ବିଏମ୍‌ସିର ଅବହେଳା ପୁଣି ନେଲା ଜୀବନ:ମୁକୁଳା ଡ୍ରେନ୍‌ରେ ଭାସି ବୃଦ୍ଧା ମୃତ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରର ଡ୍ରେନ୍‌ ଏବେ ସହରବାସୀଙ୍କ ପାଇଁ କାଳ ସାଜିଛି। ମୁକୁଳା ଡ୍ରେନ୍‌ ବାରମ୍ବାର ଜୀବନ ନେବା ପରେ ବି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଚେତା ପଶୁନି। ବିଏମ୍‌ସିର ଖାମଖିଆଲ ମନୋଭାବ ପାଇଁ ଗୁରୁବାର ଆଉଜଣଙ୍କ ଜୀବନ ଯାଇଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମା (୬୦)। ଘଟଣା ପରେ ଭିଲ୍ଲା ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବିଏମ୍‌ସିର ଅବହେଳାକୁ ଦାୟୀ କରିବା ସହ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ କିଛି ବି ଶୁଣି ନ ଥିଲେ। ଏପରିକି ପୋଲିସ ଭ୍ୟାନ୍‌ ଚାବିକୁ ନେଇଯିବା ସହ ଜଣେ ହୋମ୍‌ଗାର୍ଡଙ୍କୁ ମାଡ଼ ମାରିଥିଲେ। ପରିସ୍ଥିତି ବିଗିଡି ଯାଉଥିବାବେଳେ ପୋଲିସ ଲାଠିଚାଳନା କରିଥିଲା।

ମୁକୁଳା ଡ୍ରେନ୍‌ରେ ଭାସି…
ସୂଚନା ଅନୁଯାୟୀ, ଅପରାହ୍ନରେ ଟି. ଆକାମ୍ମା ସ୍ବାମୀଙ୍କ ସହ ରାଶନ ଚାଉଳ ଆଣିବାକୁ ସ୍ଥାନୀୟ ଡିଲରଙ୍କ ପାଖକୁ ଯାଇଥିଲେ। ଫେରିବା ବାଟରେ ପ୍ରବଳ ବର୍ଷା ହେବାରୁ ସେମାନେ ଏକ ଦୋକାନରେ ଅଟକି ଯାଇଥିଲେ। ବର୍ଷା ଛାଡିବା ପରେ ରାତି ପ୍ରାୟ ୮ଟା ୧୫ରେ ଘରକୁ ଯାଉଥିଲେ। ଭିଲ୍ଲା ଛକରେ ବର୍ଷାପାଣିର ସୁଅ ନିକଟରେ ଥିବା ଡ୍ରେନ୍‌କୁ ଚାଲିଥିଲା। କିଛିଦିନ ତଳେ ଠିକା ସଂସ୍ଥା ଉକ୍ତ ଡ୍ରେନ୍‌ କାମ ସାରିଥିଲେ ମଧ୍ୟ ତାହା ମୁକୁଳା ରହିଥିଲା। ଟି. ଆକାମ୍ମା ଭାରସାମ୍ୟ ହରାଇ ପଡ଼ିଯିବା ପରେ ପାଣି ସୁଅରେ ଭାସି ଯାଇ ଖୋଲା ଥିବା ସ୍ଥାନରେ ଡ୍ରେନ୍‌ ଭିତରକୁ ପଶି ଯାଇଥିଲେ। ପାଣିର ସ୍ରୋତ ପ୍ରଖର ଥିବାରୁ ପାଖରେ ଥିବା ସ୍ବାମୀ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଛତାଧରି ବୃଦ୍ଧାଙ୍କୁ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗ ଓ ଥାନାକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚତ୍ ଅଧଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ ପତ୍ତା ପାଇ ନ ଥିଲା। ଶେଷରେ ଅଗ୍ନିଶମ କର୍ମଚାରୀମାନେ ଫେରିଯାଇଥିଲେ। ହେଲେ ପୋଲିସ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଥିଲେ। ପାଣି କମିଯିବା ପରେ ଘଟଣାସ୍ଥଳଠାରୁ ୨ଶହ ମିଟର ଦୂରରେ ଡ୍ରେନ୍‌ ଭିତରେ ଏକ ସ୍ଥାନରେ ବୃଦ୍ଧାଙ୍କ ମୃତଦେହ ମିଳିଥିଲା।
