ବିଏମ୍‌ସିର ମଣ୍ଡପ ସିଲ୍‌ ପ୍ରକ୍ରିୟା ବନ୍ଦ ହୋଇଯିବ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ବିନା ବିଲଡିଂ ପ୍ଲାନ୍‌ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣ ମଣ୍ଡପକୁ ବିଏମ୍‌ସିି ପକ୍ଷରୁ ଜାରି ରହିଥିବା ସିଲ୍‌ ପ୍ର୍ରକ୍ରିୟା ଶୁକ୍ରବାର ହୋଇ ପାରିନାହିଁ। କେତେଗୋଟି ମଣ୍ଡପ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ଥଗତାଦେଶ ଆଣିଛନ୍ତି। ଆଉ ୪୦ରୁ ଊର୍ଦ୍ଧ୍ୱ ମଣ୍ଡପ କର୍ତ୍ତୃପକ୍ଷ ଶୁକ୍ରବାର କୋର୍ଟ ଦ୍ୱାରସ୍ଥ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ବିଡିଏ, ବିଏମ୍‌ସିର ମିଳିତ ସ୍କ୍ବାଡର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବେଆଇନ ଭାବେ ଚାଲିଥିବା ମଣ୍ଡପଗୁଡିକୁ ସିଲ୍‌ ନ କରାଯିବା ଲାଗି ଏବେ ମାଲିକମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ବିଡିଏର ସର୍ବକ୍ଷମା ଯୋଜନାରେ ମଧ୍ୟ ବିଲ୍ଡିଂ ପ୍ଲାନ ଆବେଦନ କରିବା ସହ ନିୟମ ଅନୁଯାୟୀ ଜରିମନା ଦେବାକୁ ପ୍ରସ୍ତୁତ ଅଛନ୍ତି। ଶୁକ୍ରବାର ପାଖା ପାଖି ୧୫ ମଣ୍ଡପ କର୍ତ୍ତୃପକ୍ଷ ସର୍ବକ୍ଷମା ଯୋଜନାରେ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ହେଲେ ଏ ନେଇ ବିଡିଏ ସୂତ୍ରରୁ କୌଣସି ସୂଚନା ଦିଆଯାଇନାହିଁ। ମାତ୍ର ସର୍ବକ୍ଷମାରେ ସାମିଲ ହେବାକୁ ଥିବା ମଣ୍ଡପ ମଧ୍ୟରୁ ୩ ମଣ୍ଡପ କୋର୍ଟରୁ ସ୍ଥଗିତାଦେଶ ଆଣିଥିବା ବେଳେ ୪୩ ମଣ୍ଡପ ପକ୍ଷରୁ ସ୍ଥଗିତାଦେଶ ଆଣିବାକୁ କୋର୍ଟରେ ଆବେଦନ କରାଯାଇଥିବା ସୂଚନା ମିଳିଛି। ଏପରି ସ୍ଥଳେ ସ୍ଥଗିତାଦେଶ ମିଳିଲେ ବିଏମ୍‌ସି ଉକ୍ତ ମଣ୍ଡପ ଗୁଡିକୁ ସିଲ କରିପାରିବ ନାହିଁ। ନ ହେଲେ ବିଏମ୍‌ସି ପକ୍ଷରୁ ଏହି ଷ୍ଟେ ଅର୍ଡର ବିରୋଧରେ ହାଇକୋର୍ଟ ଅବା ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଯଦି ଏଥିରେ ବିଏମ୍‌ସି ସପକ୍ଷରେ ରାୟ ଯାଏ ତେବେ ପୁନର୍ବାର ସିଲ୍‌ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏହି ନ୍ୟାୟିକ ପ୍ରକ୍ରିୟା ଶେଷହେବାକୁ ଅଧିକ ସମୟ ଲାଗିବ ବୋଲି ଆଶା କରାଯାଉଥିବା ବେଳେ ଚିନ୍ତାରେ ବିଏମ୍‌ସି ପଡିଛି। ତେବେ ମଣ୍ଡପରେ ବିବାହ ପାଇଁ ପୂର୍ବରୁ ବୁକିଂ ରହିଥିବା ବେଳେ ଏବେ ମଣ୍ଡପ ସିଲ୍‌ ହେଲେ ଲୋକମାନେ ଅସୁବିଧାରେ ପଡିବେ ବୋଲି ଦର୍ଶାଇ ହାଇକୋର୍ଟରୁ ୩ଟି ମଣ୍ଡପ ସ୍ଥଗିତାଦେଶ ଆଣିଛନ୍ତି। ସିଲ୍‌ ମଣ୍ଡପ ଅବା ସିଲ୍‌ ହେବାକୁ ଥିବା ମଣ୍ଡପର କର୍ତ୍ତୃପକ୍ଷମାନଙ୍କର ବିଏମ୍‌ସିର ବଡ ଅଧିକାରୀ ଏବଂ ନେତାମାନଙ୍କ ସହ ସମ୍ପର୍କ ରହିଛି। ତେଣୁ ଉକ୍ତ ମଣ୍ଡପଗୁଡିକୁ ସିଲ୍‌ କରାଯାଉନାହିଁ ବୋଲି ପୂର୍ବତନ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ପ୍ରକ୍ରିୟା ଚାଲିଥିବା ବେଳେ ୪ ଦିନରେ ସିଲ୍‌ ହୋଇଥିବା ୧୬ଟି ମଣ୍ଡପ ଭିତରୁ ଅଧିକାଂଶ ଖୋଲାସରିଛି। କେତେଜଣ ବଳଶାଳୀ ବ୍ୟକ୍ତି ଓ ସରକାରୀ କର୍ମଚାରୀ ଏହି ସିଲ୍‌ ଖୋଲିବା ପଛରେ ରହିଥିବା ନଜରକୁ ଆସିଛି। ବିଏମ୍‌ସି ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିକ୍ରିୟ। ପ୍ରକାଶ ପାଇଛି।

ତଳେ କଲ୍ୟାଣ ମଣ୍ଡପ, ଉପରେ ଘର
ଗୁରୁବାର ବିଏମ୍‌ସି, ବିଡିଏ ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଥିବା ସରସ୍ବତୀ ମଣ୍ଡପକୁ ଯାଞ୍ଚ କରାଯିବା ସହ କାଗଜପତ୍ର ଠିକ୍‌ ନ ଥିବାରୁ ପୂର୍ବାହ୍ନ ୧୦ଟାରେ ମଣ୍ଡପକୁ ସିଲ୍‌ କରିବା ସହ ଗେଟ୍‌ରେ ତାଲା ଦେଇ ଜଉମୁଦ ମାରିଥିଲେ। ମାତ୍ର ଏହାର କିଛି ସମୟ ମଧ୍ୟରେ ଅର୍ଥାତ ଅପରାହ୍ନ ୪ଟାରେ ଉକ୍ତ ମଣ୍ଡପକୁ ଖୋଲାଯିବା ସହ ସେଥିରେ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଏବେ ବିଏମ୍‌ସିର ପାରିବାପଣିଆ ସାମ୍ନାକୁ ଆସିଛି। ସମ୍ପୃକ୍ତ ମଣ୍ଡପ ମାଲିକ ଆବାସିକ ଘର ଦେଖାଇ ସେଠାରେ ବ୍ୟବସାୟ କରୁଥିବା ଜଣାପଡିଛି। ଗୁରୁବାର ମଧ୍ୟ ମଣ୍ଡପ କର୍ତ୍ତୃପକ୍ଷଙ୍କ ଘର ଲୋକ ସେଠାରେ ବନ୍ଦୀ ହୋଇଯାଇଥିବାରୁ କଲ୍ୟାଣ ମଣ୍ଡପ ଖୋଲାଯାଇଥିବା ଜୋନାଲ ଡେପୁଟି କମିଶନର ରୂପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଏମ୍‌ସି ଜାଣି ଏପରି ଆବାସିକ ଘରେ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବାକୁ ଅନୁମତି ଦେଇଛି କି ନାହିଁ, ସେ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ବିଏମ୍‌ସି କମିଶନରଙ୍କୁ ସୂଚାଇ ଦିଆଯାଇଥିବା ବେଳେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜୋନାଲ ଡେପୁଟି କମିଶନର ପଟ୍ଟନାୟକ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri