ବିଏମ୍‌ସି ପକ୍ଷରୁ ବ୍ରହ୍ମପୁରର ବିିଭିନ୍ନ ସାହିରେ ବିଶୋଧନ ଆରମ୍ଭ

ବ୍ରହ୍ମପୁର ଅଫିସ,୩ା୪: କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସହରର ବିଭିନ୍ନ ସାହିକୁ ବିଶୋଧନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରବାସୀଙ୍କୁ କେଭିଡ୍‌-୧୯ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ପ୍ରତେକ ସାହିର ରାସ୍ତା, ଡ୍ରେନେଜ୍‌ ଓ ଘର କାନ୍ଥକୁ କ୍ଳୋରିନ୍‌ ମିଶ୍ରଣ ଦ୍ୱାରା ବିଶୋଧନ କରାଯାଉଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ୧୦ କର୍ମଚାରୀଙ୍କ ସମେତ ୧୦ଟି ସ୍ପ୍ରେ ମେଶିନ ନିୟୋଜିତ କରାଯାଇଥିବା ବିଏମ୍‌ସି କମିଶରନ ଚକ୍ରୱର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ବୁଧବାରଠାରୁ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳଗୁଡ଼ିକର ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇଦିନ ମଧ୍ୟରେ ସହରର ମାର୍କେଟ ଅଞ୍ଚଳ ସମେତ ଏମ୍‌କେସିଜି ମେଡିକାଲ, ସିଟି ହସ୍ପିଟାଲ ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।