ପୋଲିସ ମୃତଦେହ ଜବତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ସୁଯୋଗ ଦେଇ ନ ଥିଲେ। କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ପୋଲିସ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ରାସ୍ତାରୁ ନ ହଟି ଜିଦ୍‌ରେ ଅଟଳ ରହିଥିଲେ। ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି, ଡିସିପି ଅନୁପ କୁମାର ସାହୁ ଓ ବିଏମ୍‌ସି ଜୋନାଲ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ରୁ ୩୦ହଜାର ଟଙ୍କା ସହାୟତା ଦେବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଘୋଷଣା କରିଥିଲେ। ସେହିଭଳି ବିଧାୟକ ରାଉତ ମଧ୍ୟ ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ସହାୟତା ଦେବେ ବୋଲି କହିଥିଲେ। ରାସ୍ତାରୋକୋ ହଟିବା ପରେ ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ପୋଲିସ କମିଶନର ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏନେଇ ବିଏମ୍‌ସି କମିଶନର ଚୌଧାରୀ କୁହନ୍ତି, ଘଟଣାର ତଦନ୍ତ କରାଯିବ। ଯଦି ମୁକୁଳା ଡ୍ରେନ୍‌ ପାଇଁ ଜୀବନ ଯାଇଥିବା ଜଣାପଡ଼େ, ତେବେ ଆଇନ ଅନୁଯାୟୀ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମ୍‌ସି ଡ୍ରେନେଜ୍‌ ମୁଖ୍ୟଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କୁହନ୍ତି, ଉକ୍ତ ସ୍ଥାନରେ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିଥିଲା। କାହିଁକି ଓ କେଉଁ ପରିସ୍ଥିତିରେ ଖୋଲା ରଖାଯାଇଥିଲା ତାହାର ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

ପୂର୍ବରୁ ତିନିଜଣଙ୍କ ମୃତ୍ୟୁ ଘଟିଥିଲା
ପୂର୍ବରୁ ସହରର ମୁକୁଳା ଡ୍ରେନ୍‌ରେ ଭାସିଯାଇ ତିନିଜଣଙ୍କର ମୃତ୍ୟୁ ଘଟିଛି। ନୟାପଲ୍ଲୀସ୍ଥିତ ମମତାଜ ଅଲି ହାଇସ୍କୁଲ ନିକଟରେ ଜଣେ ୧୨ ବର୍ଷର ଛାତ୍ର ଟ୍ୟୁଶନ ଯାଉଥିବାବେଳେ ବର୍ଷାପାଣିରେ ଭାସି ଡ୍ରେନ୍‌ ଭିତରକୁ ପଶିଯାଇଥିଲେ। ବହୁ ଦୂରରୁ ତାଙ୍କର ମୃତଦେହ ମିଳିଥିଲା। ଗତବର୍ଷ କ୍ୟାପିଟାଲ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ନିକଟରେ ଜଣେ ଟ୍ୟୁଶନ ଶିକ୍ଷକ ଖୋଲା ଡ୍ରେନ୍‌କୁ ଖସି ପଡି ବର୍ଷା ପାଣିରେ ଭାସିଯାଇଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେହିଭଳି ଖଣ୍ଡଗିରି ଆଇଗିଣିଆ ଛକ ନିକଟରେ ଡ୍ରେନ୍‌ରେ ଭାସିଯାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏବେ ଅନେକ ସ୍ଥାନରେ ଡ୍ରେନ୍‌ ମୁକୁଳା ରହିଥିବାରୁ ବର୍ଷା ହେଲେ ସହରବାସୀଙ୍କ ମନରେ ଆତଙ୍କ ଖେଳିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri