ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍ସିରେ ପହଞ୍ଚତ୍ଛି ଓ ଚଳିତ ମାସରୁ ଲାଗୁ ହେବା ଜଣାପଡ଼ିଛି। ଏହାଦ୍ୱାରା ପ୍ରାୟ ୬ ଶହ ପେନ୍ସନଭୋଗୀ ଉପକୃତ ହେବେ। ବର୍ତ୍ତମାନ ପାଉଥିବା ମୂଳ ପେନ୍ସନର ୨.୫୭% ଅଧିକ ମିଳିବ। ସରକାରଙ୍କ ଏହି ନିଷ୍ପତ୍ତିକୁ ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସଂଘ ସ୍ବାଗତ କରିଛି।
ବିଏମ୍ସିର ସ୍ଥାୟୀ କର୍ମଚାରୀମାନେ ପୂର୍ବରୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ପାଉଥିଲେ ବର୍ଦ୍ଧିତ ଦରମା । ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ମନୋହର ପାତ୍ର କହିଛନ୍ତି, ୨୦୧୬ ଜାନୁୟାରୀରୁ ସପ୍ତମ ବେତନ କମିଶନ ସୁପାରିସ ଲାଗୁ ହୋଇଛି। ତେବେ ବିଏମ୍ସିରେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା। ଗତବର୍ଷ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରହ୍ମପୁର ଆସିଥିଲେ। ଆୟୋଜିତ ସମାବେଶରେ ପୌର କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରକାରେ ବର୍ଦ୍ଧିତ ଦରମା ଦିଆଯିବାକୁ ଘୋଷଣା କରିଥିଲେ। ଫଳରେ ରାଜ୍ୟର ହଜାର ହଜାର ପୌର କର୍ମଚାରୀ ଉପକୃତ ହୋଇଥିଲେ। ତେବେ ଅବସରପ୍ରାପ୍ତ କର୍ମଚାରୀ ବାଦ ପଡ଼ିଥିଲେ। ବିଳମ୍ବରେ ପେନ୍ସନ ଭୋଗୀ କର୍ମଚାରୀଙ୍କ ପାଇଁ ସରକାର ମଞ୍ଜୁର କରିଛନ୍ତି।
ଗତ ୧୫ ମାସ ହେବ ବିଏମ୍ସି ନିର୍ବାଚିତ ପରିଷଦର କାର୍ଯ୍ୟକାଳ ପୂରିଯାଇଛି। ଗଞ୍ଜାମ ଜିଲାପାଳ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି। କର୍ପୋରେଶନ ବା କାଉନସିଲ ବୈଠକ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହେଉଛି। ସରକାରୀ ନିର୍ଦ୍ଦେଶ ପ୍ରକାରେ ବର୍ଦ୍ଧିତ ହାରରେ ପେନସନ ପ୍ରଦାନ ପାଇଁ କାଉନସିଲ ବୈଠକରେ ଅନୁମୋଦିତ ହେବାର ବିଧି ରହିଛି। ଆଗାମୀ ବୈଠକରେ ଏହା ଉପସ୍ଥାପିତ ହେବ। ତେବେ ଚଳିତ ମାସରୁ ବର୍ଦ୍ଧିତ ପେନ୍ସନ ଦିଆଯିବାର ବିଏମ୍ସି କର୍ତ୍ତୃପକ୍ଷ ଆଶ୍ୱସନା ଦେଇଥିବା ସଂଘ ସଭାପତି ସୂଚାଇଛନ୍ତି। ଗତ ୪ ବର୍ଷର ବକେୟା ପ୍ରାପ୍ୟ ମଧ୍ୟ ପର୍ଯ୍ୟାୟକ୍ରମେ ମିଳିବ। ତେବେ ତାହା ମଧ୍ୟ ତୁରନ୍ତ ପ୍ରଦାନ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଂଘ ସଭାପତି ପାତ୍ର ଦାବି କରିଛନ୍ତି।
ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା
ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…
ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା
କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…
ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ
କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…
କୌଳିକ ବୃତ୍ତିରୁ ମୁହଁ ଫେରେଇଲେଣି ବାଉଁଶ କାରିଗର: ପହଞ୍ଚୁନି ସରକାରୀ ପ୍ରୋତ୍ସାହନ
ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ):ଅତ୍ୟାଧୁନିକ ଯୁଗ ତଥା ଆଜିର ବିଜ୍ଞାନ ଯୁଗରେ ହାତ ତିଆରି ଜିନିଷ ଅଲୋଡ଼ା ହୋଇ ପଡୁଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ବିଭିନ୍ନ…
ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର: ମନ୍ଦିରରେ ଭକ୍ତଙ୍କ ଭିଡ଼
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ…
ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର
ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା…
୧୯ରେ ସିଜିଏଲ୍ ପରୀକ୍ଷା: ଡାଉନ୍ଲୋଡ୍ ହେଉନି ଆଡ୍ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ
ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସ୍ସି) ପରିଚାଳିତ କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ…
ବଡ଼ ବୟାନ ଦେଲେ ଭକ୍ତ ଦାସ; ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ, ମେଣ୍ଟ…
ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ): ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ…
Archives

