ବିଏମ୍‌ସିର ଅବହେଳା ପୁଣି ନେଲା ଜୀବନ:ମୁକୁଳା ଡ୍ରେନ୍‌ରେ ଭାସି ବୃଦ୍ଧା ମୃତ

ଭୁବନେଶ୍ୱର, ୨୬।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରର ଡ୍ରେନ୍‌ ଏବେ ସହରବାସୀଙ୍କ ପାଇଁ କାଳ ସାଜିଛି। ମୁକୁଳା ଡ୍ରେନ୍‌ ବାରମ୍ବାର ଜୀବନ ନେବା ପରେ ବି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଚେତା ପଶୁନି। ବିଏମ୍‌ସିର ଖାମଖିଆଲ ମନୋଭାବ ପାଇଁ ଗୁରୁବାର ଆଉଜଣଙ୍କ ଜୀବନ ଯାଇଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମା (୬୦)। ଘଟଣା ପରେ ଭିଲ୍ଲା ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବିଏମ୍‌ସିର ଅବହେଳାକୁ ଦାୟୀ କରିବା ସହ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ କିଛି ବି ଶୁଣି ନ ଥିଲେ। ଏପରିକି ପୋଲିସ ଭ୍ୟାନ୍‌ ଚାବିକୁ ନେଇଯିବା ସହ ଜଣେ ହୋମ୍‌ଗାର୍ଡଙ୍କୁ ମାଡ଼ ମାରିଥିଲେ। ପରିସ୍ଥିତି ବିଗିଡି ଯାଉଥିବାବେଳେ ପୋଲିସ ଲାଠିଚାଳନା କରିଥିଲା।

ମୁକୁଳା ଡ୍ରେନ୍‌ରେ ଭାସି…
ସୂଚନା ଅନୁଯାୟୀ, ଅପରାହ୍ନରେ ଟି. ଆକାମ୍ମା ସ୍ବାମୀଙ୍କ ସହ ରାଶନ ଚାଉଳ ଆଣିବାକୁ ସ୍ଥାନୀୟ ଡିଲରଙ୍କ ପାଖକୁ ଯାଇଥିଲେ। ଫେରିବା ବାଟରେ ପ୍ରବଳ ବର୍ଷା ହେବାରୁ ସେମାନେ ଏକ ଦୋକାନରେ ଅଟକି ଯାଇଥିଲେ। ବର୍ଷା ଛାଡିବା ପରେ ରାତି ପ୍ରାୟ ୮ଟା ୧୫ରେ ଘରକୁ ଯାଉଥିଲେ। ଭିଲ୍ଲା ଛକରେ ବର୍ଷାପାଣିର ସୁଅ ନିକଟରେ ଥିବା ଡ୍ରେନ୍‌କୁ ଚାଲିଥିଲା। କିଛିଦିନ ତଳେ ଠିକା ସଂସ୍ଥା ଉକ୍ତ ଡ୍ରେନ୍‌ କାମ ସାରିଥିଲେ ମଧ୍ୟ ତାହା ମୁକୁଳା ରହିଥିଲା। ଟି. ଆକାମ୍ମା ଭାରସାମ୍ୟ ହରାଇ ପଡ଼ିଯିବା ପରେ ପାଣି ସୁଅରେ ଭାସି ଯାଇ ଖୋଲା ଥିବା ସ୍ଥାନରେ ଡ୍ରେନ୍‌ ଭିତରକୁ ପଶି ଯାଇଥିଲେ। ପାଣିର ସ୍ରୋତ ପ୍ରଖର ଥିବାରୁ ପାଖରେ ଥିବା ସ୍ବାମୀ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଛତାଧରି ବୃଦ୍ଧାଙ୍କୁ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗ ଓ ଥାନାକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚତ୍ ଅଧଘଣ୍ଟା ଧରି ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ ପତ୍ତା ପାଇ ନ ଥିଲା। ଶେଷରେ ଅଗ୍ନିଶମ କର୍ମଚାରୀମାନେ ଫେରିଯାଇଥିଲେ। ହେଲେ ପୋଲିସ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଥିଲେ। ପାଣି କମିଯିବା ପରେ ଘଟଣାସ୍ଥଳଠାରୁ ୨ଶହ ମିଟର ଦୂରରେ ଡ୍ରେନ୍‌ ଭିତରେ ଏକ ସ୍ଥାନରେ ବୃଦ୍ଧାଙ୍କ ମୃତଦେହ ମିଳିଥିଲା।
ପୋଲିସ ମୃତଦେହ ଜବତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ସୁଯୋଗ ଦେଇ ନ ଥିଲେ। କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ପୋଲିସ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ରାସ୍ତାରୁ ନ ହଟି ଜିଦ୍‌ରେ ଅଟଳ ରହିଥିଲେ। ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି, ଡିସିପି ଅନୁପ କୁମାର ସାହୁ ଓ ବିଏମ୍‌ସି ଜୋନାଲ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ରୁ ୩୦ହଜାର ଟଙ୍କା ସହାୟତା ଦେବାକୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଘୋଷଣା କରିଥିଲେ। ସେହିଭଳି ବିଧାୟକ ରାଉତ ମଧ୍ୟ ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ସହାୟତା ଦେବେ ବୋଲି କହିଥିଲେ। ରାସ୍ତାରୋକୋ ହଟିବା ପରେ ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ପୋଲିସ କମିଶନର ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏନେଇ ବିଏମ୍‌ସି କମିଶନର ଚୌଧାରୀ କୁହନ୍ତି, ଘଟଣାର ତଦନ୍ତ କରାଯିବ। ଯଦି ମୁକୁଳା ଡ୍ରେନ୍‌ ପାଇଁ ଜୀବନ ଯାଇଥିବା ଜଣାପଡ଼େ, ତେବେ ଆଇନ ଅନୁଯାୟୀ ସଂପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମ୍‌ସି ଡ୍ରେନେଜ୍‌ ମୁଖ୍ୟଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କୁହନ୍ତି, ଉକ୍ତ ସ୍ଥାନରେ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିଥିଲା। କାହିଁକି ଓ କେଉଁ ପରିସ୍ଥିତିରେ ଖୋଲା ରଖାଯାଇଥିଲା ତାହାର ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

