Categories: ଜାତୀୟ

ବିଏସ୍‌ପି ମୁଖ୍ୟ ଭାବେ ମାୟାବତୀ ପୁନଃ ନିର୍ବାଚିତ

ଲକ୍ଷ୍ନୌ, ୨୯ା୮(ପି.ଟି.): ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ଭାବେ ପୁଣି ଥରେ ମାୟାବତୀ ବୁଧବାର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ବରିଷ୍ଠ ନେତାଙ୍କ ସହ ପ୍ରଦେଶ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହି ତାଙ୍କୁ ଜାତୀୟ ସଭାପତି ଭାବେ ନିର୍ବାଚିତ କରିଛନ୍ତି। ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ତାଙ୍କ ମିଶନ ପୂର୍ବ ଭଳି ଜାରି ରହିବ ବୋଲି ମାୟାବତୀ ଏହି ଅବସରରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରି କହିଛନ୍ତି। ଆଗକୁ ହେବାକୁ ଥିବା ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀ ନିର୍ବାଚନରେ ଦଳ ପୂର୍ଣ୍ଣ କ୍ଷମତାର ସହ ଭାଜପା ଓ କଂଗ୍ରେସ ବିରୋଧରେ ଲଢିବ ବୋଲି ସେ ପ୍ରକାଶ କରିଛନ୍ତି।

Share