Categories: ଜାତୀୟ

ବିଏସ୍‌ଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ଶହୀଦ

ଶ୍ରୀନଗର, ୨୦।୫: ଜମ୍ମୁ-କଶ୍ମୀର ଶ୍ରୀନଗରରେ ବିଏସ୍‌ଏଫ୍‌ ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶ୍ରୀନଗରର ପଣ୍ଡାଛ ନିକଟରେ ଥିବା ଚେକପୋଷ୍ଟରେ ବିଏସ୍‌ଏଫ୍‌ର ୩୭ ବାଟାଲିୟନ ଯବାନ ମୁତୟନ ଥିଲେ। ୨ଜଣ ଯବାନ ଦୋକାନକୁ କିଣିବାକୁ ଯାଇଥିବା ବେଳେ ସେହି ସମୟରେ ୨ଜଣ ଆତଙ୍କବାଦୀ ଏକ ବାଇକ୍‌ରେ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଯବାନଙ୍କ ଅସ୍ତ୍ରଶସ୍ତ୍ର ଲୁଟ୍‌ କରି ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି ବୋଲି ଜମ୍ମୁ-କଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି।

Share