ପୂର୍ବରୁ ତିନିଜଣଙ୍କ ମୃତ୍ୟୁ ଘଟିଥିଲା
ପୂର୍ବରୁ ସହରର ମୁକୁଳା ଡ୍ରେନ୍‌ରେ ଭାସିଯାଇ ତିନିଜଣଙ୍କର ମୃତ୍ୟୁ ଘଟିଛି। ନୟାପଲ୍ଲୀସ୍ଥିତ ମମତାଜ ଅଲି ହାଇସ୍କୁଲ ନିକଟରେ ଜଣେ ୧୨ ବର୍ଷର ଛାତ୍ର ଟ୍ୟୁଶନ ଯାଉଥିବାବେଳେ ବର୍ଷାପାଣିରେ ଭାସି ଡ୍ରେନ୍‌ ଭିତରକୁ ପଶିଯାଇଥିଲେ। ବହୁ ଦୂରରୁ ତାଙ୍କର ମୃତଦେହ ମିଳିଥିଲା। ଗତବର୍ଷ କ୍ୟାପିଟାଲ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ନିକଟରେ ଜଣେ ଟ୍ୟୁଶନ ଶିକ୍ଷକ ଖୋଲା ଡ୍ରେନ୍‌କୁ ଖସି ପଡି ବର୍ଷା ପାଣିରେ ଭାସିଯାଇଥିଲେ। ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସେହିଭଳି ଖଣ୍ଡଗିରି ଆଇଗିଣିଆ ଛକ ନିକଟରେ ଡ୍ରେନ୍‌ରେ ଭାସିଯାଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏବେ ଅନେକ ସ୍ଥାନରେ ଡ୍ରେନ୍‌ ମୁକୁଳା ରହିଥିବାରୁ ବର୍ଷା ହେଲେ ସହରବାସୀଙ୍କ ମନରେ ଆତଙ୍କ ଖେଳିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri