ବିଇଓଙ୍କ ଦ୍ୱାରସ୍ଥ ହେଲା ଶିକ୍ଷକ ସଂଘ

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ନିୟମିତ ଶିକ୍ଷକ ଓ ଜିଲା ପରିଷଦ ଶିକ୍ଷକ ଏ ଯାଏ ଜୁନ ମାସର ଦରମା ପାଇ ନାହାନ୍ତି। ଏଥିସହ ବିଇଓ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅସହଯୋଗ କରାଯାଉଛି। ଏହିସବୁ ଅଭିଯୋଗକୁ ନେଇ ସୋମବାର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦ୍ୱାରସ୍ଥ ହୋଇଛି ଶିକ୍ଷକ ସଂଘ। ଜୁନ ମାସର ଦରମା ମିଳି ନ ଥିବାରୁ ରଥଯାତ୍ରା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ବିଇଓ ଭାଗ୍ୟବତୀ ଦାଶଙ୍କୁ ଜଣାଇଛନ୍ତି। ଏ ନେଇ ବିଇଓ କାର୍ଯ୍ୟାଳୟରେ କିରାଣିମାନଙ୍କୁ ଅଭିଯୋଗ କରିବାକୁ ଗଲେ ଏଚ୍‌ଆରଏମଏସର ଭେରିଫିକେସନ ଚାଲିଥିବା କହି ବାହାନା କରାଯାଉଛି ବୋଲି ନିୟମିତ ଶିକ୍ଷକ ସଂଘ ସଭାପତି କୈଳାସ କର୍ତ୍ତି, ଜିଲା ପରିଷଦ ଶିକ୍ଷକ ସଂଘ ସଭାପତି ମୋହନ ଦଲାଇ ଓ ସମନ୍ବୟ କମିଟି ସଭାପତି ଗିରୀଶ ଚନ୍ଦ୍ର ପଣ୍ଡା ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏଭଳି ଅସହଯୋଗ ଲାଗିି ରହିଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି ।