବାସୀ ଆଏଜ୍‌ ବି ଫିଦିନିଅଁା ରାସ୍‌ତା, ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରାଥମିକ ସ୍କୁଲ, ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ହେଇ ରହିଛନ୍‌। ମଉଲିକ ସୁବିଧା ସୁଯୋଗ ଲାଗି ଗଁାବାସୀ ଭିନେ ଭିନେ ସମିଆରେ ଥାନୀଅ ସରପଁଚ୍‌ନୁ ମୂଲ କରି ବିଧାୟକ, ପରଶାସନିକ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ଗଁାକେ ଖରା ଆର ଶୀତ ମାସେ କେହେନ୍‌ସିମିତି ଯିବାର ଆଏବାର ସମ୍‌ଭବ ହେଉଥିଲେ ବି ବରଷା ଦିନେ ଗଁାବାସୀ ଜଲ୍‌ବଁଦି ଜୀବନ୍‌ ବିତଉଛନ୍‌। ଗଁାରେ କାହାରି ଦିହିପା ଖରାପ ହେଲେ, ଗରଭ୍‌ବତୀ ମହିଲାକୁଁ ଡାକ୍‌ତରଖାନା ନେବାକେ ପଡ୍‌ଲେ ୨ କି.ମି. ଖଟେ ବୁହି କରି ନେଲେ ଯାଇ ଗାଡ଼ିମଟର ସୁବିଧା ମିଲୁଛେ। ଗଁାରେ ୨୦ରୁ ୨୫ ଝନ୍‌ ପାଠ୍‌ପଢ଼ା ଛୁଆ ଥିଲାବେଲେ ୪ କି.ମି. ଦୂରିଆ ଜଂଗଲି ରାସ୍‌ତାରେ ପଢ଼ିଯିବାକେ ପଡ଼ୁଛେ। ଯେନ୍‌ଥିରଲାଗି ମା’ବାପ୍‌ ଜଂଗଲି ଜୀବ୍‌ଜଁତୁ ଭଏରେ ପିଲାକୁ ସ୍କୁଲ ନାଇଁ ଛାଡ଼ବାର। ଇ ବାବ୍‌ଦେ ଡୁଡୁକାଠେଙ୍ଗା ସରପଁଚ୍‌ ସବିତା ବାଣୁଆକୁଁ ପଚରାଲାରୁ ଗଁାରେ ସମସିଆ ତ ଅନେକ ରହିଛେ। ଜଂଗଲ ବିଭାଗର ଅନୁମତି ନାଇଁ ମିଲବାର ଲାଗି ରାସ୍‌ତାଘାଟ ତିଆର କରି ନାଇଁ ହେବାର। ବିଦ୍ୟୁତ୍‌ ସେବାର ଲାଗି ବିଭାଗୀୟ ଅଧ୍‌କାରୀକୁଁ ଜନେଇଛୁଁ। ଗଁାରେ ପିଲା କମ୍‌ ଥିବାର ଲାଗି ଅଙ୍ଗନଓ୍ବାଡି କି ସ୍କୁଲ ଖୁଲବାର ସମ୍‌ଭବ ନାଇଁ ହେବାର ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠୀକୁଁ ପଚରାଲାରୁ ସମସିଆର ସମାଧାନ ଲାଗି ନିହାତି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ହେଲେ ଜଂଗଲି ଜୀବନ୍‌ ବିତଉଥିବାର ଗଁାବାସୀ କେଭେ ମଉଲିକ ସୁବିଧା ସୁଯୋଗ ପାଉଛନ୍‌ ଆର ସମାଜର ମୁଖିଆ ଧାରରେ ସାମିଲ ହେଉଛନ୍‌ ଦେଖ୍‌ବାକେ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri