ବାୟୋପିକ୍‌ ‘୮୩’ରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ ତାହିର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ମୁଖ୍ୟ ଭୂମିକାରେ ରଣବୀର ସିଂ ନଜର ଆସୁଛନ୍ତି। ୧୯୮୩ରେ ଭାରତ ଓ୍ବାର୍ଲଡ କପ୍‌ ଜିତିବା ବେଳର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏହାର ପୋଷ୍ଟର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ କପିଳ ଦେବଙ୍କ ସହ ସୁନିଲ ଗାଭାସ୍କର ମଧ୍ୟ ନଜର ଆସିବେ। ଏହି ପୋଷ୍ଟରର ଫାଷ୍ଟଲୁକ୍‌ ଏବେ ସୋସିଆଲ ମିଡିଆରେ ଶେୟାର କରାଯାଇଛି। କବିର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ତାହିର ରାଜ ଭସିନ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବେ। ଏଥିରେ ଦୀପିକା ପାଦୁକୋନଙ୍କୁ ବି ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ଏହାର ପ୍ରଥମ ପୋଷ୍ଟରକୁ ଶେୟାର କରି ରଣବୀର ଲେଖିଛନ୍ତି ଇଟ୍ସ କମିଙ୍ଗ। ଏଥିରେ କେବଳ ୮୩ ଲେଖାଯାଇଛି। ଏହାପରେ ରଣବୀର ଫିଲ୍ମର କ୍ୟାରେକ୍ଟରର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ସୁନିଲ ଗାଭାସ୍କରଙ୍କ ଭୂମିକାରେ ନଜର ଆସିବାକୁ ଥିବା ତାହିରଙ୍କ ପୋଷ୍ଟରକୁ ଶେୟାର କରି ରଣବୀର ଲେଖିଛନ୍ତି, ‘ତାହିର ରାଜ ଭସିନ ଆଜ୍‌ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର’।

Share