ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ। ଏହା ବଡବିଲସ୍ଥିତ ଲୌହ ବିଶୋଧନ ପ୍ରକଳ୍ପରୁ ଏକମାତ୍ର ସ୍ଲରି ପାଇପ୍‌ଲାଇନ୍‌ ଦ୍ୱାରା ଅଣାଯାଉଛି। ଏଥିପାଇଁ ଘଣ୍ଟାପ୍ରତି ୨୪୩ରୁ ୨୮୦ ଘନମିଟର ପାଣିର ଆବଶ୍ୟକତା ପଡୁଛି। ତେବେ ଏକମାତ୍ର ସ୍ଲରି ପାଇପ୍‌ଲାଇନ୍‌ ନିର୍ମାଣ ହୋଇଥିବାରୁ ଏହି ଲୌହ ମିଶ୍ରିତ ପାଣି ରିସାଇକ୍ଲିଂ ହୋଇପାରୁନାହିଁ। ଏହି ବର୍ଜ୍ୟପାଣିକୁ କେତେକ ଅଣ୍ଡରଗ୍ରାଉଣ୍ଡ ପାଇପ୍‌ଲାଇନ୍‌ ଜରିଆରେ ଗଣ୍ଡାନାଳକୁ ଛଡ଼ାଯାଉଛି। ଏଥିଯୋଗୁ ଗଣ୍ଡାନାଳ ସମେତ ଆଖପାଖ ଅଞ୍ଚଳବାସୀ ଜଳ ପ୍ରଦୂଷଣର ଶିକାର ହେଉଛନ୍ତି ବୋଲି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଛି, ଯାହାକି ବିଚାରାଧୀନ ରହିଛି। ଅନ୍ୟପକ୍ଷେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ସଦସ୍ୟ ସଚିବ ବିଆର୍‌ପିଏଲ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ଏକ ଅବାସ୍ତବ ରିପୋର୍ଟ ପ୍ରସ୍ତୁତ କରି ଏନ୍‌ଜିଟିରେ ଦାଖଲ କରିଛନ୍ତି ବୋଲି ଅଭିଯୋଗକାରୀ ଏକ ସତ୍ୟପାଠ ଦାଖଲ କରିଛନ୍ତି।
ବିଆର୍‌ପିଏଲ୍‌ ୧୫ା୩ା୨୦୦୭ରେ ଏକ ଲୌହଧାତୁର ପେଲେଟାଇଜେସନ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। କାରଖାନାର ବୁନ୍ଦାଏ ବି ପାଣି ବାହାରକୁ ନ ଛାଡିବାକୁ ଚୁକ୍ତିରେ ସ୍ବାକ୍ଷରିତ ହୋଇଛି। ଏହି ସର୍ତ୍ତରେ ଏସ୍‌ପିସିବି ବିଆର୍‌ପିଏଲ୍‌କୁ ପରିଚାଳନା ଅନୁମତି ଦେଇଛି। କିନ୍ତୁ ବଡବିଲଠାରୁ କଳିଙ୍ଗନଗର ବିଆର୍‌ପିଏଲ୍‌ ପ୍ଲାଣ୍ଟକୁ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରି ସ୍ଥାନାନ୍ତର ପାଇପ୍‌ ଲାଇନ୍‌ରେ ଆସୁଥିବା ବର୍ଜ୍ୟଜଳ ଏବେ ବାହାରକୁ ବ୍ୟାପକ ମାତ୍ରାରେ ଛଡ଼ାଯାଉଛି। ଏନେଇ ଏନ୍‌ଜିଟିରେ ମାମଲା ରୁଜୁ ହେବା ପରେ ୨୨ା୯ା୨୦୧୭ରେ ଏସ୍‌ପିସିବିକୁ ଜବାବ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଏସ୍‌ପିସିବିର ସଦସ୍ୟ ସଚିବ ଅଭିଯୋଗ ସମ୍ପର୍କରେ ନିରୀକ୍ଷଣ କରି ଏକ ରିପୋର୍ଟ ଏନଜିଟିରେ ଦାଖଲ କରିଥିଲେ। ସେଥିରେ କାରଖାନାର ବର୍ଜ୍ୟଜଳ ବାହାରକୁ ଯାଉନାହିଁ ବୋଲି ଦର୍ଶାଇଥିଲେ। ଉକ୍ତ ରିପୋର୍ଟରେ ଆହୁରି ଉଲ୍ଲେଖ କରିଥିଲେ ଯେ, କମ୍ପାନୀର ଧୂଳିଧୂଆଁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସ୍ଲରି ପାଇପ୍‌ରେ ଆସୁଥିବା ପାଣିରୁ ୧୩୦ କ୍ୟୁବିକ ମିଟର ପାଣି ବ୍ୟବହାର ହେଉଛି, ଯାହାକି ଗୋଟିଏ ଦିନର ୬୬.୨୪ ମିମି ବର୍ଷା ଜଳ ସହ ସମାନ ବୋଲି ଅଭିଯୋଗକାରୀ ଯୁକ୍ତି କରି ସତ୍ୟପାଠରେ ଦର୍ଶାଇଥିଲେ। ଯଦି ଏହା ବର୍ଷକରେ ଛୁଟିଦିନ ବ୍ୟତୀତ ୩୩୦ ଦିନ ଏତିକି ପାଣି ଖର୍ଚ୍ଚ କରାଯାଏ ତେବେ ତାହା ୨୨,୧୯୦ ମିମି ବର୍ଷା ଜଳ ସହ ସମାନ। ସଦସ୍ୟ ସଚିବଙ୍କ ଏହି ରିପୋର୍ଟ ଯଦି ସତ୍ୟ ହୋଇଥାଏ ତେବେ କାରଖାନା ମଧ୍ୟରେ ବନ୍ୟା ସୃଷ୍ଟି ହୋଇ କାରଖାନା ଉପରେ ୫ ମିଟର ଉଚ୍ଚରେ ପାଣି ବୋହିବାର ଆଶଙ୍କା ରହିଛି ବୋଲି ଅଭିଯୋଗକାରୀ ଯୁକ୍ତି ବାଢିଥିଲେ। ତେଣୁ ଏହି ପାଣି ହିସାବକୁ ଧରାଯାଏ ତେବେ ରିପୋର୍ଟ କମ୍ପାନୀ ପ୍ରଯୋଜିତ, ଅବାସ୍ତବ ଓ କପୋଳକଳ୍ପିତ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେଣୁ ଏଭଳି ମିଥ୍ୟା ରିପୋର୍ଟ ଦାଖଲ କରିଥିବାରୁ ସମ୍ପୃକ୍ତ ସଦସ୍ୟ ସଚିବଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟିରେ ଅନୁରୋଧ କରାଯାଇଛି। ଏଭଳି ଭାବେ ସଦସ୍ୟ ସଚିବଙ୍କ ଶିଳ୍ପ ପ୍ରୀତି ଓ ଅଯାଚିତ ଅନୁକମ୍ପା ପଛରେ ବିଆର୍‌ପିଏଲ୍‌ କମ୍ପାନୀ କର୍ତ୍ତୃପକ୍ଷ ଓ ସଦସ୍ୟ ସଚିବଙ୍କ ମଧ୍ୟରେ ବିପୁଳ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ତତ୍କାଳୀନ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ୧ା୭ା୨୦୧୬, ୨୭ା୫ା୨୦୧୭, ୨୦ା୬ା୨୦୧୭, ୪ା୭ା୨୦୧୭, ୧୪ା୭ା୨୦୧୭ ଓ ୨ା୭ା୨୦୧୮ରେ ତଦନ୍ତ କରି ବିଆର୍‌ପିଏଲ୍‌ର ବର୍ଜ୍ୟଜଳ ବାହାରକୁ ଛଡାଯାଉଛି ବୋଲି ରିପୋର୍ଟ ଦାଖଲ କରିଥିଲେ। ଏଥିରୁ ସଦସ୍ୟ ସଚିବ ଓ ଆଞ୍ଚଳିକ ଅଧିକାରୀଙ୍କ ରିପୋର୍ଟ ମଧ୍ୟରେ ତାଳମେଳ ରହୁ ନ ଥିବା ସ୍ପଷ୍ଟ ହେଉଛି। ଏ ସଂକ୍ରାନ୍ତରେ ସଦସ୍ୟ ସଚିବ ଦେବଦତ୍ତ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟି ମାମଲା ପୁରୁଣା। ବିଆର୍‌ପିଏଲ୍‌ ସ୍ଲରି ପାଇପ ପାଣି ମେସ୍କୋକୁ ଯାଉଥିଲା। ବର୍ତ୍ତମାନ ବିଆର୍‌ପିଏଲ୍‌ ପାଣି ବାହାରକୁ ଛଡାଯାଉଥିବା ନେଇ ଅଭିଯୋଗ ